ମନ୍ଥର ଗତିରେ ଚାଲିଛି ଧାନକିଣା

ଖୋର୍ଦ୍ଧା ଅଫିସ,୪ା୩: ଖୋର୍ଦ୍ଧା ଜିଲାରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି। ମଣ୍ଡିରେ ଧାନବସ୍ତା ରଖି ଚାଷୀ ଜଗି ବସିଥିବା ବେଳେ ମିଲର୍ସ ବିଭିନ୍ନ ଆଳ ଦେଖାଇ ଧାନ ଉଠାଉ ନାହାନ୍ତି। ଫଳରେ ଚାଷୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଅନ୍ୟପଟେ ଏହାର ସୁଯୋଗ ନେଇ ଆନ୍ଧ୍ର ବେପାରୀ ଦଲାଲଙ୍କ ଜରିଆରେ ଗଁାରେ ପଶି ସରକାରୀ ଧାର୍ଯ୍ୟଠାରୁ କମ୍‌ ମୂଲ୍ୟରେ ଧାନ କିଣି ନେଉଛନ୍ତି। ଏ ନେଇ ଖବର ରହିଥିବା ସତ୍ତ୍ୱେ ଯୋଗାଣ ବିଭାଗ ନୀରବଦ୍ରଷ୍ଟା ସାଜିଛି। ମିଲର୍ସଙ୍କ ଉପରେ ମଧ୍ୟ ପ୍ରଶାସନର ନିୟନ୍ତ୍ରଣ ନାହିଁ। ଗତବର୍ଷ ମାର୍ଚ୍ଚ ୩ ସୁଦ୍ଧା ପ୍ରାୟ ୧୨ଲକ୍ଷ କୁଇଣ୍ଟାଲ ଧାନ କିଣାଯାଇଥିବା ବେଳେ ଚଳିତ ବର୍ଷ ଗୁରୁବାର ସୁଦ୍ଧା ୨୪,୬୦୦ ଚାଷୀଙ୍କଠାରୁ ମାତ୍ର ୮.୪୯ ଲକ୍ଷ କୁଇଣ୍ଟାଲ ଧାନ କିଣାଯାଇଥିବା ଯୋଗାଣ ବିଭାଗରୁ ସୂଚନା ମିଳିଛି। ତେବେ ଜିଲାର ମଣ୍ଡିରେ ଧାନକିଣା ମନ୍ଥର ଗତିରେ ଚାଲିଥିବାରୁ ଟାର୍ଗେଟ୍‌ ପୂରଣ ହେବା ନେଇ ଆଶଙ୍କା ଦେଖାଦେଇଛି।

ପ୍ରକାଶ ଯେ, ଚଳିତ ବର୍ଷ ଖରିଫ ଧାନ ବିକ୍ରି ଲାଗି ୪୬ହଜାର ଚାଷୀ ନାମ ପଞ୍ଜୀକରଣ କରିଥିବା ବେଳେ ୧୮ ଲକ୍ଷ କୁଇଣ୍ଟାଲ ଧାନ କିଣିବା ଲାଗି ଯୋଗାଣ ବିଭାଗ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ତେବେ ସମୟ ସରିଆସୁଥିବା ବେଳେ ଧାନକିଣା ମନ୍ଥର ଗତିରେ ଚାଲିଛି। ଧାର୍ଯ୍ୟ ଅନୁସାରେ ଧାନ କିିଣାଯିବା ନେଇ ଆଶଙ୍କା ଦେଖାଦେଇଛି। ମଣ୍ଡିରେ ଧାନ କିଣାଯାଉ ନ ଥିବା ନେଇ ବିଭିନ୍ନ ଅଞ୍ଚଳର ଚାଷୀ ଦୈନିକ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଅଭିଯୋଗ କରୁଛନ୍ତି। ପ୍ରତିବର୍ଷ ଡିସେମ୍ବର ଶେଷଆଡ଼କୁ ଧାନକିଣା ହୋଇ ମାର୍ଚ୍ଚ ୩୧ରେ ଶେଷ ହୋଇଥାଏ। ଚଳିତ ବର୍ଷ ଡିସେମ୍ବର ୨୫ ପରିବର୍ତ୍ତେ ଜାନୁୟାରୀ ୧୨ରେ ମଣ୍ଡିକୁ ଜିଲାପାଳ ଉଦ୍‌ଘାଟନ କଲେ। ତେବେ ଜିଲାପାଳଙ୍କ ଦ୍ୱାରା ମଣ୍ଡି ଉଦ୍‌ଘାଟନ ସତ୍ତ୍ୱେ ଧାନ ଗୁଣାତ୍ମକ ମାନର ନ ଥିବା କହି ମିଲର୍ସମାନେ କ୍ରୟ କରି ନ ଥିଲେ। ଫଳରେ ଚାଷୀ ଧାନ ବ୍ରିକି କରିପାରି ନ ଥିଲେ। ଏହାପରେ ସମସ୍ତ ମଣ୍ଡିରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଏନେଇ ବିଭିନ୍ନ ଚାଷୀ ସଙ୍ଗଠନ ରାସ୍ତାକୁ ଓହ୍ଲାଇବା ସହ ଧାନବସ୍ତା ରାସ୍ତା ଉପରେ ରଖି ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ଏହାସତ୍ତ୍ୱେ ଜିଲା ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଧାନକିଣା ନେଇ କୌଣସି ବ୍ୟବସ୍ଥା କରାଯାଇ ନ ଥିବା କେତେକ ଚାଷୀ ସଙ୍ଗଠନ ଅଭିଯୋଗ ଆଣିଛନ୍ତି। ଚାଷୀଙ୍କୁ ଧାନ କେବଳ ଝୋଟଅଖାରେ ଆଣିବା ପାଇଁ ରାଜ୍ୟ ଯୋଗାଣ ବିଭାଗର ନିର୍ଦ୍ଦେଶ ସତ୍ତ୍ୱେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଏକାଧିକ ମିଲର୍ସ ଚାଷୀଙ୍କଠାରୁ କମ୍‌ ମୂଲ୍ୟରେ ଧାନ କିଣି ଗୋଦାମରେ ଷ୍ଟକ୍‌ ରଖୁଥିବା ଜଣାପଡିଛି। ବାଲିଅନ୍ତାର ଏକ ମିଲ୍‌ ମାଲିକଙ୍କୁ ଜିଲାପାଳ ବ୍ଲାକ୍‌ ଲିଷ୍ଟେଡ୍‌ ଘୋଷଣା କରିବା ସହ ଧାନକିଣା ଉପରେ ରୋକ୍‌ ଲଗାଇଛନ୍ତି। ଜିଲାର ଅନ୍ୟ ମିଲ୍‌ ମାଲିକମାନେ ଦଲାଲଙ୍କ ଜରିଆରେ ଚାଷୀଙ୍କଠାରୁ କମ୍‌ ମୂଲ୍ୟରେ ଧାନ କିଣୁଥିବା ଜଣାପଡ଼ିଛି। ଏପଟେ ଟୋକନ ଅବଧି ସରିବାକୁ ବସିଲାଣି। ଚାଷୀ ମଣ୍ଡିକୁ ଧାନ ଆଣୁଥିବା ବେଳେ ମିଲର୍ସମାନେ ବିଭିନ୍ନ ଆଳ ଦେଖାଇ କୁଇଣ୍ଟାଲ ପିଛା ୭ରୁ ୧୦ କେଜି ପର୍ଯ୍ୟନ୍ତ କଟ୍‌ନିଛଟ୍‌ନି କରୁଛନ୍ତି। ପ୍ରତିବାଦ କଲେ ଗୁଣାତ୍ମକ ମାନ ଠିକ୍‌ ନ ଥିବା କହୁଥିବା ଚାଷୀ ସଙ୍ଗଠନ ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ଯୋଗାଣ ଅଧିକାରୀ ସୁଗୁଡା ମୁର୍ମୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ

ମୋହନା, ୯।୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ବେଆଇନ ବିସ୍ଫୋରକ ବିରୋଧରେ ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଅଭିଯାନ: ୧୮ ମାମଲା ରୁଜୁ, ୨୪ ଗିରଫ

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ବିସ୍ଫୋରକ ପଦାର୍ଥର ବେଆଇନ ମହଜୁଦ, ପରିବହନ ଓ ଦୁରୁପଯୋଗକୁ ରୋକିବା ଲକ୍ଷ୍ୟରେ ଗଞ୍ଜାମ ପୋଲିସ ପକ୍ଷରୁ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri