୬୬ ବର୍ଷରେ ରିଷିଡ଼ା ସାର୍ବଜନନୀ ଦୁର୍ଗାପୂଜା

ରିଷିଡ଼ା,୨୯ା୯ (ସୁଶାନ୍ତ ମଲ୍ଲିକ: କର୍ଲାମୁଣ୍ଡା ବ୍ଲକ୍‌ର ରିଷିଡ଼ାଠାରେ ସାର୍ବଜନନୀ ଶାରଦୀୟ ଦୁର୍ଗାପୂଜା ଏଥର ୬୬ବର୍ଷରେ ପଦାର୍ପଣ କରିଛି। ୧୯୬୦ରେ ତତ୍କାଳୀନ ରିଷିଡ଼ା ଫାଣ୍ଡି ଅଧିକାରୀ ମାଧବ ଚୌଧୁରୀଙ୍କ ପ୍ରୋତ୍ସାହନରେ ଗ୍ରାମର ଗୌନ୍ତିଆ ଓ ଗାଁ ମୁଖିଆମାନେ ଦୁର୍ଗାପୂଜା ଆରମ୍ଭ କରିଥିଲେ। ସେତେବେଳେ ଆଖପାଖରେ ଦୁର୍ଗାପୂଜା ହେଉ ନ ଥିବାରୁ ବହୁ ଦୂରଦୂରାନ୍ତରୁ ଶଗଡ଼ ଗାଡ଼ିରେ ଆସି ଲୋକେ ରାତ୍ରକାଳୀନ ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରୁଥିଲେ। ସମୟାନ୍ତରେ ସାମାଜିକ ନାଟକ, ଅର୍କେଷ୍ଟ୍ରା, ଦଣ୍ଡନୃତ୍ୟ, ବୈଠକୀ କୀର୍ତ୍ତନ ମନୋରଞ୍ଜନ ମାଧ୍ୟମ ପାଲିଟିଯାଇଛି। ଏଥର ରାବଣପୋଡ଼ିକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ଏହି ବର୍ଷ ମନୋରଞ୍ଜନ କାର୍ଯ୍ୟକ୍ରମରେ ମହିଳା ଦଣ୍ଡନୃତ୍ୟ, ଅର୍କେଷ୍ଟ୍ରା, ମହିଷମର୍ଦ୍ଦିନୀ, ଲକ୍ଷ୍ମୀ ସୁଆଙ୍ଗ ପରିବେଷଣ ହେବାକୁ ଥିବାବେଳେ ଭସାଣି ଦିନ ଦୁଲ୍‌ଦୁଲି ବାଦ୍ୟ ପରିବେଷଣ ହେବ ବୋଲି କମିଟି ସୂଚନା ଦେଇଛି। ପୂଜା କମିଟି ସଭାପତି ଅଶୋକ କୁମାର ତ୍ରିପାଠୀ, ଉପସଭାପତି ନରୋତ୍ତମ ସେଲେମା,ସମ୍ପାଦକ ଦୁଷ୍ମନ୍ତ ଲେଙ୍କା, ସହସମ୍ପାଦକ ରଞ୍ଜନ କୁମାର ନାଏକ ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଧକ୍କାଦେଲା ସ୍କର୍ପିଓ, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ

ପାଟଣା,୧୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ୨୨୦ ନମ୍ବର ଜାତୀୟ ରାଜପଥର ବଡ଼ବିଲ ନିକଟର ସୋମବାର ଭୋର୍‌ରୁ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ଏକ ଘରକୁ…

ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

ଭବାନୀପାଟଣା,୧୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନକିଣା ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଜିଲାର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଜୁନାଗଡ଼…

ଥାନା ଭିତରେ ଝିଅଙ୍କୁ ଛୁରିଭୁସି ହତ୍ୟାକଲେ ବାପା: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଲକ୍ଷ୍ନୌ,୧୫ା୬:ଉତ୍ତରପ୍ରଦେଶର ବାନ୍ଦା ଜିଲା ଅନ୍ତର୍ଗତ ବଦୌସା ଥାନା ଭିତରେ ଶୁକ୍ରବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାପା ଛୁରିଭୁସି ହତ୍ୟା କରିଛନ୍ତି। ବାନ୍ଦା ଏସ୍‌ପି ପଳାଶ…

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri