ଆଜିଠୁ ଦାରୁଦିଅଁ ଦର୍ଶନ କରିବେ ପୁରୀ ସହରବାସୀ: ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ପୁରୀ ଅଫିସ,୨୬ା୧୨: ପୁରୀ ସହରବାସୀ ଶନିବାରଠାରୁ ଶ୍ରୀମନ୍ଦିରରେ ଦାରୁଦିଅଁ ଦର୍ଶନ କରିବେ। ଏହି ଦର୍ଶନ ବ୍ୟବସ୍ଥା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ନେଇ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ବେଳେ ଶୁକ୍ରବାର ପୋଲିସ ପକ୍ଷରୁ ମକ୍‌ଡ୍ରିଲ କରାଯାଇଛି। କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ଏବଂ ପୁରୀ ଏସ୍‌ପି କନୱର ବିଶାଲ ସିଂଙ୍କ ଉପସ୍ଥିତିରେ ଏହି ମକ୍‌ଡ୍ରିଲ୍‌ ହୋଇଛି। ସୂଚନା ଅନୁଯାୟୀ, ଦର୍ଶନ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ତଥା ସୁରକ୍ଷା ବ୍ୟବସ୍ଥା ନିମନ୍ତେ ୧୮ ପ୍ଲାଟୁନ୍‌ ଓ ୩ ସେକ୍ସନ ପୋଲିସ ଫୋର୍ସ ମୁତୟନ ହେବେ। ଶ୍ରୀମନ୍ଦିର ଭିତରେ ୨ଜଣ ଇନ୍ସପେକ୍ଟର, ୮ଜଣ ଏସ୍‌ଆଇ ଏବଂ ଏଏସ୍‌ଆଇ, ୧୪ଜଣ ମହିଳା କନଷ୍ଟେବଳ, ୬ଜଣ ଥାନା କିମ୍ବା ଫାଣ୍ଡି ହାବିଲଦାରଙ୍କ ସମେତ ୩ ପ୍ଲାଟୁନ୍‌ ପୋଲିସ ମୁତୟନ ହେବେ। ଶ୍ରୀମନ୍ଦିରର ୪ ଦ୍ୱାରରେ ୮ଜଣ ଏସ୍‌ଆଇ କିମ୍ବା ଏଏସ୍‌ଆଇ, ୬ ଜଣ ମହିଳା କନଷ୍ଟେବଳ ଓ ୪ ପ୍ଲାଟୁନ୍‌ ସମେତ ଗୋଟିଏ ସେକ୍ସନ ଫୋର୍ସ ମୁତୟନ କରାଯିବ। ଏହାବ୍ୟତୀତ ସିଂହଦ୍ୱାରରେ ଅତିରିକ୍ତ ପୋଲିସ ମୁତୟନ ରହିବେ। ୨ଜଣ ଇନ୍ସପେକ୍ଟର, ୪ଜଣ ଏସ୍‌ଆଇ କିମ୍ବା ଏଏସ୍‌ଆଇ, ୮ଜଣ ମହିଳା କନଷ୍ଟେବଳ, ଗୋଟିଏ ପ୍ଲାଟୁନ୍‌ ଓ ଗୋଟିଏ ସେକ୍ସନ ଫୋର୍ସ ମୁତୟନ ହେବେ। କିଓସ୍କୋ ପାଖ ଜୋତାଷ୍ଟାଣ୍ଡରେ ୨ ଜଣ ଏସ୍‌ଆଇ କିମ୍ବା ଏଏସ୍‌ଆଇ ଓ ୬ ଜଣ ମହିଳା କନଷ୍ଟେବଳ ଦାୟିତ୍ୱରେ ରହିବେ। ବଡ଼ଦାଣ୍ଡ ଦାୟିତ୍ୱରେ ୨ଜଣ ଇନ୍ସପେକ୍ଟର, ୮ ଜଣ ଏସ୍‌ଆଇ କିମ୍ବା ଏଏସ୍‌ଆଇ ଓ ୩ ପ୍ଲାଟୁନ୍‌ ସମେତ ୨ ସେକ୍ସନ ଫୋର୍ସ ରହିବେ। ଦର୍ଶନ ସମୟରେ ପୁରୀ ଟ୍ରାଫିକ୍‌ ଓ ପାର୍କିଂ ବ୍ୟବସ୍ଥା ପାଇଁ ମଧ୍ୟ ଜଣେ ଇନ୍ସପେକ୍ଟର, ୪ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୨ ପ୍ଲାଟୁନ୍‌ ପୋଲିସ ଓ ୪୦ ଜଣ ହୋମଗାର୍ଡ ଦାୟିତ୍ୱରେ ରହିବେ। ସେହିଭଳି ସମୁଦ୍ରକୂଳ ଦାୟିତ୍ୱରେ ୨ପ୍ଲାଟୁନ୍‌ ପୋଲିସ ମୁତୟନ ହେବେ। ଷ୍ଟ୍ରାଇକିଂ ଫୋର୍ସ ବାବଦକୁ ଜଣେ ଇନ୍ସପେକ୍ଟର, ଜଣେ ଏସ୍‌ଆଇ, ଏଏସ୍‌ଆଇ ଓ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଦାୟିତ୍ୱରେ ଥିବା ପୋଲିସ ଅଧିକାରୀମାନଙ୍କ କାର୍ଯ୍ୟ ତଦାରଖ କରିବା ପାଇଁ ୨ଜଣ ଅତିରିକ୍ତ ଏସ୍‌ପି ଏବଂ ୬ ଜଣ ଡିଏସ୍‌ପିଙ୍କୁ ନିୟୋଜିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡି ଗୃହ ନିର୍ମାଣ ବିବାଦ: ୨୧ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ସିଡିପିଓ

ଭଞ୍ଜନଗର, ୧୧।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଜଗନ୍ନାଥପ୍ରସାଦ ବ୍ଲକ ରାଉତି ପଞ୍ଚାୟତରେ ଅଙ୍ଗନୱାଡି କେନ୍ଦ୍ରର ସ୍ଥାୟୀ ଗୃହ ନିର୍ମାଣକୁ ନେଇ ଚାଲିଥିବା ବିବାଦ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ସହିଦ ପୀଠର ମର୍ଯ୍ୟାଦାକୁ ଆଘାତ? ମଙ୍ଗଳପୁର–ସହିଦ ପୀଠ ରାସ୍ତାରେ ମଦ ଦୋକାନକୁ ତୀବ୍ର ବିରୋଧ; ଅନ୍ୟତ୍ର…

ଧାମନଗର,୧୧ା୭(କାଳନ୍ଦି ବେହେରା): ଭଦ୍ରକ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ଲୋକଙ୍କ ଭାବାବେଗର ପ୍ରତୀକ ‘ସହିଦ ପୀଠ’ ନିକଟରେ ମଦ ଦୋକାନ ଖୋଲିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

ଅଣସର ଘରେ ଶ୍ରୀଜୀଉ, ପଟ୍ଟଦିଅଁଙ୍କୁ ପୂଜାର୍ଚ୍ଚନା

କୋରାପୁଟ,୧୧ା୭(ଅମିତାଭ ବେହେରା)-କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉମାନେ ଅଣସର ଘରେ ବିରାଜମାନ ମନ୍ଦିର ସମ୍ମୁଖରେ ପଟ୍ଟଦିଅଁଙ୍କୁ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଅଣସର ଘରେ…

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ଭୁବନେଶ୍ୱରରେ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧।୭: ରାଜଧାନୀ ଭୁବନେଶ୍ୱରର ବିଜେବି ନଗର ଅଞ୍ଚଳରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ପାଇଖାନା (ସେପ୍ଟିକ୍) ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri