Posted inଫୁରସତ

କର୍ମାନୁଯାୟୀ ଦଣ୍ଡ, ପୁଣି ଗୋଟିଏ ଜନ୍ମରେ

ଏ ସଂସାରରେ ଯିଏ ଯେମିତି କର୍ମ କରିବ, ସେ ସେମିତି ଫଳ ପାଇବ। ଭଲ କର୍ମ ର ଭଲ ଫଳ। ଖରାପ କର୍ମର ଖରାପ ଫଳ। କିନ୍ତୁ ଅନେକ ବ୍ୟକ୍ତିଙ୍କର କର୍ମ ଫଳର ସିଦ୍ଧାନ୍ତ ଉପରେ ଆଦୌ ବିଶ୍ୱାସ ନ ଥାଏ। ସେମାନଙ୍କର ବିଶ୍ୱାସ ନ କରିବାର କାରଣ ବି ଅଛି। ଅନେକ ଲୋକ ଥାନ୍ତି ଯେଉଁମାନେ ଖୁବ ଖରାପ କାର୍ଯ୍ୟ କରୁଥାନ୍ତି। କିନ୍ତୁ ବେଶ ଭଲରେ ଥାନ୍ତି। ଦେଖାଯାଏ ଯେ, ଯେଉଁମାନେ ଅନ୍ୟାୟ କରନ୍ତି, ଅନୀତି କରନ୍ତି, ଅନ୍ୟକୁ ବହୁ କଷ୍ଟ ଦିଅନ୍ତି, ଅନ୍ୟର ଖାଇବା ଥାଳିକୁ ଭାଙ୍ଗି ଦିଅନ୍ତି, ସେମାନେ କିନ୍ତୁ ବହୁ ଆରାମରେ ଥାନ୍ତି। କୁକର୍ମର ଫଳ ପାଇବେ କ’ଣ ଓଲଟି ତାଙ୍କର ଧନ ଆହୁରି ରୁ ଆହୁରି ବଢୁଥାଏ। ଧନ ବଢିବା ସହ ପ୍ରତିପତ୍ତି ବି ବଢୁଥାଏ। ଏହାର ଅନ୍ୟ ବିପରୀତ ଦୃଶ୍ୟ ବି ସେୟା। ଯିଏ ବେଶୀ ଦାନ ପୁଣ୍ୟ, ଦୟା ଧର୍ମ କରୁଥାଏ, ତା’ ଉପରେ ବେଶୀ ବିପଦ ପଡ଼େ। ଏତାଦୃଶ ଦୃଶ୍ୟକୁ ଦେଖି ଯେ କେହି ବି ଭାବିବ ଯେ ନା, ଭଲ କର୍ମର ଭଲ ଫଳ କିମ୍ବା ଖରାପ କର୍ମର ଖରାପ ଫଳ ମିଳିବା କଥା ପୁରାପୁରି ମିଛ ଏବଂ ଅସତ୍ୟ ଉପରେ ଆଧାରିତ। ନ ହେଲେ ଅନ୍ୟର ଉପକାରରେ ରତ ଥିବା ଅମକୁ ଲୋକଟିର ଭେଣ୍ଡା ପୁଅଟା ଅକାଳରେ ମରି ଯାଆନ୍ତା ନାହିଁ କିମ୍ବା ଦିନ ଦ୍ବି ପ୍ରହରରେ ଅନ୍ୟର ତଣ୍ଟି କାଟୁଥିବା ସମକ ଲୋକଟିର ଚାରିତାଲା କୋଠା, ଗାଡ଼ି ଘୋଡ଼ା, ବ୍ୟାଙ୍କ ବାଲାନ୍ସ ଆଦି ବଢୁ ନ ଥାନ୍ତା।
ପାଠକେ! କର୍ମର ଫଳ ଏବଂ ଏହାକୁ ଭୋଗିବାର ସମୟ ଯେଉଁ ଜନ୍ମରେ ମିଳୁ ନା କାହିଁକି ଏହା ସତ୍ୟ ଯେ କର୍ମର ଫଳ ନିଶ୍ଚିତ ଭାବେ ଅଛି। ପାପ କର୍ମ ହେଉ କି ପୁଣ୍ୟ କର୍ମ, ଯାହା କରିବେ, ତାହା ନିଶ୍ଚେ ଭୋଗିବ ବା ଭୋଗିବାକୁ ପଡିବ। ମନୁଷ୍ୟ ତା’ ଜୀବନରେ କରୁଥିବା ସବୁ କର୍ମର ଫଳ ଯେ ତାକୁ ସେଇ ଜନ୍ମରେ ମିଳିଯିବ, ସେ କଥା ନୁହେଁ। କିଛି ଏ ଜନ୍ମରେ ଭୋଗିବ କିଛି ରହିଯିବ ଆସନ୍ତା ଜନ୍ମକୁ। ଏ ଜନ୍ମରେ ଯାବତୀୟ କୁକର୍ଯ୍ୟ କରି ଯିଏ ସୁଖରେ ରହୁଛି, ଭାବି ନିଅନ୍ତୁ ଯେ ଲୋକଟି ପୂର୍ବ ଜନ୍ମରେ କରିଥିବା ପୁଣ୍ୟ ବଳରେ ବଳିୟାନ ହୋଇ ସୁଖଭୋଗ କରୁଛି। ଏ ଜନ୍ମର ପାପ ଫଳ ଆର ଜନ୍ମକୁ ସାଇତା ହୋଇ ରହୁଛି। ଭଲ କାର୍ଯ୍ୟ କରି ଯିଏ ଏ ଜନ୍ମରେ ଦୁଃଖ ପାଉଛି ଜାଣିରଖନ୍ତୁ ଯେ ପୂର୍ବ ଜନ୍ମରେ ସେ କରିଥିବା ପାପ କର୍ମର ଫଳ ଏ ଜନ୍ମରେ ଭୋଗ କରୁଛି। ଯଦି ପାପ କର୍ମର ଫଳ ଶେଷ ହୋଇଯିବl ପରେ ଜୀବନ ଆଉ ବଞ୍ଚି ରୁହେ ତେବେ ସେ ନିଶ୍ଚେ ପୁଣ୍ୟର ଫଳ ଭୋଗ କରିବ।
ସବୁବେଳେ ଯେ ଏ ଜନ୍ମରେ କରାଯାଉଥିବା ପାପ କର୍ମର ଫଳ ଆର ଜନ୍ମକୁ ସାଇତା ହୋଇ ରୁହେ, ତା’ ନୁହେଁ, ସମୟ ସମୟରେ ଏ ଜନ୍ମରେ ମଧ୍ୟ ଭୋଗ ହୋଇଯାଏ। ଏପରି କରି ବିଧାତା ସଂସାରର ମୂଢ଼ ଲୋକମାନଙ୍କୁ ଦେଖାଇ ଦିଅନ୍ତି ଯେ କର୍ମର ଫଳ ନିଶ୍ଚିତ ଭାବେ ଅଛି। ତା’ର ଫଳକୁ ଏ ଜନ୍ମରେ ବି ଭୋଗା ଯାଇପାରେ। ମହାଭାରତ ମହାପୁରାଣ ହେଉଛି ଏହାର ଏକ ପ୍ରାମାଣିକ ଉପସ୍ଥାପନା।
ଆଗ ମହାମାନୀ ଦୁର୍ଯ୍ୟୋଧନଠୁଁ ଆରମ୍ଭ କରାଯାଇପାରେ। ଭାରିସଭା ତଳେ ଗୋଟିଏ ଅବଳା ଆଉ ଅସହାୟା ନାରୀକୁ ନିଜ ଜଙ୍ଘରେ ହାତ ମାରି ବସିବାକୁ କହିଲା। କ’ଣ ହେଲା ଏହାର ପରିଣତି? ଶେଷରେ ସେଇ ଜନ୍ମରେ ସେଇ ଜଙ୍ଘରେ ଗଦା ପ୍ରହାର ହେଲା। ଶେଷରେ ତା’ ପ୍ରାଣ ଗଲା।
ଦୁର୍ଯ୍ୟୋଧନର ସାନ ଭାଇ ଦୁଃଶାସନ। ଋତୁଶ୍ରବl ନାରୀ ଦ୍ରୌପଦୀର ଚୁଟିକୁ ଡାହାଣ ହାତରେ ଧରି ଅନ୍ତଃପୁରରୁ ତାଙ୍କୁ ଘୋଷାରି ଘୋଷାରି ଆଣିଲା ସଭାସ୍ଥଳକୁ। ସର୍ବସମ୍ମୁଖରେ ତାଙ୍କୁ ସ୍ତ୍ରୀ କରିବା ପାଇଁ ଚେଷ୍ଟା କଲା। ଏ କୁକର୍ମର ଫଳ ତାକୁ ସେଇ ଜନ୍ମରେ ହିଁ ଭୋଗିବାକୁ ପଡିଲା। ଚୁଟି ଓ ବସ୍ତ୍ର ଭିଡ଼ିବା ପାଇଁ ଯେଉଁ ଡାହାଣ ହାତକୁ ସେ ବ୍ୟବହାର କରିଥିଲା ସେଇ ଡାହାଣ ହାତକୁ ଯୁଦ୍ଧ କ୍ଷେତ୍ରରେ ଭୀମ ଓପାଡ଼ି ଦେଇଥିଲା। ପାପ କର୍ମର ଫଳ ସେଇ ଗୋଟିଏ ଜନ୍ମରେ ମିଳିଲା ନା ନାହିଁ ? ଦ୍ୱାପର ଯୁଗରେ ଦୁଇଜଣ ନାରୀଙ୍କ ଚୁଟିକୁ ଧରି ଭିଡ଼ାଯାଇଥିଲା। ଜଣେ ଦ୍ରୌପଦୀ ଆଉ ଜଣେ ଦେବକୀ। ଶୂନ୍ୟବାଣୀ ପରେ ପରେ ଭଉଣୀ ଦେବକୀର ଚୁଟିକୁ ଧରି ଭାଇ କଂସ ତାଙ୍କୁ ବନ୍ଦୀଶାଳାରେ ପୁରାଇ ଦେଲା। ନାରୀମାନଙ୍କର ଚୁଟି ପୁରୁଷ ଧରିବା ଉଚିତ ନୁହେଁ। ମହାପାପ। ପ୍ରଭୁ ଶ୍ରୀକୃଷ୍ଣ ଏ ଦୁହିଁଙ୍କୁ ସମୂଳେ ନାଶ କରି ପୃଥିବୀବାସୀଙ୍କୁ ଏ ଜନ୍ମର କର୍ମଫଳ ଏଇ ଜନ୍ମରେ ମିଳିପାରେ ବୋଲି ଜଣାଇଦେବା ସହ ନାରୀଙ୍କୁ ଅପମାନ କରୁଥିବା ବ୍ୟକ୍ତି ସେ ଯେତେ ଶକ୍ତିଶାଳୀ କିମ୍ବା କ୍ଷମାତାଶାଳୀ ହେଉ ନା କାହିଁକି,
ତା’ର ବିନାଶ ସୁନିଶ୍ଚିତ ବୋଲି ବାର୍ତ୍ତା ଦେଇ ଦେଇଗଲେ।
ଦୁର୍ଯ୍ୟୋଧନ, ଦୁଃଶାସନ ପରେ ପାଳି ପଡ଼ିବ କର୍ଣ୍ଣଙ୍କର। ସେଇ ଭାରି ସଭାରେ ଦ୍ରୌପଦୀଙ୍କୁ ସ୍ତ୍ରୀ କରାଯାଉଥିବା ବେଳେ ଗୋଟିଏ ଅସହାୟା ନାରୀର ଅପମାନକୁ ସେ ସମର୍ଥନ ଦେଇଥିଲେ। ଫଳ ସ୍ବରୂପ ସେଇ ଜନ୍ମରେ ଯୁଦ୍ଧ କ୍ଷେତ୍ରରେ ତାଙ୍କୁ ଏକ ଅସହାୟ ପରିସ୍ଥିତି ରେ ପଡ଼ିଥିବା ବେଳେ ଅର୍ଜୁନଙ୍କ ଦ୍ୱାରା ସେ ବଧ ହୋଇଥିଲେ।
ଶ୍ରୀକୃଷ୍ଣଙ୍କ ଜ୍ୟୋଷ୍ଠ ଭ୍ରାତା ବଳରାମଙ୍କୁ ମଧ୍ୟ ନିଜ କୁକର୍ମର ଫଳକୁ ସେଇ ଜନ୍ମରେ ଭୋଗ କରିବାକୁ ପଡିଥିଲା। କେହି କେହି ଭାବି ପାରନ୍ତି ଭଗବାନଙ୍କ ଭାଇ ବଳରାମ କ’ଣ କୁକର୍ମ କରି ପାରନ୍ତି? ହଁ, ସେ କୁକର୍ମ କରିଥିଲେ ଦୁଷ୍ଟ ଦୁର୍ଯ୍ୟୋଧନକୁ ଗଦା ଯୁଦ୍ଧର କୌଶଳ ଶିକ୍ଷା ଦେଇ। ମାଓବାଦୀ କିମ୍ବା ସନ୍ତ୍ରାସବାଦୀଙ୍କୁ ଯଦି କିଏ ଧନ ଦାନ କରେ କିମ୍ବା ତାଙ୍କୁ ଆଶ୍ରୟ ପ୍ରଦାନ କରେ ତେବେ ସେ ବି ସନ୍ତ୍ରାସବାଦୀଙ୍କ ତାଲିକାରେ ରହିବ। ବଳରାମ ଦୁର୍ଯ୍ୟୋଧନକୁ କେବଳ ଗଦା ଶିକ୍ଷା ଦେଇ ନ ଥିଲେ, ତାକୁ ପୃଥିବୀର ସର୍ବଶ୍ରେଷ୍ଠ ଗଦାଧାରୀରେ ପରିଣତ କରିବାର ସ୍ବପ୍ନ ଦେଖିଥିଲେ ଏବଂ ତାକୁ ଭୀମର ସମକକ୍ଷ କରି ଗଢ଼ିଥିଲେ। ଦୁର୍ଯ୍ୟୋଧନ ଆହୁରି ଅହଙ୍କାରୀ ହୋଇଗଲା। ଫଳ ହେଲା କ’ଣ? ଯୋଉଦିନ ଦୁର୍ଯ୍ୟୋଧନର ନିଧନ ଘଟିଲା ସେଦିନ ସମ୍ମୁଖରେ ସ୍ବୟଂ ନିଜେ ବଳରାମ ଥିଲେ ବି ନିଜ ଶିଷ୍ୟ ଦୁର୍ଯ୍ୟୋଧନକୁ ମୃତ୍ୟ ମୁଖରୁ ବଞ୍ଚାଇ ପାରି ନ ଥିଲେ। ଏହା ହିଁ ହେଉଛି କର୍ମ ଫଳର ଶକ୍ତି। ଗୁରୁ ହୋଇ ନିଜ ଶିଷ୍ୟ କୁ ବଞ୍ଚାଇ ନ ପାରିବାର ଆତ୍ମଗ୍ଲାନି ଠାରୁ ବଡ଼ ଦଣ୍ଡ ଆଉ କ’ଣ ଥାଇପାରେ ସଂସାରରେ?
ଏମିତି ଆତ୍ମଗ୍ଲାନିର ଦଣ୍ଡରେ ଦଣ୍ଡିତ ହୋଇ ଆଜୀବନ ସନ୍ତୁଳିତ ହେଉଥିଲେ ଗାଣ୍ଡିବଧାରୀ ଅର୍ଜ୍ଜୁନ। ଏହା ତାଙ୍କ ମନ୍ଦ କର୍ମର ଫଳ। ତାଙ୍କର ମନ୍ଦ କର୍ମ କ’ଣ ଥିଲା? ଦ୍ରୌପଦୀ ତାଙ୍କୁ ବରଣ ମାଳା ପିନ୍ଧାଇ ବିଭା ହୋଇଥିଲେ। ସ୍ତ୍ରୀ ବିବସ୍ତ୍ର ହେବା ସମୟରେ ଅସଲ ସ୍ବାମୀ ହିସାବରେ ଦ୍ରୌପଦୀଙ୍କୁ ରକ୍ଷା କରିବା କ’ଣ ତାଙ୍କ ଧର୍ମ ନ ଥିଲା? କିନ୍ତୁ ନା, ସେତେବେଳେ ସେ ନିରବରେ ତଳକୁ ମୁହଁ ପୋତି ବସି ଅପମାନ ପ୍ରତି ଆଖି ବୁଜିଦେଇଥିଲେ। ଶେଷରେ ଯେଉଁ ମହାଭାରତ ଯୁଦ୍ଧ ହେଲା ସେ ନିଜ ହାତରେ ପିତାମହ ଭୀଷ୍ମଙ୍କ ଠାରୁ ଆରମ୍ଭ କରି କେତେ କେତେ ଆତ୍ମୀୟ ଆଉ କୁଟୁମ୍ବମାନଙ୍କୁ ମାରିବାକୁ ବାଧ୍ୟ ହେଲେ। ଏଣେ ଆଖିରେ ଅଶ୍ରୁଧାରା, ତେଣେ ଧନୁରୁ ତୀର ବର୍ଷା। ନିଜ ଆତ୍ମୀୟସ୍ବଜନମାନଙ୍କୁ ନିଜ ହାତରେ ମାରିବାର ଗ୍ଲାନି ଅର୍ଜ୍ଜୁନଙ୍କୁ ଜୀବନସାରା ସନ୍ତାପିତ କରୁଥିଲା। ଏହାଠାରୁ ବଡ଼ ଦଣ୍ଡ ଆଉ କ’ଣ ଅଛି ସଂସାରରେ?
ମିଥ୍ୟା ଠାରୁ ବଳି ମହାପାପ ଆଉ ଜୀବନରେ କିଛି ନାହିଁ। ସତ୍ୟଦ୍ରଷ୍ଠା ପରମ ଧାର୍ମିକ ଯୁଧିଷ୍ଠିରଙ୍କୁ ମଧ୍ୟ ନିଜ ଜୀବଦଶାରେ ନିଜ କୁକର୍ମର ଫଳ ଭୋଗିବାକୁ ପଡ଼ିଥିଲା। ସାରା ଜୀବନ ସତ୍ୟରେ ଜୀବନ ନିର୍ବାହ କରୁଥିବା ଯୁଧିଷ୍ଠିର ଶେଷରେ ‘ନରେ ବା ଗୁଂଜରେ ଅଶ୍ୱତଥମା ହତ’ କହି ଅର୍ଜୁନ କରିଥିବା ମିଛ ରୂପକ ପାପର ପେଡିଟି ଜୀବନ ସାରା ଅର୍ଜି ଥିବା ପୁଣ୍ୟର ପେଡ଼ି ଉପରେ ଭାରି ପଡ଼ିଥିଲା, ଯାହାର ମାନସିକ ଯନ୍ତ୍ରଣାରୁ ସେ ଜୀବନସାରା ମୁକୁଳି ପାରି ନ ଥିଲେ। ଏହା ବି ଦଣ୍ଡ।
ଅନୁରୂପ ଭାବରେ ଧୃତରାଷ୍ଟ୍ର, ଭୀଷ୍ମ, ଗାନ୍ଧାରୀ ଆଦି ଚରିତ୍ରମାନେ ନିଜ ଜୀବଦଶାରେ ନିଜ କର୍ମଫଳକୁ ଭୋଗ କରିଛନ୍ତି। ଏଥିରୁ ଅନୁମିତ ଯେ, କର୍ମର ଫଳ ନିଶ୍ଚିତ ଭୋଗିବ। ଏ ଜନ୍ମରେ କରିଥିବା ପାପ କର୍ମର ଫଳ ଯେ ସବୁବେଳେ ସେଇ ଜନ୍ମରେ ଭୋଗ ହୋଇଯାଏ ତା ନୁହେଁ, ସବୁ ବା କିଛି ପର କିମ୍ବା ଆଗାମୀ ଜନ୍ମକୁ ସାଇତା ହୋଇ ରହେ। ପାପ ବା ପୁଣ୍ୟ କର୍ମର ଫଳ ଏ ଜନ୍ମ ବା ଆଗାମୀ ଜନ୍ମରେ କେତେ ଅଂଶରେ ଭୋଗ ହେବ, ତାହା ବିଧି ନିର୍ଦ୍ଦେଶିତ। ଏଥିରେ କ୍ଷୁଦ୍ର ଜୀବ ମଣିଷର କିଛି ହାତ ନାହିଁ। ମଣିଷର ହାତ ଅଛି କେବଳ ଭଲ କାର୍ଯ୍ୟ କରିବାରେ। କର୍ମର ଫଳ ଭୋଗିବାର ସମୟକୁ ନିର୍ଦ୍ଧାରଣ କରିବା ଦାୟିତ୍ୱ ପରମାତ୍ମାଙ୍କର। ମଣିଷ ଭଲ କାମ କରି ସମାଜ ମଙ୍ଗଳରେ ବ୍ରତୀ ହେଉ- ଏତିକି କାମନା କରାଯାଇପାରେ।
– ପ୍ରିନସିପାଲ, ଆପେକ୍ସ ଆଇ ଟି ଆଇ, ପତ୍ରକଣା, କସର୍ଦା, କଟକ
ମୋ: ୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?