Posted inଜାତୀୟ

ଆତ୍ମହତ୍ୟା କରିବା ପୂର୍ବରୁ ସ୍ତ୍ରୀଙ୍କୁ ଏମିତି ନିବେଦନ କଲେ ସ୍ବାମୀ

ଅନ୍‌ଲାଇନ୍‌ ଜୁଆ ଖେଳି ଲକ୍ଷ ଲକ୍ଷ ଟଙ୍କା ହରାଇବା ପରେ ପୁଡୁଚେରୀର ଜଣେ ବ୍ୟକ୍ତି ମୃତ୍ୟୁକୁ ଆପଣାଇନ୍ତି। ବିଜୟ କୁମାର ନାମକ ଏହି ବ୍ୟକ୍ତି ଜଣଙ୍କ ମୃତ୍ୟୁ ପୂର୍ବରୁ ଏକ ଅଡିଓ କ୍ଲିପ ରେକର୍ଡ କରି ଲୋକଙ୍କୁ ଅନଲାଇନ ଖେଳ ଏବଂ ଜୁଆ ନ ଖେଳିବାକୁ ଅନୁରୋଧ କରିଛନ୍ତି। ବିଜୟ କୁମାର ପୁଡୁଚେରୀରେ ଏକ ମୋବାଇଲ ଫୋନ ଦୋକାନ କରିଥିଲେ। ସେ ତାଙ୍କ ବ୍ୟବସାୟରେ ସଫଳ ହୋଇଥିଲେ କିନ୍ତୁ ସେହି ସମୟରେ ସାଙ୍ଗମାନେ ତାଙ୍କୁ ଏକ ଅନଲାଇନ ଗେମିଂ ଆପ ବିଷୟରେ କହିଥିଲେ। ଏହା ପରେ ସେ ଏଥିରେ ଅଭ୍ୟସ୍ତ ହୋଇ ଯାଇଥିଲେ। ୩ଟି ଭିନ୍ନ ଆଇଡି ମାଧ୍ୟମରେ ସେ ସେହି ଖେଳରେ ୨୫ ଲକ୍ଷରୁ ଅଧିକ ଟଙ୍କା ହରାଇଥିଲେ। ଏଥିରେ ହତାଶ ହୋଇ ବିଜୟ କୁମାର ତାଙ୍କ ଅଡିଓ ରେକର୍ଡ କରିଥିଲେ ଯାହା ପରେ ସେ ଆତ୍ମହତ୍ୟା କରିଥିଲେ। ବିଜୟ କୁମାର ଅଡିଓ କ୍ଲିପ୍‌ରେ କହିଥିଲେ ମୁଁ ୩ଟି ଆଇଡି ବ୍ୟବହାର କରି ଗେମ୍‌ ଖେଳୁଥିଲି ଏବଂ ଏଥିରେ ପ୍ରାୟ ୨୫-୩୦ ଲକ୍ଷ କ୍ଷତି ହୋଇଛି। ମୁଁ ଦିନରାତି ଖେଳୁଥିଲି ଏବଂ ମୋର ସ୍ବାସ୍ଥ୍ୟ ମଧ୍ୟ ଖରାପ ହୋଇଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମେ ୩୦୦୦ ହଜାର ଟଙ୍କା ଜିତିବା ପରେ ମୁଁ ଏହି ଖେଳ ପ୍ରତି ଅଭ୍ୟସ୍ତ ହୋଇ ଯାଇଥିଲି। ଜୁଆ ଖେଳ ପଛରେ ଥିବା ପଦ୍ଧତି ଜାଣିବା ପରେ ମଧ୍ୟ ମୋତେ ଖେଳିବାକୁ ପଡିଲା କାରଣ ଖେଳରୁ ବାହାରିବାର କୌଣସି ଉପାୟ ନ ଥିଲା।
ଆତ୍ମହତ୍ୟା କରିବା ପୂର୍ବରୁ ବିଜୟ କୁମାର ତାଙ୍କ ସ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଯେ ଅଡିଓ ମେସେଜ ଲୋକମାନଙ୍କ ମଧ୍ୟରେ ଶେୟାର କରନ୍ତୁ ଯାହା ଦ୍ୱାରା ଲୋକମାନେ ଅନ୍‌ଲାଇନ ଜୁଆର ପ୍ରଭାବ ଜାଣିପାରିବେ। ଏହିଭଳି ଗେମ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ଅଭିଯାନ ଆରମ୍ଭ କରାଯିବା ଉଚିତ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବିଜୟ କୁମାର ନିଖୋଜ ହେବା ପରେ ତାଙ୍କ ପରିବାର ଥାନାରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଏହା ପରେ କୋରକାଡୁ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ପରେ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଘବ ଚଢାଙ୍କୁ କେନ୍ଦ୍ର ଦେଲା ‘Z’ ସିକ୍ୟୁରିଟି, ଏଏପିକୁ ଝଟ୍‌କା

ନୂଆଦିଲ୍ଲୀ,୧୫।୪: ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ସରକାର ରାଘବ ଚଢାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି, ଯାହା ପରେ କେନ୍ଦ୍ର ସରକାର ତାଙ୍କୁ ‘Z’ ବର୍ଗର ସୁରକ୍ଷା…

ଗଜପତି ପାଇଁ ଗୌରବ ଆଣିଲେ ଯାଜ୍ଞସେନୀ: ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ମୁଖ୍ୟମନ୍ତ୍ରୀଙ୍କଠୁ ପାଇଲେ ପୁରସ୍କାର

ମୋହନା,୧୫।୪( ମନ୍ମଥ ମିଶ୍ର ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ପକ୍ଷରୁ ଓଡ଼ିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ…

ଆଇନଜୀବୀଙ୍କ ମସ୍ତିଷ୍କରେ ବିରଳ ଅସ୍ତ୍ରୋପଚାର ସଫଳ: ମୁଣ୍ଡରୁ ବାହାରିଲା ୩ ଶହ ଗ୍ରାମର ଓଜନର…ଡାକ୍ତର ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ର ଜଣାଶୁଣା ଆଇନଜୀବୀ ତଥା ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥଙ୍କ ମସ୍ତିଷ୍କରେ ଟ୍ୟୁମର ହୋଇଥିବାରୁ…

କିଏ ହେବ ଆଶା ଭୋସଲେଙ୍କ ସମ୍ପତ୍ତିର ଉତ୍ତରଧିକାରୀ? ୟାଙ୍କୁ ମିଳିବ କୋଟି କୋଟି ଟଙ୍କାର ସମ୍ପତ୍ତି…

ମୁମ୍ୱାଇ: ବଲିଉଡର ପ୍ରସିଦ୍ଧ ଗାୟିକା ଆଶା ଭୋସଲେ ଆଉ ଆମ ମଧ୍ୟରେ ନାହାନ୍ତି। ଆଠ ଦଶନ୍ଧି ଧରି ହିନ୍ଦୀ ସିନେମାକୁ ତାଙ୍କର ସୁମଧୁର କଣ୍ଠସୱରରେ ସୁନ୍ଦର କରିଥିବା…

ଯୁଦ୍ଧରେ ଇରାନ ବିପର୍ଯ୍ୟସ୍ତ: ଏହି ୫ ଉପସାଗରୀୟ ଦେଶଠାରୁ ଦାବି କଲା କ୍ଷତିପୂରଣ

ତେହରାନ୍‌,୧୫।୪: ପାଞ୍ଚଟି ଉପସାଗରୀୟ ଦେଶ ବିରୁଦ୍ଧରେ  ଇରାନ ଗମ୍ଭୀର ଅଭିଯୋଗ ଆଣିଛି। ଇରାନ ଦାବି କରିଛି ଯେ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଫେବୃଆରୀ ୨୮ରେ ହୋଇଥିବା…

ମୋଦିଙ୍କ ସହ କଥା ହେବା ପରେ ପାକିସ୍ତାନକୁ ଜୋରଦାର ଝଟ୍‌କା ଦେଲା ଆମେରିକା, ବିଶ୍ୱରେ ଚହଳ!

ଓ଼୍ବାଶିଂଟନ,୧୫।୪: ଆମେରିକା ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ଦୁଇଟି ପାକିସ୍ତାନୀ ଜାହାଜକୁ ଫେରାଇ ଦେଇଛି। ଏହାକୁ ପାକିସ୍ତାନ ପାଇଁ ଏକ ବଡ଼ ବିପର୍ଯ୍ୟୟ ଭାବରେ…

ଏକର ପ୍ରତି ଏତେ କୋଟି ଟଙ୍କା ଦାବି କଲେ ଗ୍ରାମବାସୀ, ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ…

ପାଟଣା,୧୫।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗାଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ସକାଳ ୯ଟାରେ ଚେମଣା ପଞ୍ଚାୟତ ବଳିଆ ପଶି…

ରାଘବ ଚଢାଙ୍କୁ ପୁଣି ଆଉ ଏକ ଝଟ୍‌କା, ପଞ୍ଜାବ ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୪: ଆମ ଆଦମୀ ପାର୍ଟି ନେତା ଏବଂ ରାଜ୍ୟ ସଭାର ଉପନେତା ଅଶୋକ ମିତ୍ତଲଙ୍କ ଘର ଏବଂ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଚଢାଉ ମଧ୍ୟରେ, ପଞ୍ଜାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri