ପ୍ରତିବାଦ ରାଜନୀତି ଅଣ୍ଡାଫିଙ୍ଗା

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ରାଜ୍ୟରେ ଏବେ ଶାସକ, ବିରୋଧୀ ପରସ୍ପରକୁ ଅଣ୍ଡାମାଡ଼ କରିବା ରାଜନୀତିରେ ମାତିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ବିରୋଧୀ ଦଳ ନିଜର ଆକ୍ରମଣ ଆଭିମୁଖ୍ୟକୁ ଜୋରଦାର କରିଛି। କଳାହାଣ୍ଡି ଜିଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଟାର୍ଗେଟ କରି ଚାଲିଛନ୍ତି। ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ କରି ମନ୍ତ୍ରିମଣ୍ଡଳରୁ ତାଙ୍କୁ ବହିଷ୍କାର କରିବାକୁ ଅଡ଼ିବସିଛନ୍ତି। ଶାସକ ଦଳ ବିରୋଧୀ ଦଳ ଦାବି ଆଗରେ ହାର ମାନୁନାହିଁ। ଏପରି କି ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ, କୁଶପୁତ୍ତଳିକା ଦାହ, ଓଡ଼ିଶା ବନ୍ଦ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନେଉନାହାନ୍ତି। ନିଜ ଆଭିମୁଖ୍ୟରେ ସଫଳ ହୋଇପାରୁ ନ ଥିବା ବିରୋଧୀ ଦଳ ଶେଷରେ ଅଣ୍ଡାମାଡ଼ କରିବା ପନ୍ଥା ଆପଣାଇଥିବା ରାଜନୈତିକ ବିଶ୍ଳେଷକ ମତ ଦେଉଛନ୍ତି।
ମମିତା ମେହେର ପ୍ରସଙ୍ଗକୁ ନେଇ ଭାଜପା ପ୍ରଥମେ ଅଣ୍ଡାମାଡ଼ ରାଜନୀତି ଆରମ୍ଭ କରିଥିବା ବେଳେ ଏଥିରେ ବିଜେଡି ଓ କଂଗ୍ରେସ ମଧ୍ୟ ସାମିଲ ହୋଇଛନ୍ତି। ଭାଜପା କର୍ମୀମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କୁ କଳାପତାକା ଦେଖାଇବା ସହ ଗାଡ଼ି ଉପରକୁ ଅଣ୍ଡାମାଡ଼ କରୁଛନ୍ତି। ଅନ୍ୟପକ୍ଷରେ ବିଜେଡି ଓ କଂଗ୍ରେସ କର୍ମୀମାନେ ମଧ୍ୟ ପେଟ୍ରୋଲ, ଡିଜେଲ, ଗ୍ୟାସ୍‌ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିକୁ ନେଇ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟର ଏମ୍‌ପିଙ୍କୁ ଅଣ୍ଡାମାଡ଼ କରୁଛନ୍ତି। କଂଗ୍ରେସ ମମିତା ମେହେର ଘଟଣାରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ କଳାପତାକା ଦେଖାଇବା ସହ ଅଣ୍ଡା ଫିଙ୍ଗି ବିରୋଧ କରୁଛନ୍ତି।

ଗୁରୁବାର ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଛାତ୍ର କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଥିବା ଅଭିଯୋଗ ହୋଇଛି। ଯୁବ କଂଗ୍ରେସ ସଭାପତି ୟାସିର ନଓ୍ବାଜ କହିଛନ୍ତି, ଦେଶରେ ବେକାରି ସମସ୍ୟା ଉତ୍କଟ ହୋଇଛି। ଭୁବନେଶ୍ୱରରୁ ପ୍ରତିନିଧିତ୍ୱ କରୁଥିବା ଏମ୍‌ପି ସ୍ମାର୍ଟ ସିଟିର ବେକାରିଙ୍କ ପାଇଁ କିଛି କରିନାହାନ୍ତି। ବେକାରି ସମସ୍ୟା ସହ ପେଟ୍ରୋଲ, ଡିଜେଲ ଦର ଏବଂ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ଜୀବନକୁ ଦୁର୍ବିଷହ କଲାଣି। ସେଥିପାଇଁ ଛାତ୍ର କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଛନ୍ତି। ଆଗାମୀ ଦିନରେ ଆହୁରି ଜାରି ରହିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ନଭେମ୍ବର ୨୧ ତାରିଖରେ କେନ୍ଦ୍ରାପଡ଼ାଠାରେ ବିଜୁ ଛାତ୍ର ଜନତା ଦଳର କର୍ମୀମାନେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ କଳାପତାକା ଦେଖାଇବା ସହ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରିଥିବା ଅଭିଯୋଗ ହୋଇଥିଲା। ସେହିପରି ଭାଜପା କର୍ମୀମାନେ ନଭେମ୍ବର ୨୪ରେ ପୁରୀ ହସ୍ପିଟାଲ ଛକ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍‌ ଉପରକୁ ଅଣ୍ଡା ଫିଙ୍ଗିଥିଲେ। ଏହା ପୂର୍ବରୁ ଭାଜପା କର୍ମୀମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିବା ଅଭିଯୋଗ ହୋଇଛି। ଅଣ୍ଡାମାଡ଼ ରାଜନୀତିକୁ ବିରୋଧୀ କର୍ମୀମାନେ ଆପଣାଇଥିବା ବେଳେ ବିରୋଧୀ ଦଳ ନେତାମାନେ ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି।
ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ମମିତା ହତ୍ୟା ଏକ ସାଧାରଣ ହତ୍ୟା ନୁହେଁ, ଏହା ନିର୍ମମ ହତ୍ୟା। ଏହାକୁ ନେଇ ସରକାର କାହିଁକି ଚୁପ୍‌ ବସିଛନ୍ତି। ବିରୋଧର ସ୍ବର ଉଠିଛି। ଆହୁରି ଉଠିବ। ଆମେ ଚାହୁଁଛୁ ଏହାର ସିବିଆଇ ତଦନ୍ତ ହେବା ଦରକାର। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଦରଦାମ ବୃଦ୍ଧିକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ବିରୋଧୀ ଦଳର କାମ। ଦେଶରେ ବେକାରି, ଚାଷୀ ସମସ୍ୟା, ଦରଦାମ ବୃଦ୍ଧି ଯୋଗୁ ସମସ୍ତେ ଅସୁବିଧାରେ ଅଛନ୍ତି। ଏହାକୁ ନେଇ ଆମେ ଆନ୍ଦୋଳନ କରୁଛୁ। ଆଗାମୀ ଦିନରେ ଆହୁରି ଜୋରଦାର କରିବୁ ବୋଲି ସେ କହିଛନ୍ତି। ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଅମର ଶତପଥୀ କହିଛନ୍ତି ଯେ ବିରୋଧୀ ଦଳ ଲୋକଙ୍କ ପାଖରେ ଗ୍ରହଣୀୟ ହେଉନାହାନ୍ତି। ଗଣତନ୍ତ୍ରରେ ବିରୋଧ କରିବା ସମସ୍ତଙ୍କର ଅଧିକାର ଅଛି। କିନ୍ତୁ ବିରୋଧୀ ଯେଉଁ ତରିକା ଆପଣାଉଛନ୍ତି ତାହା ଗ୍ରହଣୀୟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଜଗନ୍ନାଥପ୍ରସାଦରେ ଚାଞ୍ଚଲ୍ୟ; ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ଜଗନ୍ନାଥପ୍ରସାଦ,୪।୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଞ୍ଚଭୂତି ଗ୍ରାମର ଖଦାଳ ସାହିରେ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁକୁ…

କନ୍ୟା ରାଶିରେ ପ୍ରବେଶ କରିବେ ବୁଧ: ୭ ସେପ୍ଟେମ୍ବରରୁ ଏହି ୩ ରାଶିକୁ ଘାରିବ ସଙ୍କଟ, ରହନ୍ତୁ ସତର୍କ ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୭ ସେପ୍ଟେମ୍ବର ୨୦୨୬ରେ ବୁଧଦେବ କନ୍ୟା ରାଶିରେ ପ୍ରବେଶ କରିବେ। କନ୍ୟା ରାଶିକୁ ବୁଧଙ୍କ ସ୍ବରାଶି ଏବଂ ଉଚ୍ଚ ରାଶି ଭାବେ…

ବଡ଼ ଚମତ୍କାର: ନେପାଳ ବନ୍ୟାର ୯ ଦିନ ପରେ ମାଟି ତଳୁ ଜୀବନ୍ତ ଉଦ୍ଧାର ହେଲେ ୨ ବ୍ୟକ୍ତି, ଏବେ ବି ଶୁଣାଯାଉଛି ଆହୁରି ସ୍ବର

କାଠମାଣ୍ଡୁ,୪।୯: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଏକ ବଡ଼ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ରସୁୱା ଜିଲାରେ ବନ୍ୟା ପରେ ତ୍ରିଶୁଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପର…

ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ:ସୁରଧାପାଲି ଜଙ୍ଗଲରୁ ୩୪ ଏକରରୁ ଊର୍ଦ୍ଧ୍ୱ ଜବରଦଖଲ ଉଚ୍ଛେଦ

ଅମରପାଲି, ୪।୯(ପୀତାମ୍ବର ସାହୁ): ସୁବର୍ନପୁର ଜିଲା ବୀରମହାରାଜପୁର ତହସିଲ ଅଧୀନ କେନଝିରିଆପାଲି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ସୁରଧାପାଲି ଜଙ୍ଗଲ ମୌଜାରେ ଦୀର୍ଘଦିନ ଧରି ହୋଇଆସୁଥିବା ଜବରଦଖଲ…

ଭଉଣୀଙ୍କ ବଢୁଥିଲା ଫଲୋଅର୍ସ, ସହି ନ ପାରି ଭାଇ ନେଲେ ଚରମ ପଦକ୍ଷେପ

ଇସଲାମାବାଦ୍‌,୪।୯: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ୧୮ ବର୍ଷର ଝିଅ ନିଜ ସୋସିଆଲ ମିଡିଆ ଲୋକପ୍ରିୟତାକୁ ନେଇ ସୃଷ୍ଟି ହୋଇଥିବା ବିବାଦ କାରଣରୁ ନିଜ ସାନ ଭଉଣୀକୁ…

ହାଇୱେରେ ଅପରିଷ୍କାର ଟଏଲେଟ୍‌ ଦେଖିଲେ ଉଠାନ୍ତୁ ଫଟୋ, ମିଳିବ ୧,୦୦୦ ଟଙ୍କାର FASTag ରିଚାର୍ଜ, ଜାଣନ୍ତୁ NHAIର ନିୟମ

ନୂଆଦିଲ୍ଲୀ,୪।୯: ଜାତୀୟ ରାଜପଥ କିମ୍ବା ଏକ୍ସପ୍ରେସୱେରେ ଯାତ୍ରା ସମୟରେ ଖରାପ ପବ୍ଲିକ ଟଏଲେଟ୍‌କୁ ନେଇ ଯାତ୍ରୀମାନେ ପ୍ରାୟତଃ ଅସୁବିଧାରେ ପଡ଼ନ୍ତି। ଟଏଲେଟ୍‌ ନିର୍ମାଣ ହୋଇଥିଲେ ମଧ୍ୟ ନିୟମିତ…

ଛଟେଇ ଝଡ଼; ୨୦୨୬ରେ ବିଦା ହେଲେଣି ୧,୩୦,୦୦୦ରୁ ଅଧିକ ଚାକିରିଆ

ନୂଆଦିଲ୍ଲୀ,୪।୯: କୃତ୍ରିମ ବୁଦ୍ଧିମତ୍ତା ବା ‘ଏଆଇ’ ଏବେ ଚାକିରିଆଙ୍କ ପାଇଁ କାଳ ହୋଇଛି । ବିଶ୍ୱସ୍ତରରେ ଏଆଇର ପ୍ରଚଳନ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଭିନ୍ନ କ୍ଷେତ୍ରରୁ ଲୋକେ…

ବୟସ ଜାଲିଆତି କରି ଫସିଲେ ଏହି କ୍ରିକେଟର୍‌: ୨ ବର୍ଷ ବାସନ୍ଦ କଲା BCCI

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର୍‌ ରୋହିତ ଯାଦବଙ୍କୁ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ଆଗାମୀ ଦିନିକିଆ ଏବଂ ବହୁ-ଦିବସୀୟ ସିରିଜ ପାଇଁ ଅଣ୍ଡର-୧୯ ଦଳରେ ଚୟନ କରାଯାଇଥିଲା। ଜୁନିଅର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri