Posted inଖେଳ

୧୦୦ ବର୍ଷ ମଧ୍ୟରେ ଦ୍ୱିତୀୟ କ୍ରିକେଟର୍‌ ଭାବେ ଏମିତି ରେକର୍ଡ କଲେ ପୂଜାରା

ଜୋହାନ୍ସବର୍ଗ,୪।୧:ଭାରତୀୟ କ୍ରିକେଟର୍‌ ଚେତେଶ୍ୱର ପୂଜାରାଙ୍କ କ୍ୟାରିୟର୍‌ ଏବେ ବିପଦଳରେ ରହିଛି। ଲଗାତାର ସେ ବ୍ୟାଟିଂ ଫ୍ଲପ୍‌ ସାବ୍ୟସ୍ତ ହୋଇଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ଦଳରୁ ହଟାଇବାକୁ ଦାବି କରୁଛନ୍ତି। ପୂଜାରା ଦୀର୍ଘ ଦିନ ହେବ ଏକ ଶତକ ସ୍କୋର କରିନାହାଁନ୍ତି । ୨୦୨୧ ମସିହାରେ ମଧ୍ୟ ତାଙ୍କ ଚାଲି ନ ଥିଲା। ଏହା ସତ୍ତ୍ୱେ ସେ ଗତ ବର୍ଷ ବିଶ୍ୱର ଶ୍ରେଷ୍ଠ ପାଞ୍ଚ ରନ ସ୍କୋରର୍‌ ମଧ୍ୟରେ ରହିଥିଲେ।
୨୦୨୧ ମସିହାରେ, ପୂଜାରା ହାରାହାରି ୨୮.୦୮ରେ ୧୪ଟି ଟେଷ୍ଟରେ ୭୦୨ ରନ ସ୍କୋର କରିଥିଲେ। ସେ ୬ଟି ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ତାଙ୍କ ଷ୍ଟ୍ରାଇକ ହାର ୩୪.୧୭ ଥିଲା। ତାଙ୍କର ମନ୍ଥର ଇନିଂସ ପାଇଁ ସେ ଅନେକ ଥର ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟେଷ୍ଟରେ ପୂଜାରା ପ୍ରଥମ ଇନିଂସରେ ଶୂନ ଏବଂ ଦ୍ୱିତୀୟ ଇନିଂସରେ ୧୬ ରନ୍‌ ସ୍କୋର କରିଥିଲେ। ଏଥି ସହିତ ଜୋହାନ୍ସବର୍ଗର ଦ୍ୱିତୀୟ ଟେଷ୍ଟରେ ସେ ମାତ୍ର ତିନି ରନ ସ୍କୋର କରିପାରିଛନ୍ତି।
ଗତ ୧୦୦ ବର୍ଷ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଜଣେ ଖେଳାଳି ହାରାହାରି ୩୦ରୁ କମ ରନ ସ୍କୋର କରି ମଧ୍ୟ ବର୍ଷର ଟପ -୫ ସ୍କୋରରେ ହୋଇଛନ୍ତି। ପୂଜାରାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ନିଲ ହାର୍ଭେ ୧୯୫୬ରେ ଏହା କରିଥିଲେ। ୧୯୫୬ ମସିହାରେ ହାର୍ଭେ ହାରାହାରି ୨୮.୫୦ରେ ୪୫୬ ରନ ସ୍କୋର କରିଥିଲେ। ଏହା ସତ୍ତ୍ୱେ ସେ ସେହି ବର୍ଷ ଚତୁର୍ଥ ସର୍ବାଧିକ ରନ ସଂଗ୍ରହକାରୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri