Categories: ଖେଳ

ଓ୍ବାଶିଂଟନ ଓ ପଡିକାଲଙ୍କୁ ଅନୁବନ୍ଧିତ କଲା ପୁମା

ନୂଆଦିଲ୍ଲୀ, ୨୧।୪ (ପି.ଟି.)- ଗ୍ଲୋବାଲ ସ୍ପୋଟର୍‌ସ ବ୍ରାଣ୍ଡ୍‌ ପୁମା ଭାରତର ଦୁଇ ଉଦୀୟମାନ କ୍ରିକେଟର ଓ୍ବାଶିଂଟନ ସୁନ୍ଦର ଓ ଦେବଦୂତ ପଡ଼ିକାଲଙ୍କୁ ଅନୁବନ୍ଧିତ କରିଛନ୍ତି। ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି, ଉଇକେଟକିପର-ବ୍ୟାଟ୍ସମ୍ୟାନ କେ.ଏଲ୍‌. ରାହୁଲ, ଜାତୀୟ ମହିଳା ଦଳର ସଦସ୍ୟା ସୁଷମା ବର୍ମା ଓ ଯୁବରାଜ ସିଂଙ୍କ ଭଳି କିମ୍ବଦନ୍ତୀଙ୍କ ସହ ଏହି କମ୍ପାନୀ ଚୁକ୍ତି କରିଥିଲା। ପଡ଼ିକାଲ କହିଛନ୍ତି, ପୁମା ଭଳି ନାମୀ କମ୍ପାନୀ ସହ ଚୁକ୍ତି କରି ସେ ଖୁବ୍‌ ଆନନ୍ଦିତ। ଏହି କମ୍ପାନୀ ସବୁବେଳେ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନଙ୍କ ସହ ଚୁକ୍ତି କରି ଆସୁଛି। ଓ୍ବାଶିଂଟନ କହିଛନ୍ତି, ଏହି ଗ୍ଲୋବାଲ ସ୍ପୋଟର୍‌ସ ବ୍ରାଣ୍ଡ୍‌ ସହିତ ଚୁକ୍ତି କରିବା ଜଣେ ଆଥ୍‌ଲେଟଙ୍କ ପାଇଁ ଗର୍ବର ବିଷୟ।

Share