ଜନସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ଲୋଡ଼ା: ଡା. ଅରିଜିତ ମହାପାତ୍ର

ନବଜାତ ଶିଶୁରୋଗ ବିଶେଷଜ୍ଞ ଭାବେ ସେ ଜଣାଶୁଣା। ବହୁ ଜଟିଳ ଅସ୍ତ୍ରୋପଚାର କରି ପାଇଛନ୍ତି ଅନେକ ସଫଳତା। କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ବି ଅର୍ଜିଛନ୍ତି ସୁନାମ। ଦୂର ଦୂରାନ୍ତରୁ ଚିକିତ୍ସା ପାଇଁ ଲୋକେ ଧାଇଁଆସନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ଅରିଜିତ ମହାପାତ୍ରଙ୍କ ପାଖକୁ। କଟକ ଏସ୍‌ସିବି ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ସାରିବା ପରେ ୧୯୯୮ରେ ଶିଶୁରୋଗରେ ଏମ୍‌ଡି କରିଥିଲେ। ୨୦୦୩ରେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ନବଜାତ ଶିଶୁରୋଗ ଉପରେ ଡିଏମ୍‌ କରିଥିଲେ। ଏହି କ୍ଷେତ୍ରରେ ସେ ଓଡ଼ିଶାରେ ପ୍ରଥମ। ଚିକିତ୍ସା ସେବାରେ ୨୮ ବର୍ଷର ଅଭିଜ୍ଞତା ଥିବା ଡା. ମହାପାତ୍ର ଭୁବନେଶ୍ୱର ଶହୀଦନଗରସ୍ଥିତ ଜଗନ୍ନାଥ ହସ୍ପିଟାଲର ମ୍ୟାନେଜିଙ୍ଗ ଡାଇରେକ୍ଟର। ନିଜ ସଫଳ ଯାତ୍ରା ସମ୍ପର୍କରେ ଧରିତ୍ରୀ ସହ ଡା. ଅରଜିତ ମହାପାତ୍ରଙ୍କ ମନଖୋଲା କଥା।

ଜଗନ୍ନାଥ ହସ୍ପିଟାଲର ଯାତ୍ରା କିପରି ଥିଲା?
୨୦୧୨ ମସିହାରେ ଜଗନ୍ନାଥ ହସ୍ପିଟାଲ ଆରମ୍ଭ ହେଲା। ୧୦ବର୍ଷ ହୋଇଗଲାଣି। ନୂଆ ହସ୍ପିଟାଲ କରିବାରେ ଅନେକ ଚ୍ୟାଲେଞ୍ଜ ଥିଲା। ୨୪ ଘଣ୍ଟିଆ ରୋଗୀ ସେବା ଓ ରୋଗୀଙ୍କ ଯତ୍ନ କିପରି ନେଇପାରିବା ତାହା ଥିଲା ଆମ ଆଗରେ ବଡ଼ ଆହ୍ବାନ। ଏଥିପାଇଁ ଡାକ୍ତର, ନର୍ସଙ୍କଠାରୁ ଆରମ୍ଭ କରି ହସ୍ପିଟାଲ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟ୍ରେନିଂ ଦେବାକୁ ପଡ଼ିଥିଲା। ଏଥିରେ ସଫଳତା ମିଳିଥିବା ମନେକରୁଛି।
ହସ୍ପିଟାଲରେ କ’ଣ ସୁବିଧା ରହିଛି?
ଶିଶୁଙ୍କ ସବୁ ପ୍ରକାର ଚିକିତ୍ସା ପାଇଁ ବ୍ୟବସ୍ଥା ରହିଛି। ନବଜାତକଙ୍କ ପାଇଁ ଆଇସିୟୁ, ଜରୁରିକାଳୀନ ସେବା, ୬/୭ ମାସରେ ଜନ୍ମ ହେଉଥିବା ଶିଶୁଙ୍କ ଚିକିତ୍ସା ଲାଗି ସ୍ବତନ୍ତ୍ର ଉପକରଣ ରହିଛି। ଭେଣ୍ଟିଲେଟର ଏବଂ ଆଇସିୟୁ ମଧ୍ୟ ରହିଛି। ନବଜାତ ଓ ତଦୂର୍ଦ୍ଧ୍ୱ ଶିଶୁଙ୍କ ଜଟିଳ ଅସ୍ତ୍ରୋପଚାର କରାଯାଉଛି। କହିବାକୁ ଗଲେ ପିଲାଙ୍କ ଚିକିତ୍ସା ପାଇଁ ଆମ ପାଖରେ ସବୁ ପ୍ରକାର ବ୍ୟବସ୍ଥା ରହିଛି। ତେବେ ଏଠାରେ କେବଳ ପିଲାଙ୍କର ହୃଦ୍‌ ଅସ୍ତ୍ରୋପଚାର ହେଉନାହିଁ। ଖାଲି ଆମ ହସ୍ପିଟାଲରେ ନୁହେଁ, ଓଡ଼ିଶାରେ ମଧ୍ୟ ହେଉନାହିଁ। ସେହିଭଳି ପ୍ରସୂତିଙ୍କ ଚିକିତ୍ସା ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଛି। ସବୁଠାରୁ ବଡ଼ କଥା ହେଲା, ମା’ ଓ ପିଲାଙ୍କ ପାଇଁ ୨୪ଘଣ୍ଟିଆ ସେବା ଦେଉଛୁ, ଯାହାକି ଅନ୍ୟ ଘରୋଇ ହସ୍ପିଟାଲରେ କ୍ୱଚିତ ଦେଖିବାକୁ ମିଳେ।
ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଅଧିକ ଟଙ୍କା ଆବଶ୍ୟକ ପଡ଼େ। ଏନେଇ ଆପଣଙ୍କ ମତ?
ଦିନକୁ ଦିନ ସବୁ ଜିନିଷର ଦର ବଢ଼ୁଛି। ସେହି ମାତ୍ରାରେ ସ୍ବାସ୍ଥ୍ୟସେବା ଖର୍ଚ୍ଚ ବଢ଼ୁଛି। ଆମେ ତାକୁ ସାମ୍ନା କରିବା ପାଇଁ ଚେଷ୍ଟା କରିବା ଉଚିତ। ଏଥିପାଇଁ ସ୍ବାସ୍ଥ୍ୟ ବୀମା ହେଉଛି ଗୁରୁତ୍ୱପୂର୍ଣ୍ଣ। ଲୋକେ ଏବେ ସଚେତନ ହେଲେଣି ଓ ବୀମା କରୁଛନ୍ତି। ତଥାପି ବୀମା ହାର କମ୍‌ ରହିଛି। ଆଗକୁ ଆହୁରି ଅଧିକ ଲୋକ ବୀମା କରିବା ଆବଶ୍ୟକ। କାରଣ ଭବିଷ୍ୟତରେ ହସ୍ପିଟାଲରେ ଟଙ୍କା ଖର୍ଚ୍ଚ ହେବ ବୋଲି କେହି ଜାଣି ନ ଥାନ୍ତି କି ସେଥିଲାଗି ବଜେଟ ମଧ୍ୟ କରି ନ ଥାନ୍ତି। ତେଣୁ ପ୍ରତ୍ୟେକ ବ୍ୟକ୍ତି ବୀମା କରିନେବା ଜରୁରୀ ବୋଲି ମୁଁ କହିବି।
ଓଡ଼ିଶା ସରକାରଙ୍କ ପକ୍ଷରୁ କ’ଣ ସୁବିଧା ଯୋଗାଇ ଦିଆଯାଉଛି?
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବହୁତ ପରିବାର ଅନ୍ତର୍ଭୁକ୍ତ ଥିବାରୁ ରାଜ୍ୟ ସରକାର ଆମକୁ ସାହାଯ୍ୟ କରୁଥିବା ମନେକରେ। ଓଡ଼ିଶା ଷ୍ଟେଟ୍‌ ଟ୍ରିଟ୍‌ମେଣ୍ଟ ଫଣ୍ଡ (ଓଏସ୍‌ଟିଏଫ୍‌)ରେ ରୋଗୀଙ୍କୁ ଅନ୍ୟ ରାଜ୍ୟକୁ ଚିକିତ୍ସା ପାଇଁ ରେଫର୍‌ କରାଯାଇପାରୁଛି। ଯେଉଁ ସର୍ଜରି ଏଠାରେ ହୋଇପାରୁନି କିମ୍ବା ଅଧିକ ଜଟିଳ ରହୁଛି, ତା’ର ଚିକିତ୍ସା ପାଇଁ ବାହାର ରାଜ୍ୟକୁ ପଠାଯାଉଛି। ସେମାନେ ସରକାରଙ୍କ ଓଏସ୍‌ଟିଏଫ୍‌ ସହଯୋଗରେ ବାହାର ରାଜ୍ୟକୁ ଯାଇ ପ୍ରାୟତଃ ମାଗଣାରେ ଚିକିତ୍ସା କରିପାରୁଛନ୍ତି।
ମହାମାରୀ ସମୟରେ ହସ୍ପିଟାଲରେ କ’ଣ ସବୁ ପଦକ୍ଷେପ ନିଆଯାଇଥିଲା?
ମହାମାରୀ ଆମକୁ ବିସ୍ମିତ କରିଦେଇଥିଲା। ସରକାରଙ୍କ ଗାଇଡ୍‌ଲାଇନ୍‌ ପାଳନ କରି ଲକ୍‌ଡାଉନ୍‌ ସମୟରେ
ବହୁ ପଦକ୍ଷେପ ନିଆଯାଇଥିଲା। ଫିବର କ୍ଲିନିକ୍‌ ଖୋଲାଗଲା, ଆଇସୋଲେଶନ ରୁମ୍‌ ଓ ଆଇସୋଲେଶନ ଆଇସିୟୁ ମଧ୍ୟ କରାଯାଇଥିଲା। କରୋନା ବିରୋଧୀ ଲଢ଼େଇ ପାଇଁ ସମସ୍ତେ ଚେଷ୍ଟା କରି ସଫଳ ହୋଇପାରିଛୁ।
ଭବିଷ୍ୟତରେ କୋଭିଡ୍‌-୧୯ ଭଳି ଚ୍ୟାଲେଞ୍ଜ ଆସିଲେ ମୁକାବିଲା ପାଇଁ କ’ଣ କରାଯିବା ଉଚିତ?
ଏହି ମହାମାରୀ ଆମକୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା ଶିଖାଇଛି। ଭବିଷ୍ୟତରେ ପୁଣି ଥରେ ମହାମାରୀ ଆସିବ ଓ ଆମେ ସାମ୍ନା କରିବା ତାହା ଭାବିପାରୁନି। କାରଣ ଅତୀତରେ ଦେଖାଯାଇଛି ମହାମାରୀ ୧୦୦ ବର୍ଷରେ ଆସୁଛି। ଆମେ ଗୋଟେ ମହାମାରୀକୁ ସାମ୍ନା କରିପାରିଲୁ ତାହା ଆମ ପାଇଁ ବଡ଼ କଥା। ଏହାର ପଜିଟିଭ୍‌ ସାଇଟ୍‌କୁ ଦେଖିଲେ ଆଗକୁ ଯାଇହେବ। କରୋନା ଯୋଗୁ ଲୋକଙ୍କ ବ୍ୟବହାର ବଦଳିଯାଇଛି। ନିଜ ସୁରକ୍ଷା ପାଇଁ ଲୋକେ ସଚେତନ ହୋଇଛନ୍ତି।
ଭିତ୍ତିଭୂମିର ବିକାଶ ହେବା ଜରୁରୀ ବୋଲି ଭାବୁନାହାନ୍ତି?
ଭିତ୍ତିଭୂମିର କୌଣସି ଶେଷ ନାହିଁ। ଗତ ୨୦ ବର୍ଷ ଭିତରେ ବହୁତ ଭିତ୍ତିଭୂମି ବିକାଶ କରାଯାଇଛି। ନୂଆ ନୂଆ ଚିକିତ୍ସା ପଦ୍ଧତିଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ କରିଛୁ। ତେବେ ପୂର୍ବରୁ ଲୋକେ ଜନସ୍ବାସ୍ଥ୍ୟ ସମ୍ପର୍କରେ ଜାଣୁ ନ ଥିଲେ। ଏବେ ଧୀରେ ଧୀରେ ସଚେତନ ହେଉଛନ୍ତି। ତେଣୁ ଜନସ୍ବାସ୍ଥ୍ୟ ସଚେତନତା ବା ଫାସିଲିଟି କ୍ଷେତ୍ରରେ ଭିତ୍ତିଭୂମି ବିକାଶ ଜରୁରୀ ବୋଲି ଭାବୁଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ

ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍‌ ପାତ୍ରଙ୍କୁ ଗତ ଏପ୍ରିଲ ୧୫…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri