Posted inଖେଳ

ପିଏସ୍‌ଏ ବିଶ୍ୱ ର଼୍ୟାଙ୍କିଙ୍ଗ୍‌: ଟପ୍‌ ୧୦ରେ ଜ୍ୟୋତ୍ସ୍ନା

ନୂଆଦିଲ୍ଲୀ,୮।୭(ପି.ଟି.): ଭାରତୀୟ ମହିଳା ସ୍କ୍ବାଶ୍‌ ତାରକା ଜ୍ୟୋତ୍ସ୍ନା ଚିନାପ୍ପା ସଦ୍ୟ ପ୍ରକାଶିତ ପ୍ରଫେଶନାଲ ସ୍କ୍ବାଶ୍‌ ଆସୋସିଏଶନ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ଟପ୍‌-୧୦ରେ ସ୍ଥାନ ହାସଲ କରିଛନ୍ତି। ଇଜିପ୍ଟର ୧ ନମ୍ବର ଖେଳାଳି ରାନୀମ ଏଲ ଓ୍ବେଲିଲି ହଠାତ୍‌ ଅବସର ଘୋଷଣା କରିବା ପରେ ଜ୍ୟୋତ୍ସ୍ନାଙ୍କୁ ଏହି ସୁଯୋଗ ମିଳିଛି।
କୋଭିଡ୍‌-୧୯ ମହମାରୀ କାରଣରୁ ଜ୍ୟୋତ୍ସ୍ନା ଗତ ମାର୍ଚ୍ଚରୁ ଖେଳିନାହାନ୍ତି। ତେବେ ସେ ଗୋଟିଏ ସ୍ଥାନ ଉପରକୁ ଉଠି ଦଶମ ସ୍ଥାନରେ ରହିଛନ୍ତି। ୨୦୧୬ ବର୍ଷ ପରେ ୩୩ ବର୍ଷୀୟା ଜ୍ୟୋତ୍ସ୍ନା ପ୍ରଥମଥର ପାଇଁ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି। ପୂର୍ବରୁ ଅବଶ୍ୟ ଦୀପିକା ପାଲିକାଲ ଅନ୍ୟତମ ଭାରତୀୟ ଖେଳାଳିଭାବେ ଏହି ସଫଳତା ହାସଲ କରିଛନ୍ତି। ରାନୀମ ଅବସର ଗ୍ରହଣ କରିବା ପରେ ଇଜିପ୍ଟର ଅନ୍ୟତମ ଖେଳାଳି ଗୋହର ବିଶ୍ୱର ନୂଆ ୧ ନମ୍ବର ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ଅବସର ଘୋଷଣା କରିବା ପୂର୍ବରୁ ରାନୀମ୍‌ ୧୯ ମାସ ଧରି ୧ ନମ୍ବର ସ୍ଥାନରେ ରହିଆସୁଥିଲେ।
ଅପରପକ୍ଷରେ ପୁରୁଷ ବିଭାଗରେ ଭାରତର ସୌରଭ ଘୋଷାଲ ସଦ୍ୟ ପ୍ରକଶିତ ର଼୍ୟାଙ୍କିଙ୍ଗ୍‌ରେ ପୂର୍ବପରି ୧୩ତମ ସ୍ଥାନ ବଜାୟ ରଖିଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ପିଏସ୍‌ଏ ଟୁରକୁ ଅଗଷ୍ଟ ମଧ୍ୟଭାଗ ପର୍ଯ୍ୟନ୍ତ ବାତିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା ଜଣାଇଲା ଭାଜପା: ଦାରିଙ୍ଗବାଡିରେ ଆଇନଶୃଙ୍ଖଳା ଉପରେ କଡା ନଜର…

ଦାରିଙ୍ଗବାଡି, ୨୯।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ନିଯୁକ୍ତି ପାଇଛନ୍ତି। ତାଙ୍କ ନିଯୁକ୍ତି...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଗଣେଶ୍ୱରଙ୍କ ବଡ଼ ବୟାନ: ସୁଜାତାଙ୍କ କଥା ଦଳ ବିଚାର କରିବ

ଭୁବନେଶ୍ୱର,୨୯।୧୨: କେନ୍ଦ୍ରାପଡ଼ା ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏକ ବଡ଼ ବୟାନ ଦେଇଛନ୍ତି। ସୁଜାତା କାର୍ତ୍ତିକେୟନଙ୍କ କଥା ଦଳ ବିଚାର କରିବ ବୋଲି ଗଣେଶ୍ୱର ସୋମବାର...

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍‌ ସିଟି ପୋଲିସ କମିଶନର, କହିଲେ ରାତି ୧୨ଟା ପରେ…

ନୂଆଦିଲ୍ଲୀ,୨୯।୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ କିଛି ଦିନ ବାକି ରହିଥିବା ବେଳେ ସବୁ ସ୍ଥାନରେ ଜିରୋ ନାଇଟ ପାଇଁ ପ୍ରସ୍ତୁତି...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri