ଜାଣନ୍ତି ଆପଣଙ୍କ ପାଇଁ କେଉଁ ଲାଫିଙ୍ଗ୍‌ ବୁଦ୍ଧ ଅତ୍ୟନ୍ତ ଶୁଭଦାୟକ

ଲାଫିଙ୍ଗ୍‌ ବୁଦ୍ଧ ପ୍ରାୟ ସମସ୍ତେ ଦେଖିଥିବେ। ଲାଫିଙ୍ଗ୍‌ ବୁଦ୍ଧ ଘରେ ରଖିଲେ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ଏହା ସୁଖ ଏବଂ ସମୃଦ୍ଧିର ପ୍ରତୀକ। ଅନେକ ପ୍ରକାର ଲାଫିଙ୍ଗ୍‌ ବୁଦ୍ଧ ରହିଛି। କିନ୍ତୁ ଜାଣନ୍ତି କି କେଉଁ ଲାଫିଙ୍ଗ୍‌ ବୁଦ୍ଧ ଅତ୍ୟନ୍ତ ଶୁଭଦାୟକ ବୋଲି। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ କ’ଣ କହିଛନ୍ତି ବାସ୍ତୁବିତ୍‌…

– ଯଦି ଆପଣ ଆର୍ଥିକ ସମସ୍ୟାରେ ପଡ଼ନ୍ତି, ଏହାର କୌଣସି ସମାଧାନର ବାଟ ପାଉନାହାନ୍ତି ତେବେ ଲାଫିଙ୍ଗ୍‌ ବୁଦ୍ଧ ନେଇ ଘରେ ରଖନ୍ତୁ। ଏହା ଦ୍ୱାରା ଆର୍ଥିକ ସମସ୍ୟା ଧିରେ ଧିରେ ଦୂର ହେବ।

– ଯଦି ଆପଣ କଠିନ ପରିଶ୍ରମ ପରେ ମଧ୍ୟ ଇଚ୍ଛାକୃତ ଅଗ୍ରଗତି ପାଇପାରୁନାହାନ୍ତି ତେବେ ଘରେ କିମ୍ବା ଅଫିସରେ ହାତରେ କମଣ୍ଡଳୁ ଧରିଥିବା ଏକ ଲାଫିଙ୍ଗ୍‌ ବୁଦ୍ଧ ରଖନ୍ତୁ।

– ଘରେ ମାନସିକ ସମସ୍ୟା ଥିଲେ ଡ୍ରଇଂ ରୁମ୍‌ରେ ଏପରି ସ୍ଥାନରେ ଲାଫିଙ୍ଗ୍‌ ବୁଦ୍ଧ ରଖନ୍ତୁ ଯେଉଁଠାରେ ସମସ୍ତଙ୍କ ନଜର ପଡ଼ିପାରିବ।

– ହାତରେ ଫୁଲମାଳ ଧରିଥିବା ଲାଫିଙ୍ଗ୍‌ ବୁଦ୍ଧ ଘରେ ରଖିବା ଜ୍ଞାନର ପ୍ରତୀକ ଭାବରେ ବିବେଚନା କରାଯାଏ। ଛାତ୍ରୀଛାତ୍ର ନିଜ ଷ୍ଟଡି ରୁମ୍‌ରେ ଏପରି ଲାଫିଙ୍ଗ୍‌ ବୁଦ୍ଧ ରଖିବା ଉଚିତ୍‌।

– ଦୁଇ ହାତ ଉପରକୁ ଉଠାଇ ହସୁଥିବା ଲାଫିଙ୍ଗ୍‌ ବୁଦ୍ଧ ଘରେ ରଖିଲେ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଏପରି ମୂର୍ତ୍ତି ଘରର ମୁଖ୍ୟ ଫାଟକ ନିକଟରେ ରଖିବା ଉଚିତ୍‌।

– ମନେ ରଖିବେ ଲାଫିଙ୍ଗ୍‌ ବୁଦ୍ଧଙ୍କୁ କେବେ ବି ସିଧାସଳଖ ଭୂମିରେ ରଖିବା ଉଚିତ୍‌ ନୁହେଁ। ଭୂମିଠାରୁ ଅତି କମ୍‌ରେ ୩୦ ଇଞ୍ଚ ଉଚ୍ଚରେ ରଖିବା ଉଚିତ୍‌ ବୋଲି ବାସ୍ତୁବିତ୍‌ମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୂରକରନ୍ତୁ ରୁପି

ଶୀତଦିନେ ରୁପି ସମସ୍ୟା ଅନେକଙ୍କ ଲାଗି ଚିନ୍ତାର କାରଣ ପାଲଟେ, ଯାହାକୁ ରୋକିବା ଲାଗି ସେମାନେ ବିଭିନ୍ନ ଉପାୟ ଆପଣେଇଥାନ୍ତି। ହେଲେ ଏଭଳି କିଛି ଖାଦ୍ୟ...

ସମର୍ପଣର ପର୍ବ

ଏଥର ଆଉ ନାହିଁ ଲକ୍‌ଡାଉନ କଟକଣା। ମନ୍ଦିର ସାଙ୍ଗକୁ ଦୋକାନ ବଜାର ବି ଖୋଲା। ତେଣୁ ବିଧି ମୁତାବକ ସାବିତ୍ରୀ ପାଳନ କରିବା ପାଇଁ ବେଶ୍‌...

ଯନ୍ତ୍ରଣାରୁ ଉପଶମ ଦେବ ଡିଭାଇସ୍‌

ଆଜିକାଲିର ଇଲେକଟ୍ରୋନିକ୍‌ ଯୁଗରେ ଡିଭାଇସ୍‌କୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଏହି ତାଲିକାରେ ସ୍ବିଡେନ୍‌ର ବୈଜ୍ଞାନିକ ଆଉ ଏକ କଥା ଯୋଡିଛନ୍ତି। ସେମାନେ ତିନିବର୍ଷ ପରିଶ୍ରମ...

ସୌଭାଗ୍ୟ ଆଣେ ବାମ୍ବୋପ୍ଲାଣ୍ଟ

ବାସ୍ତୁଶାସ୍ତ୍ର ଅନୁଯାୟୀ, ବାମ୍ବୋ ପ୍ଲାଣ୍ଟ ହେଉଛି ଭାଗ୍ୟଶାଳୀ ତଥା ଶୁଭଫଳ ପ୍ରଦାନକାରୀ ଏକ ପ୍ରକାର ଗଛ। ଏହାକୁ ଘରେ ହେଉ ଅବା କର୍ମକ୍ଷେତ୍ରରେ ରଖିଲେ ଭାଗ୍ୟୋଦୟ...

ହୃଦ୍‌ଘାତ ହେଲେ ଶରୀରର ପ୍ରଥମେ କେଉଁ ସ୍ଥାନରେ ହୋଇଥାଏ ଯନ୍ତ୍ରଣା ଜାଣନ୍ତୁ

ହୃଦ୍‌ଘାତରେ ଆଜିକାଲି ଅଧିକାଂଶ ଶିକାର ହେଉଛନ୍ତି। ଏପରିକି ଏହି ସମସ୍ୟା କମ୍‌ ବୟସ ପିଲାଙ୍କଠାରେ ମଧ୍ୟ ଦେଖାଦେଉଛି। ଭାରତରେ ହୃଦ୍‌ଘାତରେ ମୃତ ବ୍ୟକ୍ତିଙ୍କ ସଂଖ୍ୟା ଢେର...

ବର୍ଷାଦିନିଆ ପୋଷାକ

ବର୍ଷାଦିନେ ପାଣିପାଗକୁ ଲକ୍ଷ୍ୟ କରି ପୋଷାକ ପିନ୍ଧିଲେ ଷ୍ଟାଇଲିସ୍‌ ଦେଖାଯିବା ସହିତ ପରିବେଶକୁ ଉପଭୋଗ କରିହେବ। ତେଣୁ ଏହି ଋତୁରେ କିଭଳି ପୋଷାକ ଚୟନ କରିବେ...

ରାତିରେ ଶୁଣନ୍ତୁ ସଙ୍ଗୀତ; ଶରୀର ହେବ ସୁନ୍ଦର…

ଶରୀରକୁ ସୁନ୍ଦର ରଖିବା ପାଇଁ କେତେକ ଲୋକ ବିଭିନ୍ନ ଉପାୟ ଗ୍ରହଣ କରିଥାନ୍ତି। ତେବେ ନିୟମିତ ଅଭ୍ୟାସ କରି ରାତିରେ କିଛି ସମୟ ପାଇଁ ସଙ୍ଗୀତ...

ହାତରୁ ଲୁଣ ପଡ଼ିଗଲେ ହୋଇଥାଏ ଏହି କ୍ଷତି

ଲୁଣ ବିନା ଖାଦ୍ୟର ସ୍ବାଦ ନାହିଁ। କିନ୍ତୁ ଜାଣିଛନ୍ତି ଲୁଣ ହାତରୁ ପଡ଼ିଗଲେ ଜୀବନରେ କ’ଣ ସମସ୍ୟା ସୃଷ୍ଟି ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ, ଲୁଣକୁ ଠିକ୍‌...

Advertisement
Archives

Model This Week