୩ ଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ପୁରୀ ଅଫିସ, ୩୧ା୧୨:ଓମିକ୍ରନ ସଂକ୍ରମଣ ଓ ଭିଡ଼କୁ ଆଶଙ୍କା କରି ପୁରୀ ଶ୍ରୀମନ୍ଦିରରେ ୩୧ତାରିଖଠାରୁ ଜାନୁୟାରୀ ୧ ଓ ୨ତାରିଖ ପର୍ଯ୍ୟନ୍ତ ସାଧରଣ ଦର୍ଶନ ବନ୍ଦ ରହିବ। ଏପରିକି ଜିଲାର ସମସ୍ତ ସ୍ଥାନରେ ଜିରୋ ନାଇଟ୍‌ ସେଲିବ୍ରେଶନ୍‌ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ପର୍ଯ୍ୟଟନ ସ୍ଥଳୀ, ହୋଟେଲ, କ୍ଲବ୍‌, ରେସ୍ତୋରାଁ, ମଣ୍ଡପ, ଧର୍ମପୀଠଗୁଡ଼ିକରେ ଭୋଜିଭାତ କିମ୍ବା ପାର୍ଟିର ଆୟୋଜନ ହୋଇପାରିବ ନାହିଁ। ଏହି ୩ଦିନ ଜିଲାର ସମସ୍ତ ମନ୍ଦିର, ମସଜିଦ, ଗୀର୍ଜା ଓ ନାନାଦି ଧର୍ମପୀଠରେ ଗହଳି ଉପରେ କଟକଣା ରହିବ। ଆବଶ୍ୟକ ହେଲେ ସମ୍ପୃକ୍ତ ଅଞ୍ଚଳରେ ତହସିଲଦାର ଧର୍ମପୀଠଗୁଡ଼ିକୁ ବନ୍ଦ ରଖିପାରିବେ। ଏହି ସମୟରେ କେବଳ ବିବାହ ଓ ଶେଷକୃତ୍ୟ ସମାରୋହ କୋଭିଡ୍‌ କଟକଣା ମଧ୍ୟରେ କରାଯାଇପାରିବ। ଏ ନେଇ ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି, ଜିଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମୂହିକ ଭୋଜିଭାତକୁ ସମ୍ପୃକ୍ତ ଦିନରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀଯ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି। ଅନ୍ୟପକ୍ଷରେ ପୁରୀ ସହରରେ ପର୍ଯ୍ୟଟକଙ୍କ ଭିଡ଼ ୩୦ ତାରିଖ ରାତ୍ର ପର୍ଯ୍ୟନ୍ତ ରହିଥିଲା। ପର୍ଯ୍ୟଟକମାନେ ପୁରୀରେ ହୋଟେଲରେ ରହୁଥିବା ହେତୁ ବେଳାଭୂମିରେ ଗହଳି ହେବା ନେଇ ଆଶଙ୍କା ରହୁଥିବାର କଡ଼ା ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଅର୍ଥ ଆତ୍ମସାତ୍‌ ଅଭିଯୋଗ: ମହିଳାଙ୍କ ଧାରଣା

ବାଲିକୁଦା,୧।୨(ସ୍ବ.ପ୍ର.): ବାଲିକୁଦା ବ୍ଲକ ଅନ୍ତର୍ଗତ ମାଛଗାଁ ପଞ୍ଚାୟତର ବଡ ଅସିଲୋ ଗ୍ରାମର ବିଭିନ୍ନ ସରକାରୀ ଅର୍ଥକୁ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମର ମହିଳାମାନେ...

ଜଳାଶୟରୁ ବେଆଇନ ମୋରମ ଚାଲାଣ

ଖୁଣ୍ଟୁଣୀ,୧୧ା୨(ଡି.ଏନ୍‌.ଏ.): ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କୃଷ୍ଣଶ୍ୟାମପୁର ଗ୍ରାମପାର୍ଶ୍ୱ ଦେଉଳିଆ ସଂରକ୍ଷିତ ଜଙ୍ଗଲରେ ଥିବା କୁମାରୀବନ୍ଧ ଜଳାଶୟରୁ ବେଆଇନ ଭାବେ ମୋରମ ଚାଲାଣ ହେଉଥିଲା। ଖବରପାଇ ବନ...

ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା

ଆସିକା,୧୨ା୪(ଡି.ଏନ୍‌.ଏ.): କରୋନା ରୋକିବା ପାଇଁ ଜନସାଧାରଣ ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଶନିବାର ଆସିକା ଏନଏସି ଅଞ୍ଚଳରେ ତହସିଲଦାର ସଦାନନ୍ଦ ସେଠୀ, ଏନଏସି...

ଶିକ୍ଷୟିତ୍ରୀ ମମିତା ମୃତ୍ୟୁ ମାମଲା: ଆଖୁ କିଆରିରୁ ଧରା ପଡ଼ିଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ

ବଲାଙ୍ଗୀର ଅଫିସ,୧୯ା୧୦: ଶିକ୍ଷୟିତ୍ରୀ ମମିତା ମେହେର  ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଶେଷରେ ଧରା ପଡ଼ିଛନ୍ତି। ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ...

କାମ ଆରମ୍ଭରୁ ଭାଙ୍ଗିଲା ଗ୍ରୀଡ୍‌ ସବ୍‌ଷ୍ଟେଶନ ପାଚେରି

ବନ୍ତ, ୭।୮ (ଡି.ଏନ.ଏ.) : ଭଦ୍ରକ ଜିଲା ବନ୍ତ ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ପଞ୍ଚାୟତ ଗୋପାଳସାହିସ୍ଥିତ କପାଳି ନଦୀ କୂଳରେ ଓପିଟିସିଏଲ୍‌(ଓଡ଼ିଶା ପାୱାର ଟ୍ରାନ୍ସମିସନ୍‌ କରର୍ପୋରେସନ...

କରୋନାକୁ ନେଇ ପାରାଦୀପରେ ପୁଣି ପ୍ରଶାସନିକ ସମୀକ୍ଷା: ବିଦେଶୀ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ହୋଟେଲରେ ରଖିବାକୁ ନିର୍ଦ୍ଦେଶ

ପାରାଦୀପ,୪ା୨(ସ୍ବ.ପ୍ର.): ଚୀନ୍‌ରୁ ସୃଷ୍ଟ କରୋନା ଭାଇରସ୍‌କୁ ନେଇ ଏବେ ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ କିପରି ଏହାର ପ୍ରତିକାରାତ୍ମକ ବ୍ୟବସ୍ଥା କରାଯିବ ସେ ନେଇ...

ଖଇରାରେ ଆରମ୍ଭ ହେଲା ବିଶୋଧନ

ଖଇରା, ୧୦।୪(ଡି.ଏନ.ଏ.)-ଖଇରା ଅଗ୍ନିଶମ ବିଭାଗ ତରଫରୁ ଖଇରା ବଜାର ତଥା ଅନ୍ୟାନ୍ୟ କାର୍ଯ୍ୟାଳୟରେ ବିଶୋଧନ କାର୍ଯ୍ୟ ଆରମ୍ଭ ହୋଇଛି। ଗୁରୁବାର ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ...

୧୪ ଗ୍ରାମ ବ୍ରାଉନସୁଗାର ଜବତ: ଗିରଫ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଖୋର୍ଦ୍ଧା ଅଫିସ,୨୭ା୯: ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ସ୍ବପ୍ନେଶ୍ୱର ମନ୍ଦିର ନିକଟରୁ ଗୁରୁବାର ଗିରଫ କରିଥିବା କୋରାପୁଟ ଜିଲା ଜୟପୁରର ଟି....

Advertisement
Archives

Model This Week