ଅଭିମାନ କଲେ ଭକ୍ତ: ଗରିବକୁ ମିଳିଲାନି ଦର୍ଶନ

ପୁରୀ ଅଫିସ, ୪।୧: ସର୍ବସାଧାରଣ ଦର୍ଶନବେଳେ ବଡଦାଣ୍ଡରେ ରବିବାର ଅନେକ ଏଭଳି ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଥିଲା, ଯେଉଁମାନେ ବିନା କୋଭିଡ୍‌ ରିପୋର୍ଟରେ ଆସି ମହାପ୍ରଭୁଙ୍କ ଦୁଆରେ ଠିଆ ହୋଇ ଅଭିମାନ ଜାହିର କରୁଥିଲେ। ମହାପ୍ରଭୁଙ୍କ ଦର୍ଶନ ପାଇଁ କେତେଜଣ ଶ୍ରୀମନ୍ଦିର କର୍ତ୍ତୃପକ୍ଷଙ୍କୁ ନିବେଦନ କରୁଥିବାବେଳେ ଅନ୍ୟ କେତେଜଣ କେବଳ ପତିତପାବନ ଦର୍ଶନ କରି ଫେରିଥିଲେ। କଟକର ଶ୍ରୀବତ୍ସ ମହାନ୍ତି ଦର୍ଶନ ପାଇଁ ସପରିବାର ଆସି କେବଳ ପତିତପାବନ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ନ ଯାଇ ପାରିବାର କୋହ ସମ୍ଭାଳି ନ ପାରି ସେ କହିଛନ୍ତି, ଏତେ ଦିନର ଅପେକ୍ଷା କରି ଦେଖିବାକୁ ସୁଯୋଗ ମିଳିଲା। ମାତ୍ର ପୁରା ପରିବାର ପାଇଁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ସଂଗ୍ରହ କରିବାର ସମ୍ବଳ ପାଖରେ ନାହିଁ। ତେଣୁ ବାଧ୍ୟ ହୋଇ ଏଇଠୁ ଫେରୁଛି।

ବିକ୍ରି ହେଲା କୋଭିଡ୍‌ ନେଗେଟିଭ ରିପୋର୍ଟ
ପୁରୀ ସହରର ଏକ ନିର୍ଦ୍ଦିଷ୍ଟ ଡାକ୍ତରଖାନା ରବିବାର ଦିନତମାମ୍‌ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା। ଜଗନ୍ନାଥ ଦର୍ଶନ ପାଇଁ ଏଭଳି ଅନେକ ପରିବାର ପୁରୀରେ ପହଞ୍ଚିଥିଲେ ଯେଉଁମାନଙ୍କ ପାଖରେ ନେଗେଟିଭ୍‌ ରିପୋର୍ଟ ନ ଥିଲା। ତେବେ ଏଭଳି ପରିବାରଙ୍କୁ ୨୪ ଘଣ୍ଟା ମଧ୍ୟରେ ସମ୍ପୃୃକ୍ତ ଡ଼ାକ୍ତରଖାନା ନେଗେଟିଭ୍‌ ରିପୋର୍ଟ ଯୋଗାଇ ଭଲ ବେପାର କରିଛି। ଶ୍ରୀମନ୍ଦିର ବ୍ୟାରିକେଡ୍‌ ପାଖରେ ଯେ କେହି ପହଞ୍ଚି କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ନ ଥିବା ନେଇ ପ୍ରକାଶ କରୁଥିଲେ ତାଙ୍କୁ ମୋଚିସାହିସ୍ଥିତ ଉକ୍ତ ଡାକ୍ତରଖାନାକୁ ଯିବାକୁ କୁହାଯାଉଥିଲା। ସକାଳ ବେଳା ଦର୍ଶନ କରିଥିବା ପ୍ରାୟ ଅଧା ଲୋକେ ଉକ୍ତ ଡାକ୍ତରଖାନରୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ନେଇ ଶ୍ରୀମନ୍ଦିର ଦର୍ଶନ କରିଛନ୍ତି। ତେବେ ତରବରିଆ ଭାବେ ଏକ ଘରୋଇ ହସ୍ପିଟାଲ୍‌ ଏତେ ମାତ୍ରାର ରକ୍ତ ନମୁନା ପରୀକ୍ଷା କରିବା ପ୍ରସଙ୍ଗ ଉପରେ ସନ୍ଦେହ ଉଠିଛି। କୋଭିଡ୍‌ ରିପୋର୍ଟରେ ହେରାଫେରି ହୋଇଥିବା ଓ ଟଙ୍କା ଲୋଭରେ କେବଳ କୋଭିଡ୍‌ ରିପୋର୍ଟ ଛାପି ଦିଆଯାଇଥିବା ଭଳି ସଙ୍ଗିନ ଆରୋପ ମଧ୍ୟ ଲାଗିଛି। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଦୁର୍ବଳତା ରହିଥିବା କଥା ସାମ୍ନାକୁ ଆସିଛି। କୋଭିଡ୍‌ ରିପୋର୍ଟ ଯାଞ୍ଚକୁ ପ୍ରଶାସନ କେବଳ ନାମକୁ ମାତ୍ର କାର୍ଯ୍ୟକାରୀ କରୁଛି ଯାହା ଦ୍ୱାରା ବାସ୍ତବରେ କୋଭିଡ୍‌ ରିପୋର୍ଟର ପ୍ରମାଣତା ସନ୍ଦେହ ଘେରକୁ ଆସୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଗରିବକୁ ମିଳିଲାନି ଦର୍ଶନ
ପୁରୀ ସରକାରୀ ଡାକ୍ତରଖାନା ପକ୍ଷରୁ କୋଭିଡ୍‌ ରିପୋର୍ଟ ପ୍ରଦାନ ଲାଗି କୌଣସି ବ୍ୟବସ୍ଥା ହୋଇନି। ବେସରକାରୀ ସଂସ୍ଥା ୫ଶହରୁ ୬ଶହ ଟଙ୍କା ମାଗୁଛନ୍ତି। ଏଭଳି ସ୍ଥଳେ ଗରିବ ଲୋକ କେବଳ ପତିତପାବନ ଦର୍ଶନ ହିଁ କରିପାରିଛି। ଯାହା ପାଖରେ ଟଙ୍କା ଅଛି, ସେ ଦର୍ଶନ କରିଥିବାବେଳେ ଆମେ କେବଳ ସମୟକୁ ଅପେକ୍ଷା କରିଛୁ। କେବେ ସବୁ ପ୍ରତିବନ୍ଧ ହଟିବ ଓ ଆମେ କାଳିଆକୁ ଦେଖିବୁ ବୋଲି ପୁରୀ ଜିଲା ଗୋପ ନିବାସୀ ସନାତନ ଜେନା କୋହଭରା କଣ୍ଠରେ କହିଛନ୍ତି। ସେ ସପରିବାର ପତିତପାବନ ଦର୍ଶନ କରି ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri