ଇମ୍ରାନ୍‌ଙ୍କୁ ନେଇ ଚିନ୍ତା ପ୍ରକଟ କଲେ ସ୍ତ୍ରୀ ବୁଶ୍‌ରା ବିବି, ସୁରକ୍ଷା ପାଇଁ ଲେଖିଲେ ଚିଠି

ଇସଲାମାବାଦ,୧୯।୮: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ଖାନଙ୍କ ସ୍ତ୍ରୀ ବୁଶ୍‌ରା ବିବି ତାଙ୍କ ସ୍ବାମୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ଆଟକ ଜେଲରେ ବିଷ ଦିଆଯାଇପାରେ ବୋଲି କହିଛନ୍ତି। ପାକ୍‌ ମିଡିଆ ଏହି ସୂଚନା ଦେଇଛି। ବୁଶ୍‌ରା ବିବି ପଞ୍ଜାବର ଗୃହ ସଚିବଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ତାଙ୍କ ସ୍ବାମୀଙ୍କୁ ରାୱଲପିଣ୍ଡିର ଅଦିିଆଲା ଜେଲକୁ ସ୍ଥାନାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି, ମୋର ସ୍ବାମୀ ବିନା କାରଣରେ ଅଟକ ଜେଲରେ ବନ୍ଦୀ ହୋଇଛନ୍ତି। ଆଇନ ଅନୁଯାୟୀ ମୋ ସ୍ବାମୀଙ୍କୁ ଅଦିିଆଲା ଜେଲକୁ ସ୍ଥାନାନ୍ତର କରାଯିବା ଉଚିତ୍‌। ରିପୋର୍ଟ ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ତୋଶାଖାନା ମାମଲାରେ ଚଳିତ ମାସ ଆରମ୍ଭରେ ଗିରଫ କରାଯାଇଥିଲା।

ତାଙ୍କ ଚିଠିରେ ବୁଶ୍‌ରା ବିବି ଦାବି କରିଛନ୍ତି ଯେ, ପିଟିଆଇ ପ୍ରମୁଖଙ୍କୁ ସାମାଜିକ ତଥା ରାଜନୈତିକ ସ୍ଥିତି ଅନୁଯାୟୀ ଜେଲରେ ବି-ଶ୍ରେଣୀର ସୁବିଧା ଯୋଗାଇ ଦିଆଯାଉ, କାରଣ ସେ ଅକ୍ସଫୋର୍ଡ ସ୍ନାତକ ଏବଂ ଜାତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ। ଏହି ସମୟରେ ବୁଶ୍‌ରା ବିବି ଏହା ମଧ୍ୟ କହିଛନ୍ତି ଯେ, ଅତୀତରେ ଖାନଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଦୁଇଥର ଚେଷ୍ଟା କରାଯାଇଛି, କିନ୍ତୁ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଷୟ ତୃତୀୟାରେ ୨ ଲକ୍ଷ ଧରିବ ସୁନାଦର! ସୁନାପ୍ରେମୀଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୬।୪: ଅକ୍ଷୟ ତୃତୀୟା ରବିବାର ପଡୁଛି। କିନ୍ତୁ, ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇପାରେ।…

ବଢିଗଲା ସାବୁନ-ସାମ୍ପୁର ଦାମ୍‌, ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୬।୪: ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧିର ରିପୋର୍ଟ ପରେ, ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ମଧ୍ୟବିତ୍ତ ପରିବାର ପାଇଁ ସାମାନ୍ୟ ଝଟକା ଆଣିପାରେ।…

ଦୂରଦୃଷ୍ଟି ଅଭାବ,ସରକାରୀ ଅର୍ଥ ବରବାଦ୍‌: ମାଟିରେ ମିଶିଲା ଦୋକାନ ଗୃହ

ବରଗଡ଼,୧6।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ପୌର ପ୍ରଶାସନ ପକ୍ଷରୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଉଚ୍ଛେଦ ଅଭିଯାନ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳରେ…

ଜମ୍ବୁ ଦ୍ୱୀପ ମହୋତ୍ସବରେ ଓଡ଼ିଆ ଅସ୍ମିତାର ଝଲକ: ବିଧାୟକଙ୍କ ଦ୍ୱାରା…

ମହାକାଳପଡ଼ା,୧୬ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):ବଙ୍ଗୋପସାଗର ତଟ ଦେଶର ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ ୨୦୨୬ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ…

ଏପ୍ରିଲ ୨୯ ପରେ ଭାରତରେ ବଢିଯିବ ପେଟ୍ରୋଲ ଦର! ଲିଟର ପିଛା ହେବ…

ନୂଆଦିଲ୍ଲୀ,୧୬।୪: ମଧ୍ୟପ୍ରାଚ୍ୟରେ 40 ଦିନର ସଂଘର୍ଷ ପରେ, ଦୁଇ ସପ୍ତାହର ଯୁଦ୍ଧବିରତି ସ୍ଥାପନ କରାଯାଇଛି; ତଥାପି, ପରିସ୍ଥିତି ଅପରିବର୍ତ୍ତିତ ରହିଛି। ବିଶ୍ୱର ପ୍ରମୁଖ ଜଳପଥ ମଧ୍ୟରୁ, ହର୍ମୁଜ…

୨୦୩୨ ପର୍ଯ୍ୟନ୍ତ ଏହି ରାଶିକୁ କଲବଲ କରିବେ ଶନି! ଆଉ ୨ ରାଶି ହେବେ ପ୍ରଭାବିତ, ଜାଣି ନିଅନ୍ତୁ…

ନ୍ୟାୟର ଦେବତା ହେଉଛନ୍ତି ଶନି । ସାଡେ ସତୀ ସମୟରେ କିଛି ରାଶି ଉପରେ ତାଙ୍କର କଠୋର ଦୃଷ୍ଟି ପକାଇଥାନ୍ତି। ବର୍ତ୍ତମାନ ତିନୋଟି ରାଶି ଶନି ସାଡେ…

ସୋସିଆଲ ମିଡିଆରେ ଫସାଇ ୧୮୦ ନାବାଳିକାଙ୍କୁ ଯୌନ ଶୋଷଣ

ଅମରାବତୀ,୧୬ା୪: ସୋସିଆଲ ମିଡିଆ ସ୍ନାପ୍‌ଚାଟ୍‌ ଏବଂ ହ୍ବାଟ୍ସଆପ୍‌ ଜରିଆରେ ସମ୍ପର୍କ ବଢ଼ାଇବା ପରେ ଯୁବତୀ ଓ ନାବାଳିକାମାନଙ୍କୁ ଯୌନଶୋଷଣ କରାଯାଇଛି। ଏହାସହ ଯୌନକ୍ରିୟାର ଭିଡିଓ ଉତ୍ତୋଳନ କରି…

ଜାତୀୟ ମହିଳା ସଂରକ୍ଷଣ ବିଲ୍‌କୁ ବିଜେଡିର ସମର୍ଥନ

ଭୁବନେଶ୍ୱର,୧୬ା୪(ସୁନିତ୍‌ ମିଶ୍ର): ମହିଳା ସଂରକ୍ଷଣ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ସାରା ଦେଶରେ ବିଜୁ ପଟ୍ଟନାୟକ ଜଣେ ଅଗ୍ରଦୂତ ଥିଲେ। ବିଜେଡି ସବୁବେଳେ ବିଧାନସଭା ଓ ପାର୍ଲାମେଣ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri