Posted inଖେଳ

ଆଇପିଏଲ୍‌ ଅଧାରୁ ଛାଡି ପଳାଇଲେ ‘ୟୁନିଭର୍ସ ବସ୍‌’: ଜାଣନ୍ତୁ କାହିଁକି

ଦୁବାଇ,୧।୧୦: ଆଇପିଏଲ ୨୦୨୧ରେ ପଞ୍ଜାବ କିଙ୍ଗସକୁ ଏକ ବଡ଼ ଝଟ୍‌କା ଲାଗିଛି। କୋଲକାତା ନାଇଟ ରାଇଡର୍ସ ବିପକ୍ଷ ଆଜିର ମ୍ୟାଚ ପୂର୍ବରୁ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଆଇପିଏଲରୁ ଓହରି ଯାଇଛନ୍ତି। ବାୟୋ-ବବଲ ଥକ୍କା କାରଣରୁ ସେ ଆଇପିଏଲରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। କାରିବିଆନ ପ୍ରିମିୟର ଲିଗ ଖେଳିବା ପରେ ସିଧାସଳଖ ଆଇପିଏଲରେ ଭାଗ ନେବାକୁ ଗେଲ ୟୁଏଇକୁ ଆସିଥିଲେ।
ଆଇପିଏଲ ଛାଡିବା ପରେ ଗେଲ କହିଛନ୍ତି ଯେ ଟି -୨୦ ବିଶ୍ୱକପ ପୂର୍ବରୁ ସେ ନିଜକୁ ମାନସିକ ସ୍ତରରେ ସତେଜ କରିବାକୁ ଚାହୁଁଛନ୍ତି। ଗେଲ ଚଳିତ ବର୍ଷ ଜୁନ ଠାରୁ ବାୟୋ-ବବୁଲରେ ଥିଲେ। ପ୍ରଥମେ ଘରୋଇ ସିରିଜ (ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ବିପକ୍ଷରେ ୧୪ ଟି -୨୦ ଅନ୍ତର୍ଭୁକ୍ତ) ଏବଂ ପରେ କାରିବିଆନ ପ୍ରିମିୟର ଲିଗ (ସିପିଏଲ) ଏବଂ ଏବେ ଆଇପିଏଲ ଖେଳୁଥିଲେ। ଗେଲ ଏକ ବିବୃତ୍ତିରେ କହିଛନ୍ତି ଯେ, ଗତ କିଛି ମାସ ମଧ୍ୟରେ ମୁଁ ୱେଷ୍ଟଇଣ୍ଡିଜ, କାରିବିଆନ ପ୍ରିମିୟର ଲିଗ ଏବଂ ପରେ ଆଇପିଏଲର ବାୟୋ-ବବୁଲରେ ଥିଲି। ମୁଁ ନିଜକୁ ମାନସିକ ସ୍ତରରେ ସତେଜ କରିବାକୁ ଚାହେଁ। ମୁଁ ଟି -୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜକୁ ସାହାଯ୍ୟ କରିବା ଏବଂ ଦୁବାଇରେ ବିରତି ନେବାକୁ ଚାହୁଁଛି। ମୋତେ ସମୟ ଦେଇଥିବାରୁ ପଞ୍ଜାବ କିଙ୍ଗ୍ସକୁ ଧନ୍ୟବାଦ।ମୋର ଇଚ୍ଛା ଏବଂ ଆଶା ସବୁବେଳେ ଦଳ ସହିତ ଥାଏ। ଆଗାମୀ ମ୍ୟାଚ ପାଇଁ ଦଳକୁ ଶୁଭେଚ୍ଛା।
ବାୟୋ-ବବୁଲ କାରଣରୁ ଗତ କିଛି ମାସ ମଧ୍ୟରେ କ୍ରିକେଟରୁ ବିରତି ନେବାରେ ଗେଲ ପ୍ରଥମ ଖେଳାଳି ନୁହଁନ୍ତି। ତାଙ୍କ ପୂର୍ବରୁ ବେନ ଷ୍ଟୋକ୍ସ ମଧ୍ୟ ମାନସିକ ଚାପ ଦର୍ଶାଇ ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ଓହରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri