ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀ ସନ୍ନ୍ୟାସୀ ଜୀଙ୍କୁ ‘ପୁଣ୍ୟଶ୍ଳୋକ’ ସମ୍ମାନ

କଟକ ଅଫିସ୍‌,୨୪।୫: କଟକ ଜିଲା ତେଲେଙ୍ଗା ପେଣ୍ଠ ନିକଟସ୍ଥ ରାମନଗର ଗ୍ରାମର ୧୭ତମ ବାର୍ଷିକ ରାମଲୀଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ରାମ ଦରବାରରେ ଗ୍ରାମ କମିଟି ପକ୍ଷରୁ ଓଡିଶାର ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ଭକାର, ସୁବକ୍ତା, ସଂଗଠକ ତଥା ମହାନ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଶ୍ରୀ ସନ୍ୟାସୀ ଜୀଙ୍କୁ ‘ପୁଣ୍ୟଶ୍ଳୋକ’ ସମ୍ମାନ ପ୍ରଦାନ କରାଯାଇଛି l
ଶ୍ରୀ ସନ୍ନ୍ୟାସୀ ଜୀ ଖୁବକମ ବୟସରୁ ସେ ଆଧ୍ୟାତ୍ମିକ ସ୍ତମ୍ଭ ଲେଖିବା ଆରମ୍ଭ କରିଥିଲେ। ଆଜିକୁ ପନ୍ଦର ବର୍ଷ ହେଲା ଦୈନିକ ‘ଧରିତ୍ରୀ’ ରେ ମାସିକ ସ୍ତମ୍ଭ ‘ଚିନ୍ମୟ ଚିନ୍ତନ’ ଲେଖି ଓଡିଶାର ପାଠିକାପାଠକଙ୍କ ଠାରେ ବିଶେଷ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଏହସହ ସେ ଅନେକ ଖବରକାଗଜରେ ଆଧ୍ୟତ୍ମିକ ସ୍ତମ୍ଭ ଲେଖନ୍ତି।
ଆକାଶବାଣୀ କଟକର ‘ଅନୁଚିନ୍ତା’ ଉପସ୍ଥାପକ ଠାରୁ ଆରମ୍ଭ କରି ଆଧ୍ୟାତ୍ମିକ ଚାନେଲ ‘ପ୍ରାର୍ଥନା’ର ‘ତର୍କେ ବହୁ ଦୂର’ କାର୍ଯ୍ୟକ୍ରମର ଅତିଥି ପର୍ଯ୍ୟନ୍ତ ସବୁଠି ସେ ନିଜ ଆଧ୍ୟାତ୍ମିକ ଚିନ୍ତାଧାରା ସେ ଲୋକଙ୍କ ସହ ବାଣ୍ଟନ୍ତି। ଏତଦ ବ୍ୟତୀତ ସେ ଜଣେ ଓଜସ୍ବିନୀ ବକ୍ତା ଏବଂ ପ୍ରବଚକ ମଧ୍ୟ l ଦେବ ବାଣୀ, ଗୁରୁ ଗ୍ରହଣର ପ୍ରୟୋଜନୀୟତା ଏବଂ ନିତ୍ୟ ପ୍ରାର୍ଥନା ନାମକ ତିନି ଖଣ୍ଡ ଆଧ୍ୟାତ୍ମିକ ପୁସ୍ତକ ସେ ରଚନା କରିବା ସହିତ ଓଡ଼ିଶାର ଲୋକପ୍ରିୟ ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନେ’ର ସମ୍ପାଦକ ମଧ୍ୟ ଅଟନ୍ତି l ଏ ପର୍ଯ୍ୟନ୍ତ ଅବିବାହିତ ରହି ଆଧ୍ୟାତ୍ମିକ ସାଧନାରେ ରତ ଥିବା ଶ୍ରୀ ସନ୍ନ୍ୟାସୀ ଜୀଙ୍କୁ ନିଜ ଗାଁ ମାଟିରେ ଏପରି ଏକ ସମ୍ମାନ ମିଳିଥିବାରୁ ସେ ଗ୍ରାମ କମିଟିର ସଭାପତି ପ୍ରକାଶ ଚନ୍ଦ୍ର ନାୟକ, ସମ୍ପାଦକ ଲକ୍ଷ୍ମୀଧର ସେଠୀଙ୍କ ସମେତ ସମଗ୍ର ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ନିର୍ଯାତନା ଅଭିଯୋଗ, ସ୍ବାମୀ ଫେରାର

ଦିଗପହଣ୍ଡି,୨୦ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବାରିକସାହିରେ ମହିଳାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ ହୋଇଛି। ଲିଲିମା ନାୟକ ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ସନ୍ତୋଷ ନାୟକ...

ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇବା ଲକ୍ଷ୍ୟ ୧୦୬ ଦେଶର ୪୪୧୪ ଖବରକାଗଜ ପ୍ରଦର୍ଶିତ

ଭୁବନେଶ୍ୱର,୧ା୧୨ (ବ୍ୟୁରୋ) ଖବରକାଗଜ ସଂଗ୍ରହ କରିବା ତାଙ୍କର ଏକ ସଉକ। ଏପରିକି ଭିନ୍ନ ଭିନ୍ନ ଦେଶର ସବୁ ଖବରକାଗଜ ସଂଗ୍ରହ ତାଙ୍କର ଏବେ ନିଶା ପାଲଟିଯାଇଛି।...

କେନ୍ଦ୍ରାପଡ଼ାରେ ୬ କରୋନା ପଜିଟିଭ ଚିହ୍ନଟ : ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୬୧, ସୁସ୍ଥ ହେଲେଣି ୨୬ଜଣ

କେନ୍ଦ୍ରାପଡା ଅଫିସ, ୨୬ା୫: କେନ୍ଦ୍ରାପଡା ଜିଲା ଡେରାବିଶ, ମହାକାଳପଡା ବ୍ଲକ ଅଞ୍ଚଳରୁ ମଙ୍ଗଳବାର ନୂତନ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ...

ରେଳଷ୍ଟେଶନ ପରିସରରୁ ଜବରଦଖଲ ଉଚ୍ଛେଦ

ବେତନଟୀ,୧୦ା୧୨(ଡି.ଏନ୍‌.ଏ.)- ବେତନଟୀ ରେଳଷ୍ଟେଶନ ପରିସରରେ ଦୀର୍ଘ ବର୍ଷ ଧରି ଦୋକାନ ବଜାର ଓ ଡ଼େଲି ପରିବା ମାର୍କେଟ ଗଢି ଉଠିଥିବାବେଳେ ସୋମବାର ଏହାକୁ ଉଚ୍ଛେଦ କରାଯାଇଛି।...

ଅସ୍ଥାୟୀ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ସାରସକଣା,୫।୧୧(ଡି.ଏନ.ଏ.): ୪ବର୍ଷ ହେଲା ଗ୍ରାମରେ ସ୍ଥାୟୀ ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ। ଏକ କ୍ଲବ ଗୃହକୁ ଅସ୍ଥାୟୀ ଅଙ୍ଗନଓ୍ବାଡି ରୂପେ ବ୍ୟବହାର କରି ପିଲାଙ୍କୁ ପଢ଼ାଯାଉଛି। ନୂତନ...

ଫାଟ ଲୁଚାଇବାକୁ ସିମେଣ୍ଟ ଲେପ

ବୁଗୁଡ଼ା,୧୨ା୬(ଡି.ଏନ.ଏ.): ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଥିବା ବେଳେ ତାହା ଶେଷ ହେବା ପୂର୍ବରୁ କାନ୍ଥ ଫାଟି...

ବାଲି ଚୋରାଚାଲାଣରେ ଅଙ୍କୁଶ ନାହିଁ

ଜଗତ୍‌ସିଂହପୁର ଅଫିସ, ୧୭ା୫: ଜଗତ୍‌ସିଂହପୁର ଜିଲାରେ ବେଧଡ଼କ ଚାଲିଛି ବାଲି ଚୋରାଚାଲାଣ। ଏହା ଉପରେ ଅଙ୍କୁଶ ରହୁନି। ପ୍ରବଳ ଗ୍ରୀଷ୍ମରେ ସାରା ଜିଲାବାସୀ ଆଉଟୁପାଉଟୁ ହେଉଥିବାବେଳେ...

କନ୍ଧମାଳ କରୋନା ମୁକ୍ତ ଘୋଷଣା ୧୨ ଘଣ୍ଟା ପୂରିଲାନି ପୁଣି ୮ ଆକ୍ରାନ୍ତ

ଫୁଲବାଣୀ ଅଫିସ, ୫ା୭- କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ କରୋନା ମୁକ୍ତ ଜିଲା ଘୋଷଣା ହେବାର ମାତ୍ର ୧୨ ଘଣ୍ଟା ପୂରିଲା ନାହିଁ। ଜିଲାରେ ପୁଣି...

Advertisement
Archives

Model This Week