ଟୋଲ୍‌ ଗେଟ୍‌ରେ ଶୁଳ୍କ ଆଦାୟକୁ ନେଇ ବିକ୍ଷୋଭ

ବାରିପଦା ଅଫିସ/ସାରସକଣା,୧୧ା୪-ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ୧୮ନଂ ଜାତୀୟ ରାଜପଥର କୁଳିଅଣା ନିକଟ ଶୁଖୁଆପୋଡା ଟୋଲ ଗେଟରୁ ଶୁଳ୍କ ଆଦାୟକୁ ବିରୋଧ କରି ଅଞ୍ଚଳବାସୀ ଶନିବାର ଅପରାହ୍ନରେ ବିକ୍ଷୋଭ ଜାରି ରଖିଛନ୍ତି। ଓଭରବ୍ରିଜ କାର୍ଯ୍ୟ ଓ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଶୁଳ୍କ ଆଦାୟକୁ ବନ୍ଦ ରଖିବାକୁ ଦାବି କରିଛନ୍ତି। ଫଳରେ ଏହି ଗେଟ୍‌ ଦେଇ ଚଳପ୍ରଚଳ କରୁଥିବା ଯାନବାହନ ଗୁଡିକ ଦୀର୍ଘ ୪ଘଣ୍ଟାରୁ ଅଧିକ ସମୟ ଅଟକି ରହିଛି ା ରିପୋର୍ଟ ଲେଖା ହେବା ବେଳକୁ କୁଳିଅଣା ପୋଲିସ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କ ସହିତ ଆଲୋଚନା ଜାରି ରଖିଥିଲେ ହେଁ ସମାଧାନର ବାଟ ଫିଟି ନାହିଁ।
ପ୍ରକାଶ ଯେ, ନହରପାଟଣାରୁ ଝାରପୋଖରିଆ ପର୍ଯ୍ୟନ୍ତ ୧୮ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ପରେ ଦୁଇଟି ସ୍ଥାନରୁ ଟୋଲ୍‌ଗେଟ ଜରିଆରେ ଗତ ୬ତାରିଖରୁ ଶୁଳ୍କ ଆଦାୟ କରାଯାଉଛି। ଏହାକୁ ନେଇ ପୃଥକ ସ୍ଥାନରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଶନିବାର ଅପରାହ୍ନ ୩ଟାରୁ ଶୁଖୁଆପୋଡା ଟୋଲ ଗେଟ୍‌ରେ ବାଙ୍ଗରିପୋଷି ବ୍ଳକ ଅଧ୍ୟକ୍ଷ ସୁବୋଧ ମାରାଣ୍ଡିଙ୍କ ନେତୃତ୍ୱରେ ଶତାଧିକ ସ୍ଥାନୀୟ ଲୋକେ ପହଞ୍ଚି ଟୋଲ ଆଦାୟକୁ ବିରୋଧ କରିଛନ୍ତି। ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଏବଂ ଓଭର ବ୍ରିଜ କାର୍ଯ୍ୟ ନ ସରିବା ପର୍ଯ୍ୟନ୍ତ ଟୋଲ ଗେଟ୍‌ରୁ ଶୁଳ୍କ ଆଦାୟ ବନ୍ଦ କରିବା ପାଇଁ ଜିଦରେ ଅଟଳ ରହିଛନ୍ତି। ଜିଲାରେ ଦୁଇଟି ଟୋଲ ଗେଟ୍‌ ଜିଲାବାସୀଙ୍କ ପାଇଁ ଶୋଷଣ ବୋଲି ସେମାନେ ଦର୍ଶାଇଛନ୍ତି। ଏଥିସହିତ ବାଙ୍ଗରିପୋଷି, ସାରସକଣା ଓ କୁଳିଅଣା ବ୍ଲ୍ଳକର ଲୋକ ସବଡିଭିଜନ ଓ ଜିଲା ମୁଖ୍ୟାଳୟକୁ ଯିବାଆସିବା ପାଇଁ ଧାର୍ଯ୍ୟ ଦରକୁ ବିରୋଧ କରିଛନ୍ତି। ସ୍ଥାନୀୟ ଲୋକଙ୍କ ପାଇଁ ଶୁଳ୍କ ସମ୍ପୂର୍ଣ୍ଣ ଛାଡ କରିବା ସହ ବେକାର ଯୁବତୀଯୁବକଙ୍କୁ ଟୋଲ ଗେଟରେ ନିଯୁକ୍ତି ପାଇଁ ଅଞ୍ଚଳର ଦୁର୍ଗା ଚରଣ ମୁର୍ମୁ, ପିତାମ୍ବର ବେହେରା, କୁଳିଅଣା ସରପଞ୍ଚ ଆନନ୍ଦ ହାଁସଦା, ଦାବି କରିଛନ୍ତି ା ଅପରପକ୍ଷରେ ବୈଶିଙ୍ଗା ନିକଟ ପଦ୍ମନାଭପୁର ଗେଟରେ ପୂର୍ବତନ ବଡସାହି ବିଧାୟକ ଗଣେଶ୍ୱର ପାତ୍ରଙ୍କ ନେତୃତ୍ୱରେ ବିଭିନ୍ନ ସଙ୍ଗଠନ ଓ ଜନସାଧାରଣ ସାମିଲ ହୋଇ ଟୋଲ ଆଦାୟକୁ ବିରୋଧ କରିଥିଲେ। ଫଳରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲାବାସୀଙ୍କ ଠାରୁ ଶୁଳ୍କ ଆଦାୟକୁ ଏନଏଚ୍‌ଆଇ ପକ୍ଷରୁ ସ୍ଥଗିତ ରଖାଯାଇଛି। ଆଲୋଚନା ଅନୁଯାୟୀ ଆସନ୍ତା ସୋମବାର ଏନଏଚ୍‌ଆଇ ପିଡି ଆସି ଘଟଣାର ସମାଧାନ କରିବେ ବୋଲି ଟୋଲ ଗେଟ ମ୍ୟାନେଜର ଜଣାଇଥିଲେ। ସେ ପର୍ଯ୍ୟନ୍ତ ଟୋଲ ଗେଟରେ ଶୁଳ୍କ ଆଦାୟକୁ ବନ୍ଦ ରଖାଯିବା ପରେ ସା ୮ଟା ବେଳକୁ ପରିସ୍ଥିତି ସ୍ବାଭାବିକ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri