ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ ଅଛି ଏବଂ ତାହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ବହୁ ସଂଖ୍ୟକ ଭାରତୀୟ ଚାହୁଁଛନ୍ତି। ବାସ୍ତବରେ ଦେଖିଲେ ଏମାନଙ୍କ ସଂଖ୍ୟା କମ୍‌ ବୋଲି ପ୍ରତ୍ୟେକ ନିର୍ୱାଚନରୁ ଜଣାପଡ଼ିଛି। ତଥାପି ଭାଜପା ତା’ ଉଦ୍ଦେଶ୍ୟ ପୂରଣ ପାଇଁ ଆଗକୁ ବଢୁଛି। ଯେଉଁମାନେ ସଂଖ୍ୟାଗରିଷ୍ଠ ରହିଲେ ସେମାନେ ଏହାକୁ ପ୍ରତିରୋଧ କରିବାରେ ଅସମର୍ଥ ଏବଂ ତାହା ହେଉଛି ସେମାନଙ୍କ ଉଦାସୀନତା। ଆଶା କରାଯାଉଛି ସରକାର ସୃଷ୍ଟି କରୁଥିବା ସମସ୍ୟାଗୁଡ଼ିକୁ ବିରୋଧୀ ଦଳ, ସଂସଦ ଏବଂ ନ୍ୟାୟ ବ୍ୟବସ୍ଥା ନିୟନ୍ତ୍ରଣ କିମ୍ୱା ସମାଧାନ କରିପାରିବେ। କିନ୍ତୁ ଏହା ସମ୍ଭବ ହୋଇନାହିଁ ଏବଂ ନୂତନ ବର୍ଷରେ ହେବ ନାହିଁ। ଯେଉଁମାନେ ଭାଜପାର ବିଚାରଧାରାକୁ ନୂଆକରି ଦେଖୁଛନ୍ତି ସେମାନେ ଜାଣିବା ଦରକାର ଯେ, ଭାଜପା ସଂଖ୍ୟାଲଘୁ ଭାରତୀୟ ମୁସଲମାନ ଓ ଖ୍ରୀଷ୍ଟିଆନଙ୍କୁ ନିର୍ଯାତନା ଦେବାକୁ ଏବଂ କ୍ଷତି କରିବାକୁ ଚାହୁଁଛି। ଏଭଳି ଉଦ୍ଦେଶ୍ୟ ସାଥୀ ଭାରତୀୟଙ୍କୁ ବିରୋଧ କରିବା ବ୍ୟତୀତ ଅନ୍ୟ କିଛି ନୁହେଁ। ଏହା ଘୃଣା ଭାବ। ଏହି ଭାବନା ଶେଷ ହେବ ନାହିଁ, ଜାରି ରଖିବ। ନୂତନ ବର୍ଷ ୨୦୨୬ରେ ବି ଏହା ଦେଖାଦେବ। ଦଶ ବର୍ଷ ପୂର୍ୱେ ଆମେ ଯେଉଁ ଧାରା ଅବ୍ୟାହତ ରଖିଥିଲୁ, ତାହା ୨୦୨୫ରେ ଆପଣାଇଲୁ। ତିନି ମାସ ପୂର୍ୱେ ଅର୍ଥାତ୍‌ ସେପ୍ଟେମ୍ୱରରେ ହିନ୍ଦୁ ଏବଂ ମୁସଲମାନ ବିବାହକୁ ନିଷିଦ୍ଧ କରିବାରେ ରାଜସ୍ଥାନ ଦେଶରେ ଅଷ୍ଟମ ରାଜ୍ୟ ହୋଇଗଲା। ୧୯୩୫ ସେପ୍ଟେମ୍ୱରରେ ଜର୍ମାନୀ ଇହୁଦୀ ଏବଂ ଖ୍ରୀଷ୍ଟିଆନଙ୍କ ମଧ୍ୟରେ ବିବାହକୁ ନିଷେଧ କରିଥିଲା। ଏହି ସମ୍ପର୍କଗୁଡ଼ିକୁ ‘ଜାତି ଅପବିତ୍ରତା’ ଭାବରେ ଦେଖାଯିବାରୁ ବିଶ୍ୱରେ ଭୟାବହ ସ୍ଥିତି ସୃଷ୍ଟି କରିଥିଲା। ଭାରତ ଚତୁରତାର ସହିତ ପ୍ରଣୟନ କରିଥିବା ଆଇନ ମାଧ୍ୟମରେ ଏହି ସମାନ କାର୍ଯ୍ୟ ହାସଲ କରିଛି। ଏହି ଆଇନ ଅନୁଯାୟୀ ଜଣେ ବୟସ୍କ ବ୍ୟକ୍ତି ତାଙ୍କ ଧର୍ମ ପରିବର୍ତ୍ତନ କରିପାରିବେ କି ନାହଁି ତାହା ଜଣେ ଅମଲାତନ୍ତ୍ରୀ ନିଷ୍ପତ୍ତି ନେବେ। ବିଗତ କିଛିବର୍ଷ ହେଲା ଭାଜପା ଆଣିଥିବା ଆଇନଗୁଡ଼ିକର କଠୋର ଆଇନଗତ ବ୍ୟବସ୍ଥା ଏଥିରେ ପୁନରାବୃତ୍ତି ହୋଇଛି। ଏଭଳି ଉଦ୍ଦେଶ୍ୟ ବା ମନୋଭାବ ୨୦୧୮ରେ ଉତ୍ତରାଖଣ୍ଡ ଫ୍ରିଡମ୍‌ ଅଫ୍‌ ରିଲିଜିଅନ ଆକ୍ଟରେ ପ୍ରଥମେ ଦେଖାଯାଇଥିଲା। ଏହି ଆଇନରେ କିଛି ନୂତନତ୍ୱ ଥିଲା। ଏହି ଆଇନ ଆନ୍ତଃଧର୍ମ ବିବାହକୁ ରୋକିବା ପାଇଁ ଉଦ୍ଦିଷ୍ଟ ଏବଂ ଧର୍ମାନ୍ତରୀକରଣକୁ ଏହା ଅପରାଧ ଭାବେ ଦର୍ଶାଇଛି। କିନ୍ତୁ ଏହା କେବଳ ‘ପୈତୃକ ଧର୍ମ’କୁ ପରିବର୍ତ୍ତନ କରିବା ପାଇଁ ସ୍ୱୀକୃତି ଦିଏ। ଏହି ଆଇନ ଗୃହୀତ ଏବଂ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ କୋର୍ଟରୁ କୌଣସି ପ୍ରତିରୋଧ ହୋଇ ନ ଥିଲା। ଏହି ପ୍ରକାର ଆଇନ ୨୦୧୯ରେ ହିମାଚଳ ପ୍ରଦେଶ, ୨୦୨୦ରେ ଉତ୍ତର ପ୍ରଦେଶ, ୨୦୨୧ରେ ମଧ୍ୟପ୍ରଦେଶ ଏବଂ ଗୁଜରାଟ, ୨୦୨୨ରେ ହରିୟାଣା ଏବଂ କର୍ନାଟକରେ ଆସିଥିଲା। ଉଲ୍ଲେଖନୀୟ ଯେ କର୍ନାଟକରେ ସରକାର ପରିବର୍ତ୍ତନ ହେଲେ ମଧ୍ୟ ଆଇନ ବଳବତ୍ତର ଅଛି। ସଚେତନ ପାଠକେ ଲକ୍ଷ୍ୟ କରିପାରିବେ ଯେ କୌଣସି ସ୍ଥାନରେ ଏସବୁକୁ ବିରୋଧ କରା ନ ଯିବାରୁ କିଛି ବର୍ଷ ମଧ୍ୟରେ ସ୍ଥିତି ମଜଭୁତ ହୋଇଗଲା। ଗୋମାଂସ ପ୍ରସଙ୍ଗରେ ସମାନ ବିଷୟ ପୁନରାବୃତ୍ତି ହୋଇଛି। ଗୋମାଂସ ରଖିବା ଅପରାଧ ବୋଲି ବିବେଚନା କରୁଥିବା ଆଇନଗୁଡ଼ିକ ପ୍ରଥମେ ୨୦୧୫ରେ ମହାରାଷ୍ଟ୍ର ଏବଂ ହରିୟାଣାର ଭାଜପା ସରକାର ଆଣିଥିଲେ। ଗୋମାଂସକୁ ନେଇ ଭିଡ଼ ହିଂସା ଭଳି ଏକ ନୂଆ ପ୍ରକାର ହିଂସା ଏହି ଆଇନ ସୃଷ୍ଟି କରିଥିଲା। ସାମ୍ୱାଦିକତା ଜୀବନ ଭିତରେ ମୁଁ ଏହା ପୂର୍ୱରୁ ଭିଡ଼ ହତ୍ୟା ଭଳି କଥା ଶୁଣି ନ ଥିଲି। କିନ୍ତୁ ଏହା ଏବେ ସାଧାରଣ ହୋଇଗଲାଣି। ଆମ ଚାରିପାଖରେ ବହୁ ହତ୍ୟା ଘଟଣା ଘଟୁଛି ଏବଂ ଆମ ଉଦାସୀନତା ଭାଜପାକୁ ତାହାର ଉଦ୍ଦେଶ୍ୟ ପୂରଣ ପାଇଁ ସୁଯୋଗ ଦେଉଛି। ୨୦୧୭ରେ ଗୁଜରାଟ ପାସ୍‌ କରିଥିବା ଏକ ଆଇନରେ ଗୋ-ହତ୍ୟା ଘଟଣାରେ ଆଜୀବନ କାରାଦଣ୍ଡ ବ୍ୟବସ୍ଥା ରଖାଗଲା। ଏହା ଏକ ଆର୍ଥିକ ଅପରାଧ, କିନ୍ତୁ କୌଣସି ଅହିଂସକ ଆର୍ଥିକ ଅପରାଧ କ୍ଷେତ୍ରରେ ଆଜୀବନ କାରାଦଣ୍ଡ ହୁଏ ନାହିଁ। ଯେଉଁମାନେ ଅନେକ କୋଟି ଟଙ୍କା ଚୋରି କରୁଛନ୍ତି ସେମାନଙ୍କୁ ଛାଡ଼ି ଦିଆଯିବା ଘଟଣା ଆମେ ଦେଖୁଛୁ।
କିଛି ସପ୍ତାହ ପୂର୍ୱେ, ଉତ୍ତର ପ୍ରଦେଶ ସରକାର ସେପ୍ଟେମ୍ୱର ୨୦୧୫ରେ ଘଟିଥିବା ପ୍ରଥମ ଅଖଲାକ୍‌ଙ୍କ ଭିଡ଼ ହିଂସାର ଅଭିଯୁକ୍ତଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରିବାକୁ ଚାହଁିଥିଲେ। ହେଲେ ବିଚାରପତି ଏହାକୁ ପ୍ରତ୍ୟାଖ୍ୟାନ କରି ଏକ ଦଶନ୍ଧିର ପୁରୁଣା ବିଚାର ଜାରି ରହିବ ବୋଲି କହିଛନ୍ତି। ତେବେ ଉଦାସୀନତା ଭରି ରହିଥିବା ଏକ ଦେଶରେ ଆମକୁ ବ୍ୟକ୍ତିଗତ ସ୍ତରରେ ସାହସିକ କାର୍ଯ୍ୟ କରିବାକୁ ପଡ଼ିବ। କେନ୍ଦ୍ରରେ କ୍ଷମତାରୁ ୨୦୦ ନିୟୁତ ଭାରତୀୟ ମୁସଲମାନଙ୍କୁ ସମ୍ପୂର୍ଣ୍ଣ ବାଦ୍‌ ଦିଆଯିବା ଏକ ସାଧାରଣ କଥା। ଭେଦଭାବକୁ ବୈଧ ଭାବେ ବିଚାର କରୁଥିବା ଏକ ଦେଶରେ ଏହା ଘଟିବ। ଏଭଳି ଭେଦଭାବପୂର୍ଣ୍ଣ ଉଦ୍ଦେଶ୍ୟ ଖ୍ରୀଷ୍ଟିଆନଙ୍କ ବାର୍ଷିକ ପର୍ୱକୁ ହିଂସାତ୍ମକ ଭାବରେ ବାଧା ଦେବ ଏବଂ ଆମେ ଏହା ଦେଖୁଥିବୁ। ୨୦୧୯ରେ କେବଳ ଗୋଟିଏ ଧର୍ମର ଛାଡ଼ପତ୍ରକୁ ଆପରାଧୀକରଣ କରି ଏକ ଆଇନ ଆସିଥିଲା ଏବଂ ଅନ୍ୟ ସମସ୍ତଙ୍କ ପାଇଁ ଏହା ଏକ ନାଗରିକ ଅପରାଧ ହୋଇ ରହିଛି। ୨୦୧୯ରେ ନାଗରିକତ୍ୱ ସଂଶୋଧନ ଆଇନରୁ କେବଳ ଗୋଟିଏ ଧର୍ମକୁ ବାଦ ଦେଇ ଏକ ଆଇନ ଆସିଥିଲା। ଗୁଜରାଟରେ ୨୦୧୯ରେ ଆଉ ଏକ କଠୋର ଆଇନ ଅଣାଯାଇଥିଲା, ଯେଉଁଥିରେ ସମ୍ପତ୍ତି କିଣିବା ଏବଂ ଭଡ଼ାରେ ନେବା ପାଇଁ ଗୋଟିଏ ଧର୍ମର ଭାରତୀୟଙ୍କୁ ବାରଣ କରାଯାଇଥିବାବେଳେ ବିଦେଶୀମାନେ ତାହା କରିପାରିବେ ବୋଲି କୁହାଯାଇଛି। ଆମକୁ କୁହାଯାଏ ଯେ, ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ବିରୋଧରେ ଲଢ଼ିବାରେ ଭାରତ ଆଗରେ ଥିଲା, କିନ୍ତୁ ଆଜି ଆମେ ଆମ ଦେଶରେ ଆରାମରେ ଭେଦଭାବକୁ ଆପଣାଇ ନେଇଛୁ। ଯଦି ଆମେ ଏଥିରେ ଅସନ୍ତୁଷ୍ଟ ଥାଆନ୍ତୁ ତେବେ ଏ ବିଷୟରେ କିଛି ପଦକ୍ଷେପ ନେଇଥାଆନ୍ତୁ। କିନ୍ତୁ ଆମେ ନିଷ୍କ୍ରିୟ ହୋଇଯାଇଛୁ। ତେବେ ଭାଜପାର ଉଦ୍ଦେଶ୍ୟ ଶିଥିଳ ପଡ଼ିବ ନାହିଁ କାରଣ ଏହା କିଛି ହାସଲ କରିବାକୁ ଚାହଁୁଛି। ନାଗରିକ ଉଦାସୀନତା ବି ସେମିତି ରହିବ। ନୂତନ ବର୍ଷରେ ପୁନର୍ୱାର ଉଦ୍ଦେଶ୍ୟ ଏବଂ ଉଦାସୀନତାର ପୁନରାବୃତ୍ତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri