Posted inଫୁରସତ

ରହସ୍ୟମୟ ଭାବେ ବେଡ୍‌ ତଳକୁ ଚାଲିଗଲା ଝିଅ, ସିସିଟିଭି ଫୁଟେଜ ଦେଖି ବାପା ବେହୋସ

କୁନି ଝିଅଟିଏ ବେଡ୍‌ରେ ଶୋଇଥିଲା। ହଠାତ୍‌ ରହସ୍ୟମୟ ଭାବେ ସେ ବେଡ୍‌ ତଳକୁ ଚାଲିଗଲା। ଯାହା ରୁମ୍‌ରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏହା ଦେଖି ଝିଅଟିର ବାପା ବେହୋସ ହୋଇଗଲେ। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକେ କହୁଛନ୍ତି ଏହା ଅଦୃଶ ଶକ୍ତିର କାମ।

ଟିକ୍‌ଟକ୍‌ ୟୁଜର @joshdean0222 ଭିଡିଓଟିକୁ ଶେୟାର କରି କ୍ୟାପ୍‌ଶନ ଲେଖିଛନ୍ତି, ମୋ’ ଝିଅ ବିଛଣା ତଳକୁ ଚାଲିଗଲା। ସ୍ତ୍ରୀଙ୍କୁ ଲାଗିଲା ଝିଅ ବେଡ୍‌ ତଳକୁ ଚାଲିଯାଉଛି। ଏହି ଘଟଣା ରାତି ୧୧ଟା ୩୭ ମିନିଟ୍‌ରେ ହୋଇଥିଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଭିଡିଓରେ ଦେଖିବାକୁ ମିଳିଛି, ଝିଅଟି ବେଡ୍‌ ତଳକୁ ଚାଲିଯାଉଛି ଆଉ ତା’ ପରେ ଖୁବ୍‌ ଜୋର୍‌ରେ କାନ୍ଦୁଛି। କିନ୍ତୁ ତାଙ୍କ କାନ୍ଦ ମା’ ଶୁଣିପାରୁନାହାନ୍ତି। ଭିଡିଓ ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ଏହାକୁ ୮୦ ଲକ୍ଷ ଲୋକ ଦେଖିସାରିଲେଣି। ୭.୨୫ ଲକ୍ଷ ଲୋକ ଲାଇକ୍‌ କରିଥିବା ବେଳେ ୨୬ ହଜାର ଲୋକ କମେଣ୍ଟ କରିଛନ୍ତି।

ସୋସିିଆଲ ମିଡିଆରେ ଲୋକ ପ୍ରତିକ୍ରିୟା ବି ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ପିଲାଟି ଡରି ଯାଇଛି। ସେଥିପାଇଁ ସେ ବିଛଣାର ଏକ କୋଣକୁ ଚାଲିଯାଇଛି। ଆଉ ଜଣେ ୟୁଜର ଲେଖିଛନ୍ତି ଏମିତି କେବେ ହୋଇପାରିବ ନାହିଁ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ଝିଅର ପାଟି କ’ଣ ତାଙ୍କ ମାଙ୍କୁ ଶୁଭିଲାନି। ମୁଁ ତ ଏ ଭିଡିଓ ଦେଖି ନିଜେ ଡରିଯାଉଛି। ଆଉ କିଛି ୟୁଜର ଲେଖିଛନ୍ତି, ଭୂତପ୍ରେତ କିଛି ନାହାନ୍ତି। ଝିଅଟିର ଖେଳନା ତଳେ ପଡ଼ିଯାଇଥିବାରୁ ସେ ନିଜେ ଚେଷ୍ଟା କରିଛି ଆଣିବା ପାଇଁ । ଆଣି ନ ପାରି ଜୋର୍‌ରେ କାନ୍ଦିଛି। ଏହା ଏକ ସାଧାରଣ ଘଟଣା।


Enter your email to get our daily news in your inbox.

All Right Reserved By Dharitri.Com

କାନ ପାଇଁ ଗିନିଜ୍‌ ବୁକ୍‌ ରେକର୍ଡ କଲା କୁକୁର, ଲମ୍ବ ଜାଣିଲେ…

କୁକୁରର କାନ ସମସ୍ତେ ଦେଖିଥିବେ ମାତ୍ର ଏକ କୁକୁରର କାନର ଲମ୍ବ ଜାଣିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କାରଣ ଏହି କୁକୁର କାନର ଲମ୍ବ ୧୨.୩୮...

‘ରିଙ୍ଗ୍‌ ଅଫ୍‌ ଫାୟାର’ରେ ଭୂକମ୍ପ ଭୟ

ଜାକର୍ତ୍ତା: ଭୂକମ୍ପରେ ଦୋହଲିଛି ଇଣ୍ଡୋନେସିଆ। ଶୁକ୍ରବାର ବିଳମ୍ବିତ ରାତିରେ ସଂଘଟିତ ପ୍ରକୃତିର ଏହି ତାଣ୍ଡବ ନେଇଛି ୪୦ରୁ ଊର୍ଦ୍ଧ୍ୱ ଜୀବନ। ୬୦୦ରୁ ଅଧିକ ଆହତ ହୋଇଛନ୍ତି।...

ସନ୍ତାନ ଚିହ୍ନଟ ପାଇଁ ୩ ବର୍ଷ

ଦିସ୍‌ପୁର: ପୁଅ ହେଉ ଅବା ଝିଅ ଘରେ ସନ୍ତାନ ଜନ୍ମ ହେଲେ ପରିବାରରେ ଆନନ୍ଦର ଲହରି ଖେଳିଯାଏ। କିନ୍ତୁ ଏହି ଆନନ୍ଦକୁ ଅନୁଭବ କରିବା ପାଇଁ...

ଅନେକରେ ଏକ ଅଶ୍ରୁମୋଚନ

ସେଇ ଶୀତସକାଳ। ସେଇ ସୋରିଷ ଫୁଲ। ସେଇ ଆମ୍ବବଉଳ। ସେଇ ବରଓହଳ। ସେଇ ଝିପିଝିପି ବର୍ଷା। ସେଇ କାଦୁଅର ରାସ୍ତା। ଧାନଭରା କିଆରି, କଇଁଭରା ପୋଖରୀ।...

ସମୁଦ୍ର ମଧ୍ୟରେ ଟନ୍‌ ଟନ୍‌ ମାଟି ପକାଇ ଏହି ଦେଶ ନିର୍ମାଣ କରୁଛି ନୂଆ ସହର, ଏଥିରେ ରହିବ ଏସବୁ ସୁବିଧା

ସମୁଦ୍ର ମଧ୍ୟରେ କୋଟି କୋଟି ଟନ୍‌ ମାଟି ପକାଇ ଡେନମାର୍କ ଏକ ନୂଆ ସହର ତିଆରି କରିବାକୁ ଯାଉଛି। ଦେଶର ସଂସଦ ଏହି ପ୍ରୋଜେକ୍ଟକୁ ମଞ୍ଜୁରୀ...

ମାଇନସ୍‌ ୫୨ ଡିଗ୍ରୀରେ ଦୌଡିଲେ ମାରାଥନ ଧାବକ: ଚେହେରାରେ ଜମିଗଲା ବରଫ

ବେଜିଂ,୨୮।୧୨: ଉତ୍ତର ଚାଇନାର ମଙ୍ଗୋଲିଆ ନିକଟରେ ଥିବା ଜେନେ ସହରରେ ୨୦୧୯ର ଚାଇନା ପୋଲ ଅଫ୍‌ କୋଲ୍ଡ ମାରାଥନର ଆୟୋଜନ କରାଯାଇଥିଲା। ଏଥିରେ ପାଖାପାଖି ୧୫ଶହ...

ଶରୀରକୁ ସୁସ୍ଥ ରଖେ ହସ

ସ୍ବାସ୍ଥ୍ୟ ପାଇଁ ହସ ଗୁରୁତ୍ୱପୂର୍ଣ୍ଣ। ବାସ୍ତବରେ ଏହା ଦୁନିଆର ସର୍ବୋତ୍ତମ ଔଷଧ। ମନ ଏବଂ ଶରୀରକୁ ସୁସ୍ଥ ରଖିବାରେ ହସ ମହୌଷଧି କହିଲେ କିଛି ଭୁଲ୍‌...

ମହୁମାଛିର ବି ରହିଛି ଗଣିତ ଜ୍ଞାନ

ବର୍ଲିନ୍‌,୮।୩: ମହୁମାଛିର ବି ଗଣିତ ଜ୍ଞାନ ରହିଛି।  ଦୁଇଟି ସଂଖ୍ୟା ମଧ୍ୟରେ କେଉଁଟି ବଡ଼ ଏବଂ କିଏ ସାନ ତାହା ମହୁମାଛି ଜାଣିପାରିଥାଏ। ଏନେଇ ଜର୍ମାନୀର...

Advertisement
Archives

Model This Week