ମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ଜିଲାରେ ହେବ ସ୍କିଲ୍‌ ହବ୍‌

ଭୁବନେଶ୍ୱର,୨୮ା୬(ଅନିଲ ଦାସ):ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ନିର୍ଦ୍ଦିଷ୍ଟ କେତେକ ପ୍ରଶିକ୍ଷିତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସୀମିତ ରଖାଯିବ ନାହିଁ। ଏହାକୁୁ ଶିଳ୍ପାନୁଷ୍ଠାନ, ମହାବିଦ୍ୟାଳୟ ଓ ମିଶନଶକ୍ତି ପରିସରଭୁକ୍ତ କରାଯିବ ବୋଲି ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଗୁରୁବାର ପୂର୍ବାହ୍ନରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମୀକ୍ଷା କରି ସେ କହିଛନ୍ତି ଯେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କମ୍ପାନୀରେ ଓଡ଼ିଆ ଛାତ୍ରୀଛାତ୍ରଙ୍କ ଯୋଗଦାନ ପୂର୍ବରୁ ସେମାନଙ୍କୁ ଦକ୍ଷ କରିବା ଆବଶ୍ୟକ। କମ୍ପାନୀ ଓ ଶିଳ୍ପାନୁଷ୍ଠାନ ବୁଝାମଣାପତ୍ରରେ ଓଡ଼ିଆ ଯୁବତୀଯୁବକ ସେମାନଙ୍କ ଅନୁଷ୍ଠାନଗୁଡ଼ିକରେ ନିଯୁକ୍ତି ସୁଯୋଗ ପାଇଁ ଚୁକ୍ତିବଦ୍ଧ ହେଉଥିବା ବେଳେ ଯୋଗ୍ୟ ପ୍ରାର୍ଥୀମାନେ କୁଶଳୀହେବା ନିହାତି ଜରୁରୀ। ସେଥିପାଇଁ ସେହି ପ୍ରାର୍ଥୀମାନଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯିବା ଆବଶ୍ୟକ। ସ୍ଥଳ ବିଶେଷରେ କମ୍ପାନୀ ଓ ଶିଳ୍ପାନୁଷ୍ଠାନଗୁଡ଼ିକୁ ମଧ୍ୟ ଉପଯୁକ୍ତ ପ୍ରଶିକ୍ଷକ ଓ ଭିତ୍ତିିଭୂମି ଯୋଗାଇ ଦେବା ପାଇଁ ଚୁକ୍ତି କରାଯାଇପାରିବ। କଲେଜଗୁଡ଼ିକରେ ପାଠପଢ଼ା ସମୟରେ ଓ ପାଠପଢ଼ା ସମୟ ବାହାରେ ଯୁବତୀଯୁବକଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ କରାଯାଇପାରିବ। ସେହିପରି ମିଶନଶକ୍ତି ଓ ଆପ୍ରେଣ୍ଟିଶିପ୍‌ ସହ ଦକ୍ଷତା ବିକାଶ ଟ୍ରେନିଂକୁ ଯୋଡ଼ିବାର ଢେର ଆବଶ୍ୟକତା ଅଛି ବୋଲି ମନ୍ତ୍ରୀ କହିଛନ୍ତି। ସମସ୍ତ ଜିଲାର ଉଚ୍ଚଶିକ୍ଷା ଅନୁଷ୍ଠାନରେ ୩୦ଟି ସ୍କିଲ୍‌ ହବ୍‌ କରାଯିବ। ଏଥିରେ ଉଚ୍ଚଶିକ୍ଷା ଅନୁଷ୍ଠାନର ଛାତ୍ରୀଛାତ୍ରଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସମ୍ପର୍କରେ ସଚେତନ କରାଯିବା ସହ ପ୍ରଶିକ୍ଷଣ ଦିଆଯିବ। ଜୁଲାଇ ୧୫ରେ ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ସବୁ ଜିଲାରେ ୨ଟି କୌଶଳ ରଥ(ସ୍କିଲ୍‌ ଅନ୍‌ ହୁଇଲ) ବୁଲିବ। ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି କୌଶଳ ରଥ ରାଜ୍ୟରେ ପରିଭ୍ରମଣ କରିବ। ଯେଉଁଥିରେ ହାଇସ୍କୁଲ, ଆଶ୍ରମ ବିଦ୍ୟାଳୟ, ଶିଶୁ ଯତ୍ନ ଅନୁଷ୍ଠାନ, ପିଭିଟିଜି(ପ୍ରାଚୀନ ଜନଜାତି) ଅଞ୍ଚଳରେ (ବଣ୍ଡା ଓ ମାଙ୍କଡ଼ିଆ ଇତ୍ୟାଦି) ଏବଂ ଆଇଟିଆଇ ଓ ପଲିଟେକ୍‌ନିକ୍‌ ଉଚ୍ଚଶିକ୍ଷା ଅନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯିବ। ୭ଟି ଦକ୍ଷତା ଉପରେ ସଚେତନତା ପାଇଁ ସରକାରଙ୍କ ବିଭିନ୍ନ ବିବରଣୀ, ରୋଲ୍‌ ମଡେଲ୍‌ ଓ ଉଚ୍ଚଶିକ୍ଷା ସ୍କିମ୍‌ ଏହି ସ୍କିଲ୍‌ ଅନ୍‌ ହୁଇଲ୍‌ରେ ଫୋକସ୍‌ ହେବ। ସ୍ଥାନୀୟ ଜନପ୍ରତିନିଧି, ଅଭିଭାବକ, ଛାତ୍ରୀଛାତ୍ର, ପୂର୍ବତନ ଛାତ୍ରୀଛାତ୍ରଙ୍କୁ ଏଥିରେ ସାମିଲ କରାଯିବ। ଏହାବ୍ୟତୀତ ସ୍ବଳ୍ପ ଅବଧିଭିତ୍ତିକ ଦକ୍ଷତା କାର୍ଯ୍ୟକ୍ରମ, ଆଇଟିଆଇ, ପଲିଟେକ୍‌ନିକ୍‌, ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଉଚ୍ଚତର ବୈଷୟିକ ଶିକ୍ଷା ସଂସ୍ଥାନଗୁଡ଼ିକରେ ଦିଆଯାଉଥିବା କାର୍ଯ୍ୟକ୍ରମମାନ ପ୍ରଚାର କରାଯିବ। ସ୍କିଲ୍‌ ଅନ୍‌ ହ୍ବିଲ୍‌ ବା କୌଶଳ ରଥରେ ବାଳିକାମାନଙ୍କ ପାଇଁ ସୁଦକ୍ଷା, ଅନାଥ ପିଲାଙ୍କ ପାଇଁ ଗ୍ରୀନ୍‌-ପ୍ୟାସେଜ୍‌ ସ୍କିମ୍‌ ଓ ନୂଆ-ଓ ଏବଂ ପିଏଲ୍‌ଟିପି ଯୋଜନା ସମ୍ପର୍କରେ ସୂଚନା ଦିଆଯିବ। ଏହି କୌଶଳ ରଥ ଅଭିଯାନ ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ବୀକୃତି ଅଣାଯିବ। ଏତଦ୍‌ବ୍ୟତୀତ ଯୁବକମାନଙ୍କୁ ଆତିଥେୟତା ପ୍ରଶିକ୍ଷଣ ପାଇଁ ୧୦ ଗୋଟି କୌଶଳଭବନ ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ପ୍ରଥମ କୌଶଳ ଭବନ ନିର୍ମାଣ କରାଯାଉଛି। ଏହି ଭବନରେ ଆତିଥ୍ୟ, ରୋଷେଇ ବିଜ୍ଞାନ, ଖାଦ୍ୟ ଓ ପାନୀୟ, ଗୃହରକ୍ଷୀ ସେବା ଏବଂ ଫ୍ରଣ୍ଟ ଅଫିସ୍‌ ଆସୋସିଏଟ୍‌ ପାଠ୍ୟକ୍ରମ ପ୍ରଶିକ୍ଷଣ ପାଇଁ ସୁବିଧା ରହିବ। ଏହି ଭବନରେ ବାର୍ଷିକ ୪୦୫ ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?