Odisha Elections 2024

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠିତ ହାମିଲଟନ ହଲ୍‌ରେ ବିକ୍ଷୋଭକାରୀ ଛାତ୍ରୀଛାତ୍ରମାନେ ଜବରଦସ୍ତ ପଶି ପାଲେଷ୍ଟାଇନ୍‌ ସମର୍ଥିତ ବ୍ୟାନର ଲଗାଇଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶତାଧିକ ବିକ୍ଷୋଭକାରୀ ଛାତ୍ରୀଛାତ୍ର ଏକାଠି ହୋଇ ହାମିଲଟନ ହଲର ସମ୍ମୁଖରେ ଡେରା ପକାଇଥିବା ଭିଡିଓରୁ ଜଣାପଡ଼ୁଛି। ଚଳିତବର୍ଷ ପ୍ରାରମ୍ଭରେ ଇସ୍ରାଏଲ ଆକ୍ରମଣରେ ଗାଜାରେ ମୃତ୍ୟୁବରଣ କରିଥିବା ହିନ୍ଦ ରଜାବ ନାମକ ଜଣେ ୬ ବର୍ଷୀୟା ଝିଅଙ୍କୁ ମନେପକାଇ ବିକ୍ଷୋଭକାରୀ ଛାତ୍ରୀଛାତ୍ର ହାମିଲଟନ ହଲ୍‌ ସମ୍ମୁଖରେ ହିନ୍ଦ ହଲ୍‌ ଲେଖାଯାଇଥିବା ଏକ ଧଳା ରଙ୍ଗର ବ୍ୟାନର ଲଗାଇଥିଲେ। ସୂଚନାଯୋଗ୍ୟ, ହାମିଲଟନ ହଲ୍‌ ପୂର୍ବରୁ ଅନେକ ଯୁଦ୍ଧ ବିରୋଧୀ ଆନ୍ଦୋଳନର ମୂକସାକ୍ଷୀ ରହିଛି। ଶେଷଥର ପାଇଁ ଏଠାରେ ୧୯୬୮ ମସିହାରେ ଭିଏତ୍‌ନାମ ଯୁଦ୍ଧ ବିରୋଧରେ ବିକ୍ଷୋଭକାରୀ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଇସ୍ରାଏଲ ରାଷ୍ଟ୍ରପତି

ଜେରୁଜେଲମ,୨୨।୫: ଅକ୍ଟୋବର ୭ରେ ହମାସ ଆକ୍ରମଣକୁ ନିନ୍ଦା କରିଥିବାରୁ ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ ହେର୍ଜୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଭାରତ...

ନୂଆ ଭାରତ ଘରେ ପଶି ମାରୁଛି: କାହିଁକି ଏମିତି କହିଲେ ପାକିସ୍ତାନ ରାଷ୍ଟ୍ରଦୂତ

ନ୍ୟୁୟର୍କ,୨୨।୫:ନୂଆ ଭାରତ ଘରେ ପ୍ରବେଶ କରି ହତ୍ୟା କରେ। ପାକିସ୍ତାନୀ ରାଷ୍ଟ୍ରଦୂତ ମିଳିତ ଜାତିସଂଘର ସାଧାରଣ ସଭାରେ ନିଜର ଦୁଃଖ ପ୍ରକାଶ କରି ଏହା କହିଛନ୍ତି।...

ହଠାତ୍‌ ଆଖିବୁଜା ଗୁଳିମାଡ଼: ୪୦ ମୃତ

ଆବୁଜା,୨୨।୫:ଆଫ୍ରିକୀୟ ଦେଶ ନାଇଜେରିଆର ଏକ ଗାଁ ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତମାନେ ଗାଁରେ ଆଖିବୁଜା ଭାବେ...

ଆକାଶରେ ଆତଙ୍କ

ବ୍ୟାଙ୍କକ୍‌,୨୨ା୫: ଲଣ୍ଡନରୁ ସିଙ୍ଗାପୁରକୁ ଉଡ଼ାଣ କରୁଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ଯାତ୍ରାବେଳେ ଭୟଙ୍କର ଟର୍ବୁଲାନ୍ସର ସମ୍ମୁଖୀନ ହୋଇଛି। ଏଥିରେ ବ୍ରିଟେନ୍‌ର ଜଣେ ୭୩ ବର୍ଷୀୟ...

ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ଭାରତକୁ ପାଇଁ କାହିଁକି ଝଟ୍‌କା? ଜାଣନ୍ତୁ କାହାକୁ ହେବ ଲାଭ…

ଦୁବାଇ,୨୧।୫: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜରବୈଜାନ ସୀମାନ୍ତ ପ୍ରାର୍ବତ୍ୟାଞ୍ଚଳରେ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପଛରେ ଘନ କୁହୁଡ଼ି...

ଇରାନ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆଜି ଭାରତରେ ଶୋକ: ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ନୂଆଦିଲ୍ଲୀ,୨୧।୫: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୋମବାର ଦୁର୍ଘଟଣାସ୍ଥଳରୁ ରଇସିଙ୍କ ମୃତଦେହ ମିଳିଥିବା ସରକାରୀ ଗଣମାଧ୍ୟମରେ ସ୍ପଷ୍ଟ କରାଯାଇଛି। ରବିବାର...

ଚାଇନାକୁ ନାଲିଆଖି ଦେଖାଇଲେ ତାଇଓ୍ବାନ୍‌ର ନୂଆ ରାଷ୍ଟ୍ରପତି

ତାଇପେଇ ,୨୧ା୫: ତାଇଓ୍ବାନ୍‌ର ନୂଆ ରାଷ୍ଟ୍ରପତି ଭାବେ ଲାଇ ଚିଙ୍ଗ୍‌-ଟେ ଶପଥ ଗ୍ରହଣ କରିଛନ୍ତି। ସ୍ବୟଂଶାସିତ ତାଇଓ୍ବାନକୁ ଚାଇନା ସେନା ଧମକ ଦେବା ବନ୍ଦ କରିବାକୁ...

ଆସ୍ଥାଭୋଟ ଜିତିଲେ ପ୍ରଚଣ୍ଡ

କାଠମାଣ୍ଡୁ ,୨୧ା୫:ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ସୋମବାର ପାର୍ଲାମେଣ୍ଟରେ ଆସ୍ଥାଭୋଟ ଜିତିଛନ୍ତି। ଦେଶରେ କ୍ଷମତା କନ୍ଦଳ ଲାଗିରହିଥିବାବେଳେ ପ୍ରଚଣ୍ଡଙ୍କ ପାଇଁ ରାଜନୈତିକ ସ୍ଥିରତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri