ସାର୍ବଜନୀନ ମାନବ ଅଧିକାର

ମାନବ ଅଧିକାର ହେଉଛି ସାର୍ବଜନୀନ। ପୃଥିବୀରେ ଯେକୌଣସି ଦେଶରେ ବସବାସ କରୁଥିବା ବ୍ୟକ୍ତିମାନେ ମାନବ ଅଧିକାର ଉପଭୋଗ କରନ୍ତି ଏବଂ ଦାବି ମଧ୍ୟ କରନ୍ତି। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ଏସବୁ ଅଧିକାର ପାଇବା ପାଇଁ ହକ୍‌ଦାର। ପ୍ରାଞ୍ଜଳ ଭାବରେ କହିଲେ ମାନବ ଅଧିକାର କହିଲେ ଜଣେ ମଣିଷର ଅଧିକାରକୁ ବୁଝାଏ, କୌଣସି ସମାଜ, ଜାତି ବା ଦେଶର ଅଧିକାର ନୁହେଁ।
ମାନବ ଅଧିକାରକୁ ସୁରକ୍ଷା ପ୍ରଦାନ ପାଇଁ ମଣିଷ ଜାତି ବହୁ ଅତ୍ୟାଚାର, ଶୋଷଣ ଓ ଅନ୍ୟାୟ ତଥା ଅବହେଳାର ଶିକାର ହୋଇଛି। ଏହି ଇତିହାସ ଯେତିକି ପୁରୁଣା, ଏସବୁ ବିରୋଧରେ ଆନ୍ଦୋଳନ ଓ ସଂଗ୍ରାମ ସେତିକି ପୁରୁଣା। ଅତୀତରେ ବ୍ରିଟେନ୍‌ରେ ରାଜାମାନେ ଅତ୍ୟାଚାରୀ ଥିଲେ। ସେମାନେ ଲୋକମାନଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚତ୍ତ କରିଥିଲେ। ଫଳତଃ ଲୋକମାନେ ଏହା ବିରୋଧରେ ଦୃଢ଼ ସ୍ବର ଉତ୍ତୋଳନ କରିବା ପରେ ସେମାନଙ୍କୁ କିଛି ଅଧିକାର ମିଳିଥିଲା। ଏହା ଘଟିଥିଲା ତ୍ରୟୋଦଶ ଶତାବ୍ଦୀର ପ୍ରଥମ ଭାଗରେ। ସୁତରାଂ ୧୨୧୫ରେ ବ୍ରିଟେନ୍‌ରେ ପ୍ରଚଳିତ ହୋଇଥିଲା ମାଗ୍ନାକାର୍ଟା। ଏହି ମାଗ୍ନାକାର୍ଟା ହେଉଛି ବ୍ୟକ୍ତିର ସ୍ବାଧୀନତା ଓ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଶାସନ ସନନ୍ଦ। ମାନବିକ ଅଧିକାରକୁ ନେଇ ଆଉ ଦୁଇ ଗୋଟି ମାଇଲ ଖୁଣ୍ଟ ମଧ୍ୟ ରହିଛି। ୧୭୭୬ର ଆମେରିକୀୟ ସ୍ବାଧୀନତା ଘୋଷଣାନାମା ଏବଂ ୧୭୮୯ରେ ଫ୍ରାନ୍ସର ବ୍ୟବସ୍ଥାପକ ସଭା ଦ୍ୱାରା ଗୃହୀତ, ମାନବ ଓ ନାଗରିକ ଅଧିକାର ଘୋଷଣାନାମା। ୧୯୪୮ ଡିସେମ୍ବର ୧୦ରେ ଜାତିସଂଘର ସାଧାରଣ ପରିଷଦରେ ଗୃହୀତ ସାର୍ବଜନୀନ ମାନବ ଅଧିକାର ଘୋଷଣାନାମାରେ ପ୍ରସ୍ତାବନା ଓ ୩୦ ଗୋଟି ଧାରା ଅଛି। ଅନେକ ସାମାଜିକ, ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଅଧିକାର ଏଥିରେ ଲିପିବଦ୍ଧ ହୋଇଛି। ପାଠକମାନଙ୍କ ପାଇଁ କେତେକ ଅଧିକାରକୁ ସବିଶେଷ ବର୍ଣ୍ଣନା କରାଯାଉଛି। ପ୍ରତି ମଣିଷଙ୍କ ଜୀବନଧାରଣ ଅଧିକାର ଅଛି, ଏହାକୁ କେହି କାହାଠାରୁ ହରଣ କରିପାରିବେ ନାହିଁ। ପୁନଶ୍ଚ ପ୍ରତ୍ୟେକ ବ୍ୟକ୍ତି ସ୍ବାଧୀନ ଭାବରେ ଓ ନିରାପତ୍ତାରେ ଜୀବନ ଧାରଣ କରିପାରିବ। ଏଥିରେ କେହି ହସ୍ତକ୍ଷେପ କରିପାରିବେ ନାହିଁ। କାହାକୁ ଜୋର୍‌ ଜବରଦସ୍ତ ବା ବଳପୂର୍ବକ ଦାସ ବା ଗୋଲାମ କରାଯାଇ ପାରିବ ନାହିଁ। ବଳ ପ୍ରୟୋଗ କରି କାହାକୁ ବେଠି ଓ ବେଗାରିରେ ରଖାଯିବ ନାହିଁ। ଅତ୍ୟାଚାରିତ, ଦଣ୍ଡିତ ଓ ଅପମାନିତ ନ ହେବା ଅଧିକାର ମଣିଷ ପାଇଛି। ଅର୍ଥାତ୍‌ କେହି ଉତ୍ପୀଡ଼ନ, ବର୍ବର ତଥା ଅମାନୁଷିକ ବ୍ୟବହାର ଓ ଦଣ୍ଡବିଧାନର ଶିକାର ହୋଇ ପାରିବ ନାହିଁ।
ଆଇନ ସମସ୍ତଙ୍କ ପାଇଁ ସମାନ। ଏହାର ଅର୍ଥ ହେଉଛି ଯେ ବ୍ୟକ୍ତି ସବୁସ୍ଥାନରେ ଆଇନ ଆଖିରେ ସମାନ ଓ ବ୍ୟକ୍ତିଟିଏ ହୋଇ ବିବେଚିତ ହେବେ। ବ୍ୟକ୍ତିଙ୍କୁ ବେଆଇନ ଗିରଫ ଓ ନିର୍ବାସନରୁ ମୁକ୍ତି ପାଇବା ଅଧିକାର ପ୍ରଦାନ କରାଯାଇଛି। ଏହାଛଡ଼ା ଦୋଷୀ ସାବ୍ୟସ୍ତ ନ ହେବାଯାଏ ନିର୍ଦ୍ଦୋଷ ହେବା ଅଧିକାର ମଧ୍ୟ ରହିଛି। ନ୍ୟାୟ ପାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ନ୍ୟାୟାଳୟକୁ ଯାଇପାରିବେ ଓ ତାଙ୍କ ମକଦ୍ଦମାର ଖୋଲା ଶୁଣାଣି ହେବ। ସ୍ବାଧୀନ ବିଚରଣ ଓ ବାସସ୍ଥାନ ଅଧିକାର ସମସ୍ତେ ଉପଭୋଗ କରିପାରିବେ। ପ୍ରତ୍ୟେକ ବ୍ୟକ୍ତି ନିଜ ଦେଶରେ ଯେକୌଣସି ସ୍ଥାନକୁ ନିର୍ବିଘ୍ନରେ ଯାଇପାରିବେ ଓ ଯେ କୌଣସି ସ୍ଥାନରେ ବାସ କରିପାରିବେ। ବ୍ୟକ୍ତିକୁ ମଧ୍ୟ ବ୍ୟକ୍ତିଗତ ଗୋପନୀୟତା ଅଧିକାର ଦିଆଯାଇଛି।
ଜାତୀୟତା ଅଧିକାର ପ୍ରଦାନ ପରିପ୍ରେକ୍ଷୀରେ କୁହାଯାଇଛି ଯେ, କୌଣସି ବ୍ୟକ୍ତିଙ୍କୁ ତାଙ୍କର ଜାତୀୟତା ବଦଳେଇବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ସେ ତାଙ୍କର ଜାତୀୟତା ବଦଳେଇବାକୁ ଚାହିଁଲେ ତାଙ୍କୁ ଜୋର୍‌ କରି ବାରଣ କରାଯିବ ନାହିଁ। ଅନ୍ୟପକ୍ଷରେ ନିଜ ଦେଶରେ ଅତ୍ୟାଚାର, ନିର୍ଯାତନା ଓ କୁଶାସନରୁ ମୁକ୍ତି ପାଇବା ପାଇଁ ଜଣେ ବ୍ୟକ୍ତି ଅନ୍ୟ ଦେଶରେ ଆଶ୍ରୟ ନେଇପାରିବେ। ବୈବାହିକ ଜୀବନ ଅଧିକାର କ୍ଷେତ୍ରରେ କୁହାଯାଇଛି ଯେ, ପୁରୁଷ ଓ ସ୍ତ୍ରୀଙ୍କୁ ନିଜ ଇଚ୍ଛାରେ ବିବାହ କରିବାକୁ ଅନୁମତି ଦିଆଯାଇଛି ଏବଂ ସେହିପରି ବିବାହ ବନ୍ଧନ ତୁଟାଇବା ପାଇଁ ସେମାନଙ୍କର ସମାନ ଅଧିକାର ରହିବ। ପ୍ରତ୍ୟେକ ବ୍ୟକ୍ତି ସମ୍ପତ୍ତି ଅର୍ଜନ କରିବାର ଅଧିକାର ରହିବ। ବଳ ପୂର୍ବକ କାହାଠାରୁ ସମ୍ପତ୍ତି ଛଡ଼ାଇ ନିଆଯାଇ ପାରିବ ନାହିଁ।
ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚିନ୍ତା, ବିବେକ ଓ ଧର୍ମ ଅଧିକାର ପ୍ରଦାନ କରାଯାଇଛି। କୌଣସି ଧର୍ମଗ୍ରହଣ କରିବାକୁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ। ସେ ମଧ୍ୟ ସ୍ବାଧୀନ ଭାବରେ ମତ ପୋଷଣ କରିପାରିବେ ଓ ସ୍ବାଧୀନ ଭାବରେ ନିଜର ମତାମତ ଦେଇପାରିବେ। ଏତଦ୍‌ ବ୍ୟତୀତ ବ୍ୟକ୍ତି ଶାନ୍ତିପୂର୍ଣ୍ଣ ଭାବେ ଏକତ୍ର ହେବା ଓ ସଂଘ ଗଠନ କରିବା, ରାଜନୀତିରେ ଅଂଶ ଗ୍ରହଣ କରିବା, ସାମାଜିକ ନିରାପତ୍ତା, କାର୍ଯ୍ୟକରିବା, ଅବସର ଓ ବିଶ୍ରାମ ନେବା, ଶିକ୍ଷା, ସାସ୍ଥ୍ୟ ଓ ସମ୍ବୃଦ୍ଧି ଏବଂ ସାଂସ୍କୃତିକ ଜୀବନରେ ଅଂଶ ଗ୍ରହଣ ଅଧିକାରଗୁଡ଼ିକ ଉପଭୋଗ କରନ୍ତି। ଏ ସମସ୍ତ ହେଉଛି ସାର୍ବଜନୀନ ମାନବ ଅଧିକାର ଘୋଷଣାନାମା।
ଊଣାଅଧିକେ ପ୍ରତ୍ୟେକ ଦେଶର ସମ୍ବିଧାନରେ ଏହି ଘୋଷଣାନାମାରେ ଥିବା କେତେକ ମୂଲ୍ୟବାନ୍‌ ଅଧିକାର ସ୍ଥାନ ପାଇଛି। ମାନବ ଅଧିକାରକୁ ସମ୍ମାନ ଜଣାଇ ବିଭିନ୍ନ ଦେଶ ଆବଶ୍ୟକୀୟ ଆଇନ ପ୍ରଣୟନ କରିଛନ୍ତି। ଅନେକ ଦେଶରେ ମାନବ ଆୟୋଗ ମଧ୍ୟ ଗଠିତ ହୋଇଛି। ଲୋକମାନେ କିପରି ମାନବ ଅଧିକାରରୁ ବଞ୍ଚତ୍ତ ନ ହେବେ, ତାହା ଦେଖିବା ହେଉଛି ଏହିସବୁ ଆୟୋଗର ମୂଳ ଲକ୍ଷ୍ୟ ଓ କାର୍ଯ୍ୟ। ମାନବ ଅଧିକାର ସାର୍ବଜନୀନ। ମାନବ ଅଧିକାର ବିଷୟରେ ସଚେତନତା ବଢ଼ିଛି, କିନ୍ତୁ ଏହାର ଯେତିକି ଉଲ୍ଲଂଘନ ହେଉଛି ତାହା ଗଭୀର ଚିନ୍ତାର ବିଷୟ। ମହିଳା ଓ ଶିଶୁମାନଙ୍କର ମାନବିକ ଅଧିକାର ବେଶୀ ବିପଦଗ୍ରସ୍ତ। ସନ୍ତ୍ରାସବାଦ, ସାମ୍ପ୍ରଦାୟିକତାବାଦ ଓ ମୌଳବାଦ ବିଭିନ୍ନ ଦେଶରେ ମାନବ ଅଧିକାରକୁ ନଷ୍ଟ କରୁଛି।

  • ପ୍ର. ବିଜୟ କୁମାର ଜେନା
    ଶାମୁକା ସାହି, ରଣପୁର ନୟାଗଡ଼
    ମୋ:୯୯୩୭୪୮୬୧୮୩

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri