Posted inଖେଳ

ପଞ୍ଜାବ ବିଦା, ରାଜସ୍ଥାନ ବିଜୟୀ

ଧର୍ମଶାଳା, ୨୦।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୪ ଉଇକେଟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଫଳରେ ପଞ୍ଜାବ ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିବାବେଳେ ରାଜସ୍ଥାନ ପ୍ଲେ-ଅଫ୍‌ ଆଶା ପାଇଁ ଅନ୍ୟ ଦଳ ଗୁଡ଼ିକର ଫଳାଫଳ ଅପେକ୍ଷାରେ ରହିଛି। ୧୪ ମ୍ୟାଚରୁ ୧୪ ପଏଣ୍ଟ ପାଇଛି ରାଜସ୍ଥାନ। ଅନ୍ୟପକ୍ଷରେ ପଞ୍ଜାବ ୧୪ ମ୍ୟାଚରୁ ମାତ୍ର ୧୨ ପଏଣ୍ଟ ସହିତ ବିଦାୟ ପଥ ଦେଖିଛି। ଉଭୟ ଦଳପାଇଁ ଲିଗ୍‌ ପର୍ଯ୍ୟାୟରେ ଏହାଥିଲା ଶେଷ ମ୍ୟାଚ। ପଞ୍ଜାବ ୨୦ ଓଭରରେ ୫ ଉଇକେଟ ହରାଇ ୧୮୭ ରନ କରିଥିବାବେଳେ ରାଜସ୍ଥାନ ୧୯.୪ ଓଭରରେ ୬ ଉଇକେଟ ହରାଇ ୧୮୯ ରନ ସଂଗ୍ରହ କରି ନେଇଥିଲା।
ଟସ୍‌ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପଞ୍ଜାବର ଆରମ୍ଭ ଭଲ ହୋଇ ନ ଥିଲା। ମାତ୍ର ୨ ରନରେ ପ୍ରଥମ ଏବଂ ୫୦ ରନ ମଧ୍ୟରେ ୪ ଉଇକେଟ ହରାଇ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରଭସିମରନ ସିଂ ୨, ଅଧିନାୟକ ଶିଖର ଧାଓ୍ବନ ୧୭, ଅଥର୍ବ ତାଇଦେ ୧୯ ଓ ଲିଆମ ଲିଭିଂଷ୍ଟୋନ ୯ ରନକରି ଆଉଟ ହୋଇଥିଲେ। ତେବେ ଲୋୟର ଅର୍ଡରରେ ୩ ଖେଳାଳି ଦ୍ରୁତ ହାରରେ ରନ ସଂଗ୍ରହ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସାମ୍‌ କୁରାନ ୩୧ ବଲ୍‌ରୁ ସର୍ବାଧିକ ୪୯ (୪ ଚୌକା, ୨ ଛକା) ଓ ଶାହରୁଖ ଖାଁ ୨୩ ବଲ୍‌ରୁ ୪୧ (୪ ଚୌକା, ୨ ଛକା) ରନକରି ଅପରାଜିତ ରହିଥିଲେ। ଜୀତେଶ ଶର୍ମା ୨୮ ବଲ୍‌ରୁ ୪୪ (୩ ଚୌକା, ୩ ଛକା) ରନକରି ଆଉଟ ହୋଇଥିଲେ। ଅସମାପ୍ତ ୬ଷ୍ଠ ଉଇକେଟରେ କୁରାନ ଓ ଶାହରୁଖ ମାତ୍ର ୩୭ ବଲ୍‌ରୁ ୭୩ ରନ ସଂଗ୍ରହ କରିଥିଲେ। ପୂର୍ବରୁ କୁରାନ ଓ ଜୀତେଶ ୫ମ ଉଇକେଟରେ ୪୪ ବଲ୍‌ରୁ ୬୪ ରନ ସଂଗ୍ରହ କରି ଇନିଂସ ସମ୍ଭାଳିଥିଲେ। ଶେଷ ୨ ଓଭରରୁ ପଞ୍ଜାବ ୪୬ ରନ ସଂଗ୍ରହ କରିଥିଲା। ରାଜସ୍ଥାନ ପକ୍ଷରୁ ନବଦୀନ ସଇନୀ ସର୍ବାଧିକ ୩ଟି ଏବଂ ଟ୍ରେଣ୍ଟ ବୋଲ୍ଟ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ସନ୍ଦୀପ ଶର୍ମା ଓ ୟୁଜବେନ୍ଦ୍ର ଚହଲ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।
୧୮୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ମାତ୍ର ୧୨ ରନରେ ଜୋଶ୍‌ ବଟଲର(୦)ଙ୍କ ଉଇକେଟ ହରାଇ ପ୍ରଥମ ଝଟ୍‌କା ଖାଇଥିଲା। ତେବେ ଯଶଶ୍ୱୀ ଜୟସ୍ବାଲ ଓ ଦେବଦତ୍ତ ପଡିକାଲ ଦ୍ୱିତୀୟ ଉଇକେଟରେ ୪୯ ବଲ୍‌ରୁ ୭୩ ରନ ସଂଗ୍ରହ କରି ଇନିଂସ ସମ୍ଭାଳି ନେଇଥିଲେ। ଅର୍ଦ୍ଧଶତକ ହାସଲ କରିବାପରେ ପଡିକାଲ ୫୧ ରନକରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ସେ ୩୦ଟି ବଲ୍‌ର ସମ୍ମୁଖୀନ ହୋଇଥିବାବେଳେ ନିଜ ଇନିଂସରେ ୫ ଚୌକା, ୩ ଛକା ମାରିଥିଲେ। ୫ ରନ ବ୍ୟବଧାନରେ ଅଧିନାୟକ ସଞ୍ଜୁ ସାମସନ (୨)ଙ୍କ ଉଇକେଟ ହରାଇ ରାଜସ୍ଥାନ ପୁଣି ସଙ୍କଟରେ ପଡ଼ିଥିଲା। ତେବେ ଜୟସ୍ବାଲ ଓ ଶିମରନ ହେଟମେର ୪ର୍ଥ ଉଇକେଟରେ ମାତ୍ର ୨୨ ବଲ୍‌ରୁ ୪୭ ରନ ସଂଗ୍ରହ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ। ଜୟସ୍ବାଲ ଠିକ୍‌ ୫୦ (୩୬ ବଲ, ୮ ଚୌକା) ରନ କରି ଆଉଟ ହୋଇଥିବାବେଳେ ହେଟମେର ୨୮ ବଲ୍‌ରୁ ଦ୍ରୁତ ୪୬ (୪ ଚୌକା, ୩ ଛକା) ରନକରି ପ୍ୟାଭିଲିୟନ ଫେରିଥିଲେ। ଶେଷ ଓଭରରୁ ବିଜୟ ପାଇଁ ୯ ରନ ଆବଶ୍ୟକ ହେଉଥିଲା। ପ୍ରଥମ ୩ ବଲ୍‌ରୁ ୪ ରନ ଆସିଥିବାବେଳେ ରାହୁଲ ଚହରଙ୍କ ୪ର୍ଥ ବଲ୍‌କୁ ଛକାରେ ପରିଣତ କରି ଧ୍ରୁବ ଜୁରେଲ ପ୍ରତୀକ୍ଷାର ଅବସାନ ଘଟାଇଥିଲେ। ପଞ୍ଜାବ ବୋଲରଙ୍କ ମଧ୍ୟରେ କାଗିଶୋ ରାବାଡ଼ା ୨ଟି ଏବଂ ସାମ୍‌ କୁରାନ, ଅର୍ଶଦୀପ ସିଂ, ନାଥାନ ଏଲିସ ଓ ରାହୁଲ ଚହର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୧୮୭/୫ (ସାମ୍‌ କୁରାନ-୪୯*, ଜୀତେଶ ଶର୍ମା-୪୪, ଶାହରୁଖ ଖାଁ-୪୧*, ନବଦୀପ ସଇନି-୩/୪୦, ଟ୍ରେଣ୍ଟ ବୋଲ୍ଟ-୧/୩୫, ଆଡାମ ଜାମ୍ପା-୧/୨୬)। ରାଜସ୍ଥାନ ରୟାଲ୍ସ ୧୯.୪ ଓଭରରେ ୧୮୯/୬ (ଦେବଦତ୍ତ ପଡିକାଲ-୫୧, ଜସଶ୍ୱୀ ଜୟସ୍ବାଲ-୫୦, ଶିମ୍‌ରନ ହେଟମେର-୪୬, କାଗିଶୋ ରାବାଡ଼ା-୨/୪୦, ନାଥାନ ଏଲିସ-୧/୩୪, ଅର୍ଶଦୀପ ସିଂ-୧/୪୦, ସାମ୍‌ କୁରାନ-୧/୪୬, ରାହୁଲ ଚହର-୧/୨୮)।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?