Posted inଖେଳ

କୋଭିଡ୍‌-୧୯: ପ୍ଲାଜ୍‌ମା ଥେରାପି ୟୁନିଟ୍‌ ଉଦ୍‌ଘାଟନ କଲେ ସଚିନ

ମୁମ୍ବାଇ,୮।୭(ପି.ଟି.): କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ସ୍ଥାନୀୟ ସୁନ୍ଦରବନ ଅନ୍ଧେରିସ୍ଥିତ ସେଭେନ ହିଲ ହସ୍ପିଟାଲଠାରେ ଏକ ପ୍ଲାଜ୍‌ମା ଥେରାପୀ ୟୁନିଟ୍‌ ଉଦ୍‌ଘାଟନ କରିଛନ୍ତି। ଏହି ୟୁନିଟ୍‌ରେ କୋଭିଡ୍‌-୧୯ ସଂକ୍ରମିତଙ୍କ ଚିକିତ୍ସା ହେବ। ଯେଉଁମାନେ କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି ସେମାନ ଆଗକୁ ଆସନ୍ତୁ ଓ ବ୍ଲଡ୍‌ ପ୍ଲାଜ୍‌ମା ଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି। ଏହା ଦ୍ୱାରା ଆକ୍ରାନ୍ତ ଚିକିତ୍ସା ଆହୁରି ସହଜ ହୋଇପାରିବ ବୋଲି ସେ କହିଛନ୍ତି।
ବ୍ରିହାନ ମୁମ୍ବାଇ ମ୍ୟୁନିପାଲ କର୍ପୋରେଶନ ଏହି ପ୍ଲାଜ୍‌ମା ଥେରାପି ୟୁନିଟ୍‌ ଆରମ୍ଭ କରିଛନ୍ତି। କରୋନା ସଂକ୍ରମିତଙ୍କୁ ଏହାଦ୍ୱାରା କନ୍‌ଭାଲସେଣ୍ଟ ପ୍ଲାଜ୍‌ମା ଥେରାପି ପ୍ରଦାନ କରିହେବ। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରକ୍ତକୁ ବ୍ୟବହାର କରି ସଂକ୍ରମିତଙ୍କ ଚିକିତ୍ସା ପ୍ରକ୍ରିୟାକୁ ପ୍ଲାଜ୍‌ମା ଥେରାପି କୁହାଯାଇଥାଏ। ଆମେ କୋଭିଡ୍‌-୧୯ ମହମାରୀ ଭଳି ଏକ ବୃହତ୍‌ ସ୍ବାସ୍ଥ ବିପତ୍ତିର ସମ୍ମୁଖୀନ ହୋଇଛୁ। ଆମ ଡାକ୍ତର, ନର୍ସ, ମ୍ୟୁନିସ୍‌ପାଲ ଓ ସରକାର ଏହି ବିପତ୍ତିକୁ ସାମ୍ନା କରିବାରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସଚିନ କହିଛନ୍ତି। ପ୍ଲାଜ୍‌ମା ଥେରାପି ମାଧ୍ୟମରେ ସଂକ୍ରମିତଙ୍କ ଚିକିତ୍ସା ସମ୍ଭବ। ଏଥିପାଇଁ ବିଏମ୍‌ସିକୁ ଧନ୍ୟବାଦ୍‌ ଜଣାଉଛନ୍ତି ବୋଲି ସେ କହିଛନ୍ତି।
ଉଲ୍ଲେଖଥାଉ କି, କରୋନାରୁ ଆରୋଗ୍ୟ ଲାଭ କରି ପ୍ଲାଜ୍‌ମା ପ୍ରଦାନ କରୁଥିବା ବ୍ୟକ୍ତିଙ୍କଠାରୁ ଉଚ୍ଚକୋଟୀର ଆଣ୍ଟିବଡି ଥାଏ ଓ ଏହା କରୋନାରୁ ଆରୋଗ୍ୟ ଲାଭ କରିବାରେ ସହାୟ ହୋଇଥାଏ। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୨ ଲକ୍ଷ କୋଭିଡ୍‌-୧୯ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିବି ଆଥ୍‌ଲେଟିକ କୋଚିଂ ସେଣ୍ଟର ଚାମ୍ପିୟନ

ଭୁବନେଶ୍ୱର,୧୦ା୬ (ସ୍ପୋଟର୍‌ସ ବ୍ୟୁରୋ) କଟକ ଜିଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଦୁଇ ଦିନ ଧରି କଟକସ୍ଥିତ ସତ୍ୟବ୍ରତ ଷ୍ଟାଡିୟମରେ କଟକ ଜିଲା ବାର୍ଷିକ ଆଥ୍‌ଲେଟିକ ମିଟ୍‌...

ରାଗରେ ଜମି ବିକି ଦେଶ ଛାଡ଼ିଥିଲେ: ଏବେ ଏହି ଟିମ୍‌ରୁ ଖେଳି ପ୍ରତିଶୋଧ ନେବାର ପ୍ରସ୍ତୁତି ଚଳାଇଛନ୍ତି ଏହି କ୍ରିକେଟର

ନୂଆଦିଲ୍ଲୀ,୨୦।୧୧: ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ସହ ଜଡ଼ିତ ଏଭଳି କିଛି କାହାଣୀ ଅଛି, ଯାହା ଭୁଲି ହୁଏନା। ଅନେକ କ୍ରିକେଟର ଜନ୍ମଗ୍ରହଣ କରିବା ସତ୍ତ୍ୱେ ଦେଶ ଛାଡ଼ି...

କଷ୍ଟରେ ୨୦୦ ପାର କଲା ଭାରତ

ଜୋହାନ୍ସବର୍ଗ,୩।୧: ଅଧିନାୟକ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସରେ ୨୦୨ ରନ୍‌ରେ ସୀମିତ ରହିଛି। ପୂର୍ବ ମ୍ୟାଚ୍‌ ଭଳି ଏଥର ବି...

୨୨ ବର୍ଷିୟା ଆଥ୍‌ଲେଟଙ୍କ ଅବସର

ଭିଲନିଅସ(ଲିଥୁଆନିଆ),୨୨।୫- ପୂର୍ବତନ ଅଲିମ୍ପିକ୍‌ ସନ୍ତରଣ ଚାମ୍ପିୟନ ରୁଟା ମେଇଲୁଟାଇଟ ବୁଧବାର ଅବସର ଗ୍ରହଣ କରିଛନ୍ତି। କ୍ରମାଗତ ୩ଟି ଡୋପ ଟେଷ୍ଟର ସମ୍ମୁଖୀନ ହୋଇ ନ ପାରିବାରୁ...

ସୁଲତାନ ଜୋହର କପ୍‌ ହକି :ଭାରତ-ବ୍ରିଟେନ ଫାଇନାଲ ମୁକାବିଲା

ଜୋହର ବାହରୁ(ମାଲେସିଆ), ୧୯।୧୦- ଏଠାରେ ଚାଲିଥିବା ସୁଲତାନ ଜୋହର କପ୍‌ ଜୁନିୟର ହକି ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ଭାରତ-ଗ୍ରେଟ୍‌ ବ୍ରିଟେନ ମ୍ୟାଚ ୩-୩ ଗୋଲରେ ଡ୍ର...

ଫ୍ରାନ୍ସ ଫୁଟବଲ ଦଳରେ ହେନରୀ

ପ୍ୟାରିସ୍‌,୨୦।୧୧(ଏପି): ମହିଳା ମିଡ୍‌ଫିଲ୍ଡର ଆମାଣ୍ଡିନ୍‌ ହେନରୀଙ୍କୁ ଫ୍ରାନ୍ସ ଫୁଟବଲ ଦଳରେ ସାମିଲ କରାଯାଇଛି। କଡ଼ା ସମାଲୋଚନା ସତ୍ତ୍ୱେ କୋଚ୍‌ କୋରିନ ଡିଆକ୍ରେ ତାଙ୍କୁ ଗୁରୁବାର ଦଳରେ...

ବିରାଟବାହିନୀଙ୍କୁ ଡରିଗଲେ ଇଂଲଣ୍ଡ ଅଧିନାୟକ: କହିଲେ ଏମିତି କଥା

ଲଣ୍ଡନ,୨୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଅଗଷ୍ଟ ୨୫ ବୁଧବାର ଠାରୁ ଆରମ୍ଭ ହେଉଛି। ହେଡିଙ୍ଗଲିରେ...

ଡେବ୍ୟୁରେ ବିସ୍ଫୋରକ ଅର୍ଦ୍ଧଶତକ

ଅହମ୍ମଦାବାଦ,୧୪।୩ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ମିଳିଛି ନୂଆ ଓପନର। ଏହି ମ୍ୟାଚ୍‌ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଇଶାନ...

Advertisement
Archives

Model This Week