କ୍ୟାରୋଲିନ୍‌ଙ୍କୁ ପୁଲିଜର ପୁରସ୍କାର

ଓ୍ବାଶିଂଟନ୍‌,୧୦ା୫: ସାମ୍ବାଦିକତା ଓ କଳା କ୍ଷେତ୍ରରେ ଉତ୍କର୍ଷକୁ ସମ୍ମାନ ଦେବା ପାଇଁ ୧୯୧୭ ମସିହାରୁ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଆସୁଛି। ସାମ୍ବାଦିକତା, ପୁସ୍ତକ, ଡ୍ରାମା ଓ ସଙ୍ଗୀତ କ୍ଷେତ୍ରର ୨୩ଟି ବର୍ଗରେ ଏହି ମର୍ଯ୍ୟାଦାଜନକ ବାର୍ଷିକ ପୁରସ୍କାର ଦିଆଯାଇଥାଏ। ଚଳିତବର୍ଷ ସାମ୍ବାଦିକତା କ୍ଷେତ୍ରରେ ନ୍ୟାଶନାଲ ରିପୋର୍ଟିଂ ପାଇଁ କ୍ୟାରୋଲିନ କିଚ୍‌ନେର(ଓ୍ବାଶିଂଟନ୍‌ ପୋଷ୍ଟ)ଙ୍କୁ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଛି। ଆମେରିକାରେ ମହିଳାଙ୍କ ଗର୍ଭପାତ ଅଧିକାର ସମ୍ପର୍କିତ ‘ରୋ ବନାମ ଓ୍ବେଡ୍‌’ ମାମଲାକୁ ସୁପ୍ରିମକୋର୍ଟ ପଲଟାଇଦେବା ପରେ ଗର୍ଭବତୀଙ୍କ ଜୀବନ ଉପରେ ଏହି ରାୟର ପ୍ରଭାବ ସମ୍ପର୍କରେ କ୍ୟାରୋଲିନ୍‌ ରିପୋର୍ଟିଂ କରି ଚର୍ଚ୍ଚାକୁ ଆସିଥିଲେ। ଅନ୍ତର୍ଜାତୀୟ ରିପୋର୍ଟିଂ ପାଇଁ ନ୍ୟୁୟର୍କ ଟାଇମ୍ସକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଏବଂ ବୁଚା ସହରରେ ୟୁକ୍ରେନୀୟଙ୍କ ମୃତ୍ୟୁର ତଦନ୍ତ ଉପରେ ନ୍ୟୁୟର୍କ ଟାଇମ୍ସର ଷ୍ଟାଫ୍‌ଙ୍କ କଭରିଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିଲା।
ଫିକ୍ସନ ପାଇଁ ପୁଲିଜର ପୁରସ୍କାର ଦୁଇଜଣ ଲେଖକଙ୍କୁ ଦିଆଯାଇଛି। ସେମାନେ ହେଲେ ବାରବରା କିଙ୍ଗ୍‌ସେଲ୍‌ଭର ଏବଂ ହର୍ନାନ୍‌ ଦିଆଜ୍‌। ବାରବରାଙ୍କ ‘ଡେମୋନ୍‌ କୋପରହେଡ୍‌’ରେ ଚାଲର୍‌ସ ଡିକେନ୍‌ଙ୍କ କ୍ଲାସିକ୍‌ ‘ଡେଭିଡ୍‌ କୋପରଫିଲ୍ଡ’ର ପୁନଃ ଅବତାରଣା କରାଯାଇଥିବାବେଳେ ହର୍ନାନ୍‌ଙ୍କ ‘ଟ୍ରଷ୍ଟ’ରେ ଏକ ଆମେରିକୀୟ ପରିବାର ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେହିପରି ୨୦୨୦ରେ ଅନ୍ତର୍ଜାତୀୟ ସ୍ତରରେ ସାମାଜିକ ପରିବର୍ତ୍ତନ ପାଇଁ ଆନ୍ଦୋଳନକୁ ପ୍ରେରିତ କରିଥିବା ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ଙ୍କ ଜୀବନୀ ଆଧାରିତ ‘ହିଜ୍‌ ନେମ୍‌ ଇଜ୍‌ ଜର୍ଜ ଫ୍ଲଏଡ୍‌: ଓ୍ବାନ୍‌ ମ୍ୟାନ୍ସ ଲାଇଫ୍‌ ଆଣ୍ଡ୍‌ ଦି ଷ୍ଟ୍ରଗଲ ଫର୍‌ ରେସିକାଲ୍‌ ଜଷ୍ଟିସ୍‌’କୁ ନନ୍‌-ଫିକ୍ସନ ବର୍ଗରେ ମନୋନୀତ କରାଯାଇଛି। ରବର୍ଟ ସାମୁଏଲ୍‌ ଏବଂ ତୋଲୁସେ ଓଲୋରୁନ୍ନିପା ହେଉଛନ୍ତି ଏହାର ରଚୟିତା। ବାୟୋଗ୍ରାଫି ବର୍ଗରେ ବ୍ରେଭରଲି ଗେଜ୍‌ଙ୍କୁ ୨୦୨୩ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଛି। ‘ଜି-ମ୍ୟାନ୍‌: ଜେ. ଏଡ୍‌ଗାର ହୁଭର ଆଣ୍ଡ୍‌ ଦି ମ୍ୟାକିଙ୍ଗ୍‌ ଅଫ୍‌ ଆମେରିକାନ୍‌ ସେଞ୍ଚୁରି’ରେ ସେ ଜେ. ଏଡ୍‌ଗାର ହୁଭରଙ୍କ ଜୀବନୀ ଲେଖିଛନ୍ତି। ହୁଭରଙ୍କୁ ଆମେରିକା ଇତିହାସର ଅନ୍ୟତମ ଧ୍ରୁବୀକରଣ ସୃଷ୍ଟିକାରୀ ବ୍ୟକ୍ତିତ୍ୱ ବୋଲି ବିବେଚନା କରାଯାଏ। ସେ ଦୀର୍ଘ ସମୟ ଧରି ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌ (ଏଫ୍‌ବିଆଇ) ନିର୍ଦ୍ଦେଶକ ରହିଥିଲେ। ମୋମୋଇର୍‌ ବା ଅଟୋବାୟୋଗ୍ରାଫି ବର୍ଗରେ ‘ଷ୍ଟେ ଟ୍ରୁ’ ପୁସ୍ତକର ରଚୟିତା ହୁଆ ସୁ ପୁଲିଜର ପୁରସ୍କାର ବିଜେତା ହୋଇଛନ୍ତି। ସେହିପରି କାର୍ଲ ଫିଲିଫ୍ସଙ୍କ ‘ଦେନ୍‌ ଦି ଓ୍ବାର: ଆଣ୍ଡ୍‌ ସିଲେକ୍ଟେଡ୍‌ ପୋଏମ୍ସ, ୨୦୦୭-୨୦୨୦’ କବିତା ସଙ୍କଳନକୁ ପୁରସ୍କୃତ କରାଯାଇଛି। ଜେଫରସନ୍‌ କାଓଇ ଇତିହାସ ବର୍ଗରେ ଏହି ପୁରସ୍କାର ପାଇଛନ୍ତି। ତାଙ୍କ ଦ୍ୱାରା ଲିଖିତ ‘ଫ୍ରିଡମ୍ସ ଡୋମିନିଅନ୍‌: ଏ ସାଗା ଅଫ୍‌ ହ୍ବାଇଟ୍‌ ରେଜିଷ୍ଟାନ୍ସ ଟୁ ଫେଡେରାଲ ପାଓ୍ବାର’ ଊନବିଂଶ ଓ ବିଂଶ ଶତାବ୍ଦୀରେ ଅଲ୍‌ବାବାମାର ଏକ କାଉଣ୍ଟିରେ ଚାଲିଥିବା ଉପନିବେଶ ଓ ଦାସତ୍ୱ ପ୍ରଥା ଉପରେ ଆଧାରିତ। ସରକାର ବିରୋଧୀ ଏବଂ ବୈଷମ୍ୟ ବିଚାରଧାରା ମଧ୍ୟରେ ଥିବା ସମ୍ପର୍କକୁ ଏହି ପୁସ୍ତକରେ ରେଖାଙ୍କିତ କରାଯାଇଛି। ସନାଜ୍‌ ତୁସିଙ୍କ ‘ଇଂଲିଶ୍‌’କୁ ଚଳିତବର୍ଷର ଡ୍ରାମା ବର୍ଗରେ ପୁଲିଜର ପୁରସ୍କାର ଦିଆଯାଇଛି। ତେହରାନସ୍ଥିତ ଏକ ସ୍କୁଲରେ ଇଂଲିଶ୍‌ରେ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ୪ ଜଣ ବୟସ୍କ ଇରାନୀୟଙ୍କୁ ନେଇ ଏହି ଡ୍ରାମାର କାହାଣୀ ଗତିଶୀଳ ହୋଇଛି। ଇତିମଧ୍ୟରେ ମ୍ୟୁଜିକ୍‌ ବର୍ଗରେ ଆଲ୍‌ବମ୍‌ ‘ଓମାର’ପାଇଁ ରିଆନୋନ୍‌ ଗିଡ୍ଡେନ୍ସ ଏବଂ ମାଇକେଲ୍‌ ଆବେଲ୍ସଙ୍କୁ ପୁରସ୍କାର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?