ଖୋଲିଲା ବ୍ଲୁ ଫ୍ଲାଗ୍‌ ବେଳାଭୂମି

ପୁରୀ ଅଫିସ, ୧୩।୯: ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ବ୍ଲୁ ଫ୍ଲାଗ ବେଳାଭୂମି। ଶନିବାରଠାରୁ ପର୍ଯ୍ୟଟକମାନେ ଟିକେଟ୍‌ କାଟି ଏହି ପାଇଲଟ୍‌ ବ୍ଲୁ ଫ୍ଲାଗ ବେଳାଭୂମି ବୁଲିଛନ୍ତି। ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସାମିଲ କରିବା ପାଇଁ ଏହି ବ୍ଲୁ ଫ୍ଲାଗ ବିଚ୍‌ କରାଯାଇଛି। ଫଳରେ ଓଡ଼ିଶା ପର୍ଯ୍ୟଟନ ବିକାଶରେ ଆଉ ପାଦେ ଆଗକୁ ବଢିଛି।

ପ୍ରଥମ ଦିନରେ ପର୍ଯ୍ୟଟକ ବିଭିନ୍ନ ଶ୍ରେଣୀର ଟିକେଟ୍‌ କାଟିଛନ୍ତି। ବିଶେଷକରି ୨୦ ଟଙ୍କିଆ ଟିକେଟ ଅଧିକ କାଟିଥିବା ଜଣାପଡିଛି। ତେବେ ପ୍ରବେଶ ଦେୟ ଭିନ୍ନ ଭିନ୍ନ ରହିଛି। ଲୋକାଲ ଲୋକଙ୍କ ପାଇଁ ମାସିକିଆ ପାସ୍‌ ଦର ୩୦୦ ଟଙ୍କା ରଖାଯାଇଛି, ଯାହା ଦିନକୁ ଥରେ ୩ ଘଣ୍ଟା ପାଇଁ ଯାଇପାରିବେ। ସେହିପରି ୨୦ ଟଙ୍କା ଦେଇ ଦିନକୁ ଥରେ ୩ ଘଣ୍ଟା ପାଇଁ, ଦିନକୁ ଲୋକାଲ ଲୋକଙ୍କୁ ୫୦ଟଙ୍କା ଏବଂ ପର୍ଯ୍ୟଟକଙ୍କୁ ୧୦୦ ଟଙ୍କା ପ୍ରବେଶ ଶୁକ୍ଳ ଦେବାକୁ ଧାର୍ଯ୍ୟ ହୋଇଛି ।

ସୋସାଇଟି ଅଫ୍‌ ଇଣ୍ଟିଗ୍ରେଟେଡ଼ କୋଷ୍ଟାଲ ମ୍ୟାନେଜମେଣ୍ଟ ଏବଂ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ପୁରୀକୁ ପାଇଲଟ୍‌ ବ୍ଲୁ ଫ୍ଲାଗ ବିଚ୍‌ ଭାବେ ଚିହ୍ନଟ କରାଯାଇଛି। ପୁରୀ ବେଳାଭୂମିରେ ସ୍ବଚ୍ଛତା, ସବୁଜିମା, ବସିବା ପାଇଁ ଛତ୍ରୀ, ବାଥି ଜୋନ, ଅତ୍ୟାଧୁନିକ ଶୌଚାଳୟ ସୁବିଧା, ପାନୀୟଜଳ, ପାର୍କିିଂ ଓ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ସେହିପରି ବିଶୁଦ୍ଧ ପାନୀୟଜଳ, ୱାଚ୍‌ ଟାୱାର ସହ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସିସିଟିଭି, ଲାଇଫ୍‌ଗାର୍ଡ ଓ ସୁରକ୍ଷା କର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି ।

ସୂଚନାଥାଉ କି, ଗାନ୍ଧୀଘାଟଠାରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ୮୭୦ ମିଟର ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍‌ ପାଇଁ ଚିହ୍ନଟ କରାଯାଇ ଏହାର ବିକାଶ କରାଯାଇଛି। ପର୍ଯ୍ୟଟକଙ୍କୁ ଅନ୍ତର୍ଜାତୀୟ ସୁବିଧା ପ୍ରଦାନ ଲକ୍ଷ୍ୟ ନେଇ ଏଠାରେ ପରିବେଶ ଅନୁକୂଳଭିତ୍ତିକ ନିର୍ମାଣ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri