ହାଇଦ୍ରାବାଦ୍‌କୁ ହରାଇଲା ପଞ୍ଜାବ

ଦୁବାଇ,୨୫।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୩ତମ ମ୍ୟାଚ୍‌ରେ ଶନିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ୧୨ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ ପରି ପଞ୍ଜାବ ୨୦ ଓଭରରେ ୭ ଉଇକେଟ ହରାଇ ୧୨୬ ରନ ସଂଗ୍ରହ କରିଥିଲା। ଜବାବରେ ହାଇଦ୍ରାବାଦ ସୁବିଧାଜନକ ସ୍ଥିତିରେ ଥାଇ ମଧ୍ୟ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୧୯.୫ ଓଭରରେ ୧୧୪ ରନ କରି ଅଲଆଉଟ ହୋଇଛି। ଦଳ ତରଫରୁ ଅଧିନାୟକ ଡେଭିଡ୍‌ ଓ୍ବାର୍ନର ୩୫, ଜନି ବେୟାରଷ୍ଟୋ ୧୯, ଅବଦୁଲ ସମାଦ ୭, ମନୀଷ ପାଣ୍ଡେ ୧୫, ବିଜୟ ଶଙ୍କର ୨୬, ଜାସନ ହୋଲ୍ଡର ୫ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଅର୍ଶଦୀପ ସିଂ ଓ କ୍ରିସ୍‌ ଜୋର୍ଡାନ ୩ଟି ଲେଖାଏ, ମହମ୍ମଦ ସାମି, ମୁରୁଗାନ ଅଶ୍ୱିନ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପଞ୍ଜାବ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରିଥିଲା। ପ୍ରଥମ ଉଇକେଟରେ ଅଧିନାୟକ ତଥା ଓପନର ଲୋକେଶ ରାହୁଲ ଓ ମନଦୀପ ସିଂ ୩୦ ବଲରୁ ୩୭ ରନ ସଂଗ୍ରହ କରିଥିଲେ। ତେବେ ମନଦୀପ ୧୪ ବଲରୁ ୧ ଚୌକା ସହ ୧୭ ରନକରି ସନ୍ଦୀପ ଶର୍ମାଙ୍କ ବଲ୍‌ରେ ରସିଦ୍‌ ଖାନ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ରଥମେ ଆଉଟ ହୋଇଥିଲେ। ଇନ୍‌ଫର୍ମ ଅଭିଜ୍ଞ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ ଆଶନୁରୂପ ପ୍ରଦର୍ଶନ କରି ନ ପାରି ୨୦ ବଲରୁ ୨ ଚୌକା ଓ ୧ ଛକା ସହ ୨୦ ରନ କରି ଜାସନ ହୋଲ୍ଡରଙ୍କ ବଲ୍‌ରେ ଲଙ୍ଗ୍‌ ଅଫ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କୁ ସିଧା ସଳଖ କ୍ୟାଚ୍‌ ଦେଇଥିଲେ। ରାହୁଲ ୨୭ ବଲରୁ ୨ ଚୌକା ଓ ୧ ଛକା ସହ ୨୭ ରନକରି ଜମିଆସୁଥିବା ବେଳେ ରସିଦ ଖାନଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୧୩ ବଲରୁ ୧୨ ରନ କରି ଲଙ୍ଗ୍‌ ଅନ୍‌ରେ ଓ୍ବାର୍ନରଙ୍କୁ କ୍ୟାଚ୍‌ ଦେଇ ସନ୍ଦୀପଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। କ୍ରିସ୍‌ ଜୋର୍ଡାନ ୭, ମୁରୁଗାନ ଅଶ୍ୱିନ ୪ ରନକରି ଆଉଟ ହୋଇଥିଲେ । ନିକୋଲାସ ପୁରନ ୨୮ ବଲରୁ ୨ ଚୌକା ସହ ୩୨ରନ କରି ଅପରାଜିତ ରହିଥିଲେ। ବୋଲିଂରେ ହାଇଦ୍ରାବାଦ୍‌ ତରଫରୁ ସନ୍ଦୀପ, ହୋଲ୍ଡର ଓ ରସିଦ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୧୨୬/୭
(ପୁରନ- ୩୨*, ରାହୁଲ- ୨୭, ଗେଲ୍‌- ୨୦, ମନଦୀପ୍‌-୧୭, ମ୍ୟାକ୍ସଓ୍ବେଲ- ୧୨, ସନ୍ଦୀପ- ୨/୨୯, ହୋଲ୍ଡର- ୨/୨୭, ରସିଦ- ୨/୧୪ )।
ସନରାଇଜର୍ସ ହାଇଦ୍ରାବାଦ୍‌ ୧୯.୫ ଓଭରରେ ୧୧୪
(ଓ୍ବାର୍ନର- ୩୫, ବେୟାରଷ୍ଟୋ- ୧୯, ପାଣ୍ଡେ- ୧୫, ଶଙ୍କର- ୨୬, ସାମି- ୧/୩୪, ମୁରୁଗାନ ଅଶ୍ୱିନ- ୧/୨୭, ବିଷ୍ଣୋଇ- ୧/୧୩, ଜୋର୍ଡାନ- ୩/୧୭, ଅର୍ଶଦୀପ-୩/୨୩ )।


Enter your email to get our daily news in your inbox.

All Right Reserved By Dharitri.Com

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ଟି-୨୦ ବିଶ୍ଵକପ୍ ପୂର୍ବରୁ ପାକିସ୍ତାନକୁ ନିର୍ଧୂମ ଛେଚିଲା ଭାରତ; ୮ ୱିକେଟରେ ଜିତିଲା ମହିଳା ଦଳ

ବ୍ୟାଙ୍କକ୍,୧୫।୨: କଲମ୍ବୋରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ୍ ପୁରୁଷ ଟି-୨୦ ବିଶ୍ଵକପ୍ ମ୍ୟାଚ୍ ପୂର୍ବରୁ, ବ୍ୟାଙ୍କକରେ ଭାରତୀୟ ମହିଳା ‘ଏ’ ଦଳ ପାକିସ୍ତାନକୁ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri