Posted inଫୁରସତ

ପଞ୍ଜାବ କେଶରୀ ଲାଲା ଲଜ୍‌ପତ

ଲାଲା ଲଜ୍‌ପତ ରାୟ ଜଣେ ଭାରତୀୟ ସ୍ବାଧୀନତା ସଂଗ୍ରାମୀ, ରାଜନେତା ଏବଂ ଲେଖକ ଭାବେ ଜଣାଶୁଣା ଥିଲେ। ସେ ପଞ୍ଜାବ କେଶରୀ ଭାବରେ ମଧ୍ୟ ଲୋକପ୍ରିୟ ଥିଲେ। ସେ ଲାଲ୍‌ ବାଲ୍‌ ପାଲ୍‌ ତିନିଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ। ବ୍ରିଟିଶ୍‌ ସାଇମନ କମିଶନଙ୍କର ଭାରତୀୟ ସାମ୍ବିଧାନିକ ସଂସ୍କାର ବିରୋଧରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବା ସମୟରେ ସେ ଲାହୋରରେ ପୋଲିସ ଲାଠିଚାର୍ଜର ସମ୍ମୁଖୀନ ହୋଇଥିଲେ। ୧୮ ଦିନ ପରେ ମୁଣ୍ଡରେ ଆଘାତ ଲାଗିଥିବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା।
ଲଜ୍‌ପତ ରାୟ ୨୮ ଜାନୁଆରୀ ୧୮୬୫ରେ ଏକ ଅଗ୍ରୱାଲ ଜୈନ ପରିବାରରେ ଭାରତର ପଞ୍ଜାବ ପ୍ରଦେଶର ଫରିଦକୋଟ ଜିଲା ଅନ୍ତର୍ଗତ ଧୁଦିକେଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ମୁନ୍‌ସୀ ରାଧାକ୍ରିଷ୍ଣ ସରକାରୀ ବିଦ୍ୟାଳୟର ଉର୍ଦ୍ଦୁ ଏବଂ ପାର୍ସୀ ଶିକ୍ଷକ ଥିଲେ। ମା’ ଗୁଲାବ ଦେବୀ ଅଗ୍ରୱାଲଙ୍କର ୬ ଜଣ ସନ୍ତାନଙ୍କ ମଧ୍ୟରେ ସେ ଜ୍ୟେଷ୍ଠ ପୁତ୍ର ଭାବରେ ଜନ୍ମ ହୋଇଥିଲେ। ତାଙ୍କର ବିଦ୍ୟାଳୟ ଶିକ୍ଷା ଜାଗ୍ରୋନରେ ସମ୍ପନ୍ନ ହୋଇଥିଲା।
ଜାତୀୟ କଂଗ୍ରେସରେ ଯୋଗଦେବା ପରେ ପଞ୍ଜାବରେ ରାଜନୈତିକ ଆନ୍ଦୋଳନରେ ଯୋଗ ଦେଇଥିଲେ। ୧୯୨୦ର କଲିକତା ସ୍ବତନ୍ତ୍ର ଅଧିବେଶନରେ ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ୧୯୨୧ ମସିହାରେ ସେ ଲାହୋରରେ ସେବର୍ସ ଅଫ୍‌ ପିପୁଲ୍ସ ସୋସାଇଟି ପ୍ରତିଷ୍ଠା କରିଥିଲେ, ଯାହା ଦେଶ ବିଭାଜନ ପରେ ଏହାର ଆଧାର ଦିଲ୍ଲୀକୁ ସ୍ଥାନାନ୍ତର କରିଥିଲା। ସେ ସବୁବେଳେ କହୁଥିଲେ ହିନ୍ଦୁ ସମାଜକୁ ଜାତିଭେଦ, ମହିଳାଙ୍କ ସ୍ଥିତି ଏବଂ ଅସ୍ପୃଶ୍ୟତା ବିରୋଧରେ ଲଢ଼େଇ କରିବାକୁ ପଡ଼ିବ। ବେଦ ହିନ୍ଦୁଧର୍ମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଏହାକୁ ସମସ୍ତଙ୍କୁ ପଢ଼ିବାର ଅନୁମତି ଦେବା ଆବଶ୍ୟକ। ୧୯୨୮ ନଭେମ୍ବର ୧୭ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri