ବେଆଇନ କାର୍ଯ୍ୟକୁ ବିରୋଧ ଜାରି

ପୁରୀ ଅଫିସ,୧୫।୩:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ କ୍ରମଶଃ ଜଟିଳ ହେବାରେ ଲାଗିଛି। ପ୍ରକଳ୍ପକୁ ଆଶିଂକ ଅନୁମତି ଥିବାବେଳେ ପ୍ରଶାସନ ମନଇଚ୍ଛା ବେଆଇନ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ବେଆଇନ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ବିଭିନ୍ନ ମହଲରେ ଦାବି ଜୋର୍‌ ଧରୁଛି। ଏହି କ୍ରମରେ ସୋମବାର ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଉପଜିଲାପାଳ ପ୍ରଦୀପ କୁମାର ସାହୁଙ୍କୁ ଦାବିପତ୍ର ଦିଆଯାଇଛି।
ଦାବିପତ୍ରରେ ଉଲ୍ଲେଖ ହୋଇଛି, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ନାମରେ ଶ୍ରୀମନ୍ଦିର ଭିତ୍ତିଭୂମିକୁ ଯେପରି ଭାବେ ଦୁର୍ବଳ କରାଯାଉଛି ତାହା ଆଦୌ ଗ୍ରହଣୀୟ ନୁହେଁ। ଓଡ଼ିଆଙ୍କ ଅସ୍ମିତା ଓ ପ୍ରାଣକେନ୍ଦ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ ସୁରକ୍ଷା ଦେବାକୁ ସବୁବେଳେ ଏହି ଜାତି ପ୍ରାଥମିକତା ହୋଇଆସିଛି। ମାତ୍ର ପରିତାପର ବିଷୟ, ବର୍ତ୍ତମାନ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ନାମରେ ମନ୍ଦିର ଦକ୍ଷିଣପଶ୍ଚିମ ଦ୍ୱାରଠାରୁ ମାତ୍ର ୨୦ ମିଟର ଦୂରରେ ବଡ଼ ବଡ଼ ଭାଇବ୍ରେଟର ମେଶିନ୍‌ ସହାୟତାରେ ବିରାଟ ଗାତ ଖୋଳାଯାଇ ନିର୍ମାଣ କାର୍ଯ୍ୟ କରାଯାଉଛି। ଯାହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଛି। ଶ୍ରୀମନ୍ଦିର ପରିଦର୍ଶନ ବେଳେ ଏଏସ୍‌ଆଇ ଡିଜି ଭି. ବିଦ୍ୟାବତୀ ଏହି ଖନନକୁ ଦେଖି ଉଦବେଗ ପ୍ରକାଶ କରିବା ସହ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ତାଙ୍କ ନିର୍ଦ୍ଦେଶକୁ ଅଣଦେଖା କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆଗେଇ ଚାଲିଛି। ଯାହା ଜଗନ୍ନାଥପ୍ରେମୀମାନଙ୍କୁ ଗଭୀର ଆଘାତ ଦେଉଛି। ପୁରୀ ସହରର ଅନେକ ଅନୁଷ୍ଠାନ ଏଭଳି ବେଆଇନ କାର୍ଯ୍ୟକୁ ବିରୋଧ କରୁଛନ୍ତି। ସୌନ୍ଦର୍ଯ୍ୟକରଣକୁ ବିରୋଧ କରିବାର ପ୍ରଶ୍ନ ଉଠୁନାହିଁ, ମାତ୍ର ଏହା ଶ୍ରୀମନ୍ଦିର ଭିତ୍ତିଭୂମିକୁ ସାମାନ୍ୟତମ ପ୍ରଭାବିତ ନ କରିବା ଉଚିତ। ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଏଏସ୍‌ଆଇ ତୁରନ୍ତ ସ୍ପଷ୍ଟୀକରଣ ରଖିବା ଦରକାର, ନଚେତ୍‌ ନିର୍ମାଣ କାର୍ଯ୍ୟ ବନ୍ଦ ରହୁ ବୋଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି।
ଓକିଲ ସଂଘର ଲିଗାଲ ସେଲ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, ବେଆଇନ ପ୍ରକଳ୍ପ କାର୍ଯ୍ୟ ନେଇ ଓକିଲ ସଂଘ ପକ୍ଷରୁ ସିଭିଲ୍‌ କୋର୍ଟରେ ମାମଲା ଦାୟର ସହ ଥାନାରେ ଅପରାଧିକ ଅଭିଯୋଗ କରାଯିବ। ଏଥିସହ ଧର୍ମଘଟ କରାଯିବ। ସେହିପରି ପୁରୀ ସହରର ବିଭିନ୍ନ ସାହି କମିଟି କର୍ମକର୍ତ୍ତା ଓ ବୁଦ୍ଧିଜୀବୀଙ୍କ ସହିତ ଆଲୋଚନା କରି ସାଧାରଣରେ ସଚେତନତା ସୃଷ୍ଟି କରାଯିବ। ଏହି ବୈଠକରେ ଓକିଲ ସଂଘ ସଭାପତି ଭଗବାନ ମିଶ୍ର ଏବଂ ସମ୍ପାଦକ ଶାରଦା ସାମଲଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri