ଜନ ଅଭିଯୋଗ ଶୁଣାଣି

ସାଧାରଣ ଲୋକେ ସେମାନଙ୍କ ସମସ୍ୟା ନେଇ ଆପତ୍ତି ଅଭିଯୋଗ କରିବା ଏକ ନିତିଦିନିଆ ଘଟଣା। କେବଳ ସାଧାରଣ ଲୋକ ନୁହନ୍ତି, ବରଂ ବିଭିନ୍ନ ସରକାରୀ ଓ ବେସରକାରୀ କର୍ମସଂସ୍ଥାନରେ କାର୍ଯ୍ୟରତ ଓ କାର୍ଯ୍ୟନିବୃତ୍ତ କର୍ମଚାରୀମାନେ ବି ସେମାନଙ୍କ ସମସ୍ୟା ନେଇ ଉପରିସ୍ଥ ବାବୁମାନଙ୍କ ପାଖରେ ଅଭିଯୋଗମାନ ଆଗତ କରିଥାନ୍ତି। ଦୈନନ୍ଦିନର ଜୀବନରେ ଗଣ୍ଡଗୋଳ, ମାର୍‌ପିଟ୍‌, ଚୋରି, ଠକାମି, ଶୋଷଣ, ନାରୀ ନିର୍ଯାତନା, ହତ୍ୟା ଓ ଜମିଜମା ବାଦବିବାଦ ଆଦି ଘଟଣାକୁ ନେଇ ଲୋକେ ନିକଟସ୍ଥ ଥାନାରେ ଲିଖିତ ଅଭିଯୋଗମାନ କରିଥାନ୍ତି। କାର୍ଯ୍ୟରତ ଥାନାବାବୁ ଅଭିଯୋଗଗୁଡ଼ିକ ମଧ୍ୟରୁ କିଛି ଅଭିଯୋଗ ଉପରେ ତଦନ୍ତକରି ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ଉଭୟ ପକ୍ଷଙ୍କ ସହମତିକ୍ରମେ କିଛି ଅଭିଯୋଗର ଆପୋସ ସମାଧାନ କରାଇଥାନ୍ତି। ଆଉ କିଛି ଅଭିଯୋଗ ଉପରେ ଟାଳଟୁଳ ନୀତି ବି ଅବଲମ୍ବନ କରିଥାନ୍ତି, ଯାହାକୁ ନେଇ ଅଭିଯୋଗକାରୀଙ୍କ ମଧ୍ୟରେ ବେଳେବେଳେ ଅସନ୍ତୋଷ ତଥା ଆକ୍ରୋଶ ପ୍ରକାଶ ପାଇଥାଏ। ଏ କ୍ଷେତ୍ରରେ ଟଙ୍କାପଇସା କାରବାର କିମ୍ବା ରାଜନୈତିକ ବ୍ୟକ୍ତିବିଶେଷଙ୍କ ହସ୍ତକ୍ଷେପ କରାଯାଇଥିବା ନେଇ ଲୋକେ ଅନେକ ସମୟରେ ଅଭିଯୋଗ କରିଥାନ୍ତି। ପୁଣି ଥାନାରୁ ମିଳୁଥିବା ନ୍ୟାୟରେ ସନ୍ତୁଷ୍ଟ ହେଉ ନ ଥିବା ଲୋକେ ଉପରିସ୍ଥ ପୋଲିସବାବୁ କିମ୍ବା କୋର୍ଟ କଚେରିରେ ହାକିମ ହୁକୁମାଙ୍କଠାରେ ଏଥିନେଇ ଅଭିଯୋଗ କରିବାର ବି ଦେଖାଯାଏ। ଏହି କ୍ରମରେ ଲୋକେ ଦୈନିକ ବ୍ଲକ୍‌, ତହସିଲ୍‌ଠାରୁ ଆରମ୍ଭକରି ଜିଲାପାଳ ଓ ବିଭିନ୍ନ ବିଭାଗର ରାଜ୍ୟସ୍ତରୀୟ ପଦାଧିକାରୀ ଆଦିଙ୍କ ଦପ୍ତର ଯାଏ ପହଞ୍ଚତ୍ ଦପ୍ତର ମୁଖ୍ୟଙ୍କଠାରେ ନାନାଦି ଆପତ୍ତି ଅଭିଯୋଗ ଆଗତ କରିଥାନ୍ତି। ତେବେ ଲୋକଙ୍କ ସେସବୁ ଆପତ୍ତି ଅଭିଯୋଗ ଶୁଣିବା ଓ ପଢ଼ିବା ପରେ ସରକାରୀ ବାବୁମାନେ କି ପ୍ରକାର ସମାଧାନର ବାଟ ବାହାର କରିଥାନ୍ତି ସେକଥା ସେହି ଅଭିଯୋଗକାରୀଙ୍କୁ ହିଁ ଜଣାଥିବ। କିନ୍ତୁ ସେହି ଏକା ଅଭିଯୋଗକୁ ନେଇ ଲୋକେ ବାରମ୍ବାର ସରକାରୀ ବାବୁମାନଙ୍କ ପାଖକୁ ଦୌଡ଼ି ଦୌଡ଼ି ଶେଷରେ ନିରାଶ ହେଉଥିବାର ଅଭିଯୋଗ ବି ନଜରକୁ ଆସିଥାଏ। ତେବେ କ୍ରମାଗତ ଭାବେ ଜନ ଅଭିଯୋଗଗୁଡ଼ିକ ଶୁଣିବା ପାଇଁ ସରକାରଙ୍କ ନିର୍ଦ୍ଦେଶରେ ସରକାରୀ ଉପରିସ୍ଥ ବାବୁମାନେ ନିର୍ଦ୍ଦିଷ୍ଟ ବାର ନିର୍ଘଣ୍ଟ କରିଛନ୍ତି। କେବଳ ଏହି ବାରଗୁଡ଼ିକରେ ଲୋକେ ଯାଇ ସେମାନଙ୍କଠାରେ ଆପତ୍ତି ଅଭିଯୋଗ କରିପାରିବେ। ଏହି କ୍ରମରେ ସବୁ ଜିଲାର ଜିଲାପାଳମାନେ ନିଜ ଦପ୍ତରରେ ସପ୍ତାହକୁ ଥରେ କ୍ରମାନ୍ବୟରେ ବିଭିନ୍ନ ବ୍ଲକର ଅଭିଯୋଗ ଶୁଣିବା ଲାଗି ବ୍ୟବସ୍ଥା କରିଛନ୍ତି। ସେହିପରି ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଅନ୍ୟ ବିଭାଗୀୟ ପଦାଧିକାରୀମାନେ ମଧ୍ୟ ମାସର ଗୋଟିଏ ଦିନ ନିଜ ନିଜ ଜିଲା ଅଧୀନସ୍ଥ ବ୍ଲକଗୁଡ଼ିକୁ ଯାଇ ମିଳିତ ଜନ ଅଭିଯୋଗ ଶୁଣିବାର ବ୍ୟବସ୍ଥା ବି କରାଯାଇଛି। ଏଠି ଲୋକେ ବ୍ୟକ୍ତିଗତଠାରୁ ପୁଣି ସାମୂହିକ ସମସ୍ୟାଗୁଡିକୁ ନେଇ ଅଭିଯୋଗ ଆଗତ କରୁଛନ୍ତି । ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚତ୍ତ ବିଭିନ୍ନ ବର୍ଗର ହିତାଧିକାରୀଙ୍କ ବ୍ୟକ୍ତିଗତ ସମସ୍ୟାଠାରୁ ପୁଣି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ ଓ ଜଳସେଚନ ଆଦି ସାମୂହିକ ସମସ୍ୟାକୁ ନେଇ ଶହ ଶହ ଅଭିଯୋଗ ଆଗତ ହେଉଛି ସତ, ହେଲେ ପରିତାପର ବିଷୟ ମାତ୍ର ହାତଗଣତି କିଛି ଅଭିଯୋଗର ସମାଧାନ ହେଉଛି, ଯେଉଁଥିପାଇଁ ଏହି ଅଭିଯୋଗ ଶୁଣାଣି ପ୍ରହସନରେ ପରିଣତ ହୋଇଛି ଆଉ ଲୋକେ ପ୍ରଶାସନ ଉପରୁ ଆସ୍ଥା, ବିଶ୍ୱାସ ହରାଇ ଏଭଳି ଜନ ଅଭିଯୋଗ ଶୁଣାଣିକୁ ଆସିବା ଲାଗି ଅନାଗ୍ରହ ପ୍ରକାଶ କଲେଣି। ତଳସ୍ତରରୁ ପୁଣି ଉପରସ୍ତର ଯାଏ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀମାନଙ୍କର ନିଷ୍ଠା ଓ ଆନ୍ତରିକତାର ଅଭାବରୁ ଆଜି ଏମିତି ଅବସ୍ଥା ସୃଷ୍ଟି ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି।
ଆହୁରି ମଧ୍ୟ ଦେଖିବାକୁ ପାଇବେ ବିଭିନ୍ନ ସରକାରୀ ଦପ୍ତରରେ ‘ଅଭିଯୋଗ ପ୍ରକୋଷ୍ଠ’ ଖୋଲାଯାଇ ଜନ ଅଭିଯୋଗ ଶୁଣିବାର ବ୍ୟବସ୍ଥା କରାଯାଇଛି। କିଛି ଦପ୍ତରରେ ‘ଅଭିଯୋଗ ବାକ୍ସ’ ବସାଯାଇ ଜନ ଅଭିଯୋଗ ଗ୍ରହଣ କରିବାର ବ୍ୟବସ୍ଥା କରାଯାଇଛି। ହେଲେ ସେସବୁ କେବଳ ନଁାକୁ ମାତ୍ର। ଆପଣ ଅଭିଯୋଗ କରିବାର ମାସେ ନୁହେଁ ବରଂ ବର୍ଷାଧିକ କାଳ ଅତିବାହିତ ହୋଇଗଲା ପରେ ବି ଏହା ଉପରେ ଯେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବ ଏହା ଆପଣ ଅନୁଭବ କରିଥିବେ ନିଶ୍ଚୟ। କେବଳ ବ୍ଲକ ଓ ଜିଲାସ୍ତରର ପ୍ରଶାସନିକ ଅଧିକାରୀ ନୁହନ୍ତି ବରଂ ରାଜ୍ୟର ବିଭିନ୍ନ ବିଭାଗର ସଚିବ ଓ ଅତିରିକ୍ତ ସଚିବମାନେ ବିଭିନ୍ନ ଅଞ୍ଚଳ ଗସ୍ତକରି ଜନ ଅଭିଯୋଗ ଶୁଣିଥାନ୍ତି। ମାତ୍ର ସେସବୁ କେବଳ ସେହି ଅଭିଯୋଗରେ ହିଁ ସୀମିତ ରହିଯାଏ। ପୁରୁଣା ସରକାର ଅମଳରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବି ଜନ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଥିଲା। ଲୋକେ ସମସ୍ୟାକୁ ନେଇ ସେଠାରେ ଅଭିଯୋଗ କରିଥିଲେ। ଆଶା ରଖିଥିଲେ କିଛି ସୁଫଳ ମିଳିବ। ହେଲେ ସେସବୁ ଅଭିଯୋଗର କେତେ ପ୍ରତିଶତ ସମାଧାନ କରାଯାଇଛି ତାହା ସମସ୍ତଙ୍କୁ ଊଣାଅଧିକେ ଜଣାଥିବ। ସେ ସମୟରେ କିଛି ଜନପ୍ରତିନିଧି ବି ବ୍ୟକ୍ତିଗତ ଭାବେ ଅଭିଯୋଗ ଶୁଣାଣିର ବ୍ୟବସ୍ଥା କରାଇଥିଲେ। ତେବେ ଏଥିରୁ ଲୋକେ କେତେମାତ୍ରାରେ ଉପକୃତ ହୋଇଛନ୍ତି ତାହା ସେମାନଙ୍କୁ ହିଁ ଜଣାଥିବ। ବିଭିନ୍ନ ସମୟରେ ଅମୁକ ଟୋଲ୍‌ ଫ୍ରି ନମ୍ବରରେ ଆପଣ ନିଜର ବା ଆପଣଙ୍କ ଅଞ୍ଚଳରେ ରହିଥିବା ସମସ୍ୟାକୁ ନେଇ ଅଭିଯୋଗ ଆଗତ କରିପାରିବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥାଏ। ହେଲେ ଅଧିକାଂଶ ସମୟରେ ଏହି ନମ୍ବରଟି ବ୍ୟସ୍ତ କିମ୍ବା ଅଚଳ ଥିବାର ଜଣାଯାଏ। ଯଦିବା କେବେ କେମିତି କେହି ଆପଣଙ୍କ ସମସ୍ୟାକୁ ଶୁଣିଲା ତେବେ ଆପଣ ଆଶା କରିଥିବା କଥାଟି ଶେଷରେ ଭୁଲ୍‌ ପ୍ରମାଣିତ ହେବ। ଏବେ ନୂଆ ସରକାରରେ ସରକାରୀ ଦଳର ପ୍ରମୁଖ ଓ ଅନ୍ୟ ଜନପ୍ରତିନିଧିମାନେ ବି ଅଭିଯୋଗ ଶୁଣାଣିର ବ୍ୟବସ୍ଥା କରିଛନ୍ତି। ଏହା ଭଲ କଥା । ହଜାର ହଜାର ସାଧାରଣ ଲୋକ ସେମାନଙ୍କ ସମସ୍ୟା ଓ ସୁବିଧା ଅସୁବିଧା ନେଇ ଅଭିଯୋଗ କରୁଛନ୍ତି। ହେଲେ କେବଳ ଅଭିଯୋଗ ଶୁଣିଲେ ତ ହେବନାହିଁ, ସେସବୁର ସମାଧାନ ନେଇ ସରକାର ଯତ୍ନବାନ୍‌ ହେବା ଉଚିତ। ଜନ ଅଭିଯୋଗ ଶୁଣାଣି ଯେପରି ଲୋକଙ୍କ ବିଶ୍ୱାସ ଓ ଭରସା ହରାଇ ପ୍ରହସନରେ ପରିଣତ ନ ହୁଏ ସେଥିପ୍ରତି ସରକାର ସଜାଗ ରହିବା ଏକାନ୍ତ ଅପରିହାର୍ଯ୍ୟ। ଅନ୍ୟପକ୍ଷେ ଜନ ଅଭିଯୋଗ ଶୁଣାଣି ମାଧ୍ୟମରେ ତଳସ୍ତରରେ ରହିଥିବା ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ କରିବାକୁ ସରକାର ବ୍ଲକ ଓ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ବି କଡ଼ା ନିର୍ଦ୍ଦେଶ ଦେବାର ଆବଶ୍ୟକତା ରହିଛି। ତେବେ ସିନା ଯାଇ ଲୋକେ ସମସ୍ୟାମୁକ୍ତ ଜୀବନ ବିତାଇପାରିବେ।
ଶଂଖିଡ଼ା, ତିହିଡ଼ି, ଭଦ୍ରକ
ମୋ:୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri