ଯୁବ ବ୍ୟବସାୟୀଙ୍କ ପେଟରେ ଦୁର୍ବୃତ୍ତ ଲଗାଇଲେ ବନ୍ଧୁକ…

ସିମୁଳିଆ,୧୫।୧୨(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ ଲୁଟ୍‌ପାଟ୍‌ ବଢିବାରେ ଲାଗିଛି। ବ୍ଲକର ସଦରମହକୁମା ମାର୍କୋଣାରେ ଗୋ-ଖାଦ୍ୟ, ମାଛ ଓ କୁକୁଡ଼ା ଖାଦ୍ୟ ବିକ୍ରି କରୁଥିବା ଦେବବ୍ରତ ସାମଲ ନାମକ ଯୁବ ବ୍ୟବସାୟୀ ଦୋକାନଠାରୁ ପ୍ରାୟ ୩ଶହ ମିଟର ଦୂର ନିଜ ଘରକୁ କେନାଲ ବନ୍ଧରେ ବାଇକ୍‌ରେ ଫେରୁଥିଲେ। ଏହି ସମୟରେ ସାମ୍ନାପଟୁ ଅନ୍ୟ ଏକ ବାଇକରେ ମୁହଁରେ କପଡ଼ା ଗୁଡାଇ ଆସୁଥିବା ୩ଜଣ ଯୁବକ ତାଙ୍କୁ ଅଟକାଇଥିଲେ। ଜଣେ ଦୁର୍ବୃତ୍ତ ଦେବବ୍ରତଙ୍କ ପେଟରେ ବନ୍ଧୁକ ଲଗାଇ ଧମକାଉଥିବା ବେଳେ ସେ ତାଙ୍କୁ ଠେଲିଦେଇ ନିକଟରେ ଥିବା ପଡ଼ୋଶୀଙ୍କ ଘରକୁ ଦୌଡ଼ି ପଳାଇଥିଲେ। ଦୌଡୁଥିବା ବେଳେ ଭୟରେ ପଡ଼ିଯିବାରୁ ତାଙ୍କ ଗୋଡ଼ରେ ଆଘାତ ଲାଗିଛି। ପରେ ଦୁର୍ବୃତ୍ତମାନେ ଦେବବ୍ରତଙ୍କ ବାଇକକୁ ଗୋଇଠା ମାରି କେନାଲ ପାର୍ଶ୍ୱରେ ଥିବା ନୟନଯୋରିକୁ ଗଡ଼ାଇ ଦେଇଥିଲେ। ଘଟଣା ସମ୍ପର୍କରେ ସେ ଥାନାରେ ଅଭିଯୋଗ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଘର ପିଣ୍ଡାରେ ଝୁଲୁଛି ଜ୍ୱାଇଁଙ୍କ ମୃତଦେହ, ସ୍ତ୍ରୀ-ଝିଅଙ୍କୁ ନେବାକୁ ଆସି…

ବାସୁଦେବପୁର,୮ା୫(କାଳୀପଦ ରାୟ): ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ପଞ୍ଚାୟତର ରାଉତ ସାହିରେ ଶ୍ୱଶୁର ଘର ପିଣ୍ଡାରେ ସନ୍ଦେହ ଜନକ ଅବସ୍ଥାରେ ଝୁଲୁଥିବାର ଦେଖିବାକୁ ମିଳିଛି। ସେ…

ବଲାଙ୍ଗୀରରେ ଜିତୁ ମୁଣ୍ଡା ଭଳି ଘଟଣା, ସ୍ତ୍ରୀର ମୃତ୍ୟୁ ପରେ ଟଙ୍କା ଉଠାଇ ପାରୁ ନାହାନ୍ତି ସ୍ବାମୀ

ଲାଠୋର,୮।୫(ଭୁବନେଶ୍ୱର ବାରିକ): କେନ୍ଦୁଝର ଜିଲାର ଜିତୁ ମୁଣ୍ଡା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ନିଜ ମୃତା ଭଉଣୀଙ୍କ…

ବିଜୟଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ଚୂରମାର୍‌! ବଡ଼ ଚାଲ୍‌ ଖେଳିଲେ ଷ୍ଟାଲିନଙ୍କ ପୁଅ

ଚେନ୍ନାଇ,୮।୫: ତାମିଲନାଡୁ ରାଜନୀତି ଏପରି ଏକ ମୋଡ଼ରେ ପହଞ୍ଚିଛି, ଯେଉଁଠାରେ ପ୍ରତି ଘଣ୍ଟାରେ କ୍ଷମତା ଗତିଶୀଳତା ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। ଅଭିନେତାରୁ ରାଜନେତା ହୋଇଥିବା…

ନାରୀଙ୍କୁ ସୁରକ୍ଷା, ନାରୀଙ୍କୁ ସମ୍ମାନ ଦାବିରେ ଏକାଠି ହେଲେ ଶତାଧିକ ମହିଳା, ବିରୋଧୀଙ୍କ କୁଶପୁତ୍ତଳିକା ଦାହ କରି…

ପାଟଣା,୮ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ଶୁକ୍ରବାର ଜନଆକ୍ରୋଶ ମହିଳା ସମାବେଶ ରାଲି ପାଟଣା ମୁଖ୍ୟାଳୟ ଆନନ୍ଦେଶର ଶିବ ମନ୍ଦିରରୁ ବାହାରି ବଜାରପରିକ୍ରମା…

ଆଇପିଏଲ୍‌ ଡଗଆଉଟ୍‌ରେ ଅଣସ୍ବୀକୃତି ପ୍ରାପ୍ତ ଲୋକ: ଚିନ୍ତା ପ୍ରକଟ କଲା ଏସିଏସ୍‌ୟୁ

ନୂଆଦିଲ୍ଲୀ,୮ା୫: ଆଇପିଏଲ୍‌ର ଆଣ୍ଟି କରପଶନ ଏବଂ ସିକ୍ୟୁରିଟି ୟୁନିଟ୍‌ (ଏସିଏସ୍‌ୟୁ) ଚଳିତ ସିଜନରେ ଦଳର ଡଗ୍‌ଆଉଟ୍‌, ବସ୍‌, ହୋଟେଲ, ଖେଳାଳି ଓ ମ୍ୟାଚ୍‌ ଅଫିସିଆଲ୍ସ ଏରିଆ (ପିଏମ୍‌ଓଏ)ରେ…

ନିଜ ଗୋଡ଼ରେ କୁରାଢ଼ି ମାରିଲେ ବିରାଟ କୋହଲି: ‘ଜିରୋ’ରେ ଆଉଟ୍‌ ହେବାପରେ ଖୋଲିଗଲା ସବୁ ରାଜ୍‌

ନୂଆଦିଲ୍ଲୀ,୮।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ରେ ଚତୁର୍ଥ ପରାଜୟ ବରଣ କରିଛି। ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ, ଆରସିବି ୯ ରନରେ ପରାସ୍ତ ହୋଇଛି।…

ଥାଲାପତି ବିଜୟଙ୍କ ସହ ୧୦୮ ବିଧାୟକ ଇସ୍ତଫା ଦେଲେ ମିଳିବ କି ପେନଶନ? ଜାଣନ୍ତୁ କଣ ରହିଛି ନିୟମ…

ଚେନ୍ନାଇ,୮।୫: ନିର୍ୱାଚନ ଫଳାଫଳ ପରେ ତାମିଲନାଡୁରେ ସରକାର ଗଠନ ପ୍ରକ୍ରିୟା ଏବେ ଏକ ନାଟକୀୟ ମୋଡ଼ରେ ପହଞ୍ଚିଛି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ, ତାମିଜାଗା ଭେଟ୍ରି…

ଅଖିଳେଶଙ୍କୁ ଭାଜପା ନେତାଙ୍କ ଭୟଙ୍କର ଚେତାବନୀ: ମମତା ବାନାର୍ଜୀଙ୍କୁ ଯିଏ ଯିଏ ଭେଟିବାକୁ ଯିବେ…

ନୂଆଦିଲ୍ଲୀ,୮।୫: ପଶ୍ଚିମବଙ୍ଗ ନିର୍ବାଚନରେ ଏକ ବଡ଼ ପରାଜୟ ସତ୍ତ୍ୱେ, ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ମନା କରିଦେଇଥିଲେ। ଏହି ନିଷ୍ପତ୍ତି ବଙ୍ଗଳା ବିଧାନସଭା ଭାଙ୍ଗି ଦେଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri