ପୁରୀ ବିଚ୍‌ ସ୍ୟାକ୍ସ ପ୍ରସ୍ତାବ ରଦ୍ଦ

ପୁରୀ ଅଫିସ,୩୧।୭: ପୁରୀ ବେଳାଭୂମିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ କାର୍ଯ୍ୟକାରୀ କରିବାକୁ ଥିବା ପ୍ରସ୍ତାବିତ ବିଚ୍‌ ସ୍ୟାକ୍ସ ଯୋଜନାକୁ ରଦ୍ଦ କରାଯାଇଛି। ପୁରୀ ସହରର ସମସ୍ତ ପ୍ରମୁଖ ଅନୁଷ୍ଠାନ ଓ ରାଜନୈତିକ ଦଳର ବିରୋଧ ପରେ ରାଜ୍ୟ ସରକାର ଏହି ପ୍ରସ୍ତାବକୁ ଖାରଜ କରିବା ସହ ପୁରୀ ବେଳାଭୂମିରେ ମଦ୍ୟପାନ ଓ କୁଟୀର ବ୍ୟବସ୍ଥା ହେବ ନାହିଁ ବୋଲି ଜିଲାପାଳ ସମର୍ଥ ବର୍ମା ଜଣାଇଛନ୍ତି। ଏ ନେଇ ଜିଲାପାଳ ବର୍ମା କହିଛନ୍ତି, ବିଚ୍‌ ସ୍ୟାକ୍ସ ପ୍ରସ୍ତାବକୁ ପ୍ରତ୍ୟାହର କରିନିଆଗଲା। ଏହା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଛି। ପୁରୀ ଏକ ଐତିହ୍ୟ ସହର। ଦେଶ ତଥା ଦେଶ ବାହାରୁ ଲୋକେ ଏଠାକୁ ଭ୍ରମଣ ଉଦ୍ଦେଶ୍ୟରେ ଆସନ୍ତି। ଧାର୍ମିକ ତୀର୍ଥ କ୍ଷେତ୍ର ପୁରୀର ପବିତ୍ରତାକୁ ଧ୍ୟାନ ଦେଇ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ପୁରୀକୁ ଐତିହ୍ୟ ସହର ଭାବେ ଅଧିକ ବିକଶିତ କରିବାର ପ୍ରୟାସ ଜାରି ରହିବ। ଅନ୍ୟପକ୍ଷେ ପୁରୀ ଦେଶର ଏକ ପ୍ରମୁଖ ତୀର୍ଥକ୍ଷେତ୍ର ହୋଇଥିବା ହେତୁ ଏଠାରେ ମଦ ବିକ୍ରି ଉପରେ ସ୍ଥାୟୀ ନିଷିଦ୍ଧାଦେଶ ଜାରି କରିବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଦାବି ଉଠିଛି। ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବୀମାନେ ପୁରୀ ସହରରେ ମଦକୁ ବ୍ୟାନ୍‌ କରିବା ସପକ୍ଷରେ ଥିବାବେଳେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ସମାନ ପ୍ରସଙ୍ଗ ଉଠାଇଛନ୍ତି। ଏ ସମ୍ପର୍କରେ ଜିଲାପାଳ କହିଛନ୍ତି, ପୁରୀ ସହରବାସୀଙ୍କ ପରାମର୍ଶ ଓ ମତ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ତୁରନ୍ତ ଅବଗତ କରାଯିବ। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପୁରୀ ସହରବାସୀ ସ୍ବାଗତ କରିଛନ୍ତି। ସରକାର ପୁରୀ ସହରବାସୀଙ୍କ ଦାବିକୁ ମାନି ନେଇ ଯୋଜନା ରଦ୍ଦ କରିବା ଘଟଣାକୁ ଦଳମତ ନିର୍ବିଶେଷରେ ସ୍ବାଗତ କରାଯାଇଛି।

ଭାଜପା ସମେତ ୨୫ ସଂଗଠନ ବିରୋଧ କରିଥିଲେ

ପୁରୀ ବେଳାଭୂମିରେ ମଦ୍ୟପାନ ବ୍ୟବସ୍ଥାକୁ ବିରୋଧ କରି ଭାଜପା ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାସଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି ଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ପୁରୀ ଏକ ଧାର୍ମିକ ସହର ହୋଇଥିବାରୁ ଏଭଳି ବ୍ୟବସ୍ଥା ଏଠାରେ କରିବା ଅନୁଚିତ। ଏଭଳି ଯୋଜନାକୁ କାର୍ଯ୍ୟକାରୀ ନ କରି ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି। ଏହି ଶୋଭାଯାତ୍ରାରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଦାବିପତ୍ର ଗ୍ରହଣ କରିବା ପରେ ବିଚ୍‌ ସ୍ୟାକ୍ସ ବ୍ୟବସ୍ଥାକୁ ରାଜ୍ୟ ସରକାର ରଦ୍ଦ କରିଥିବା କଥା ଜିଲାପାଳ କାର୍ଯ୍ୟକର୍ତ୍ତାଙ୍କୁ ଜଣାଇଛନ୍ତି। ସେହିଭଳି ପୁରୀ ବିଚ୍‌ ସ୍ୟାକ୍ସ ବ୍ୟବସ୍ଥାକୁ ବିରୋଧ କରି ୨୫ଟି ସଂଗଠନ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri