ରେଳ ମେଲ୍‌ସେବା ସ୍ଥାନାନ୍ତରଣକୁ ନେଇ ତେଜିଲା ବିରୋଧ

କେସିଙ୍ଗା,୨୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନ ସ୍ଥିତ ରେଳ ଡାକସେବା(ଆର୍‌ଏମ୍‌ଏସ୍‌) ସ୍ଥାନାନ୍ତରଣକୁ ବିରୋଧ କରି କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ ପକ୍ଷରୁ ପୋଷ୍ଟ ମାଷ୍ଟର ଜେନେରାଲ ଭୁବନେଶ୍ୱରଙ୍କୁ ସୋମବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସୂଚନାଯାଗ୍ୟ, ରେଳ ବିଭାଗ ପକ୍ଷରୁ କେସିଙ୍ଗା ରେଳ ଷ୍ଟେଶନରେ ଥିବା ରେଳ ମେଲ୍‌ସେବା(ଆର୍‌ଏମ୍‌ଏସ)କୁ ବଲାଙ୍ଗୀର ଆର୍‌ଏମ୍‌ଏସ୍‌ ସହିତ ମିଶାଇକୁ ନିଷ୍ପତ୍ତି ହୋଇଛି। ଏପରିକି ପରବର୍ତ୍ତୀ ସମୟରେ ରେଳ ମେଲ୍‌ସେବାକୁ ସମ୍ପୂର୍ଣ୍ଣ ଭାବେ ବଲାଙ୍ଗୀରକୁ ସ୍ଥାନାନ୍ତର କରିବା ପାଇଁ ବିଭାଗ ପକ୍ଷରୁ ଯୋଜନା ରହିଛି। ଏହି ଖବର ଜାଣିବା ପରେ ସହରବାସୀ ଚିନ୍ତାରେ ପଡିଛନ୍ତି। କେସିଙ୍ଗାରେ ରେଳ ମେଲ୍‌ସେବା ୧୯୭୨ରେ ପ୍ରତିଷ୍ଠିତ ହୋଇଛି। ଦୀର୍ଘ ୫୨ବର୍ଷ ହେଲା କେସିଙ୍ଗା ଆର୍‌ଏମ୍‌ଏସ୍‌ କଳାହାଣ୍ଡି ଏବଂ ନୁଆପଡ଼ା ଜିଲାର ଲୋକଙ୍କୁ ସ୍ପିଡ୍‌ ପୋଷ୍ଟ, ପାର୍ସଲ ଏବଂ ପଞ୍ଜୀକୃତ ପୋଷ୍ଟ ଭଳି ସେବା ପ୍ରଦାନ କରି ଆସୁଛି। ବର୍ତ୍ତମାନ ଏହି ସେବାକୁ ବନ୍ଦ କରିଦେବାକୁ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହେଉଛି। ଏହାକୁ ସଂଘ ପକ୍ଷରୁ ବିରୋଧ କରାଯାଇଛି।

ଏହାପୂର୍ବରୁ, ବଲାଙ୍ଗୀରକୁ ସ୍ପିଡ ପୋଷ୍ଟ ଏବଂ ପାର୍ସଲ ସୁବିଧା ଭଳି କିଛି ସେବା ସ୍ଥାନାନ୍ତର ହୋଇଥିଲା ଫଳରେ ସ୍ଥାନୀୟ ଜନସାଧାରଣଙ୍କୁ ଏହା ଅସୁବିଧାରେ ପକାଇଥିଲା ବର୍ତ୍ତମାନ ବିଭାଗର ଏହି ପଦକ୍ଷେପ ସ୍ଥାନୀୟ ସ୍ବାର୍ଥ ଏବଂ ଆବଶ୍ୟକତାକୁ ଅଣଦେଖା କରାଯାଉଛି ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଏପରିକି ଆର୍‌ଏମ୍‌ଏସ୍‌ କାର୍ଯ୍ୟାଳୟ ସ୍ଥାନାନ୍ତର କରିବା ଷ୍ଟେଶନର ଉପଯୋଗିତାକୁ କ୍ଷୁର୍ଣ୍ଣ କରିବ ଏବଂ ଲୋକେ ମେଲ୍‌ସେବାରୁ ବଞ୍ଚିତ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ରେଳ ବିଭାଗ ନିଷ୍ପତ୍ତିର ପୁନର୍ବିଚାର କରି କେସିଙ୍ଗାରୁ ଆର୍‌ଏମ୍‌ଏସ୍‌ କାର୍ଯ୍ୟାଳୟ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ବନ୍ଦ କରିବାକୁ କଳାହାଣ୍ଡି ରେଳ ଯାତ୍ରୀ ସଙ୍ଘ ତଥା ଜର୍ଣ୍ଣାଲିଷ୍ଟ ଆସୋସିଏଶନ ଟ୍ରଷ୍ଟ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ…

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

ସହଜରେ ଦୂର ହେବ ଅବସାଦ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri