ଆନ୍ଦୋଳନ ବନ୍ଦ ହେବ ନାହିଁ: ଡ୍ରାଇଭର ମହାସଂଘ

ଭୁବନେଶ୍ୱର,୧୧।୭: ରାଜ୍ୟରେ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି। ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି ସେ କହିଛନ୍ତି। ଏପରି କି ଆନ୍ଦୋଳନରେ ୩୦ଟି ଜିଲାର ଡ୍ରାଇଭରଙ୍କୁ ଯୋଗ ଦେବାକୁ ସଭାପତି ଅନୁରୋଧ କରିଛିନ୍ତି।

ଅନ୍ୟପକ୍ଷେ ରାଜରାସ୍ତାରେ ବିଶୃଙ୍ଖଳା କିମ୍ବା ଗାଡ଼ି ଅଟକାଇଲେ ସରକାର ଆକ୍ସନ ନେଇପାରନ୍ତି। ତେଣୁ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି।

କଂଗ୍ରେସର ଅନୁରୋଧକୁ ରକ୍ଷାକରି ଡ୍ରାଇଭର ସଂଘ ଶୁକ୍ରବାର ସମ୍ବିଧାନ ବଞ୍ଚାଅ ରାଲି ପାଇଁ କଂଗ୍ରେସ ଗାଡ଼ିକୁ ଅଟକାଇ ନ ଥିଲା। ହେଲେ ଡ୍ରାଇଭର ସଂଘର ଆନ୍ଦୋଳନ ଜନସାଧାରଣଙ୍କ ଉପରେ ପ୍ରଭାବ ପକାଇଛି। ବିଭିନ୍ନ ସ୍ଥାନରୁ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଯାତ୍ରୀମାନେ ବିଭିନ୍ନ ବସ୍‌ଷ୍ଟାଣ୍ଡରେ ଫସି ରହିଥିବା ଜଣାପଡିଛି।

ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି। ସମାବେଶରେ ସମ୍ବୋଧନ କରି ରାହୁଲ କହିଛନ୍ତି, ସରକାର ଡ୍ରାଇଭର ମହାସଂଘ ଉପରେ ଚାପ ପକାଇ ସେମାନଙ୍କ ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଡ୍ରାଇଭର ମହାସଂଘ ସରକାରଙ୍କ ଚାପକୁ ନ ମାନି ଆନ୍ଦୋଳନ ଜାରି ରଖିଥିବାରୁ ରାହୁଲ ଡ୍ରାଇଭର ସଂଘର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଡ୍ରାଇଭରଙ୍କ ନ୍ୟାୟସଙ୍ଗତ ଦାବିକୁ ସରକାର ଗୁରୁତ୍ୱ ଦେଇ ତାହା ପୂରଣ କରିବା ଉଚିତ ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ମନ୍ଦିର ସୁପ୍ରଭାତ ସେବାରେ ଯୋଗଦେଲେ ଅନନ୍ତ ଅମ୍ବାନୀ, କଲେ ମୁଣ୍ଡନ

ତିରୁମାଲା,୨୮।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ରବିବାର ତିରୁମାଲାର ପାହାଡ଼ରେ ଅବସ୍ଥିତ ପବିତ୍ର ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଅନନ୍ତ ତିରୁମାଲାରେ…

ବ୍ରାଉନସୁଗାର ଜବତ ଘଟଣା: ୪ ଜଣଙ୍କ ମଧ୍ୟରୁ ଜେଲ ହାଜତକୁ ଗଲେ ୩, ଜଣେ ଖଲାସ

ହାଟଡିହୀ/କେନ୍ଦୁଝର,୨୮।୬(ଶୁଭକାନ୍ତ ନାୟକ/ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରାଉନସୁଗାର ଜବତ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଜେଲ ହାଜତକୁ…

ଚେନ୍ନାଇରୁ ଘରକୁ ଫେରିବା ବାଟରେ ଶ୍ରମିକ ନିଖୋଜ, ଖୋଜିବା ପାଇଁ ସ୍ତ୍ରୀଙ୍କ ନିବେଦନ

ଦେବଗଡ,୨୮ା୬(ଶଶାଙ୍କ ଶେଖର ଝାଙ୍କର): ଚେନ୍ନାଇରୁ ଘରକୁ ଫେରୁଥିବା ସମୟରେ ଦେବଗଡ ଜିଲା ରିଆମାଳ ଥାନା ଅଞ୍ଚଳର ପୁରମୁଣ୍ଡା ଗ୍ରାମର ଜଣେ ଶ୍ରମିକ ନିଖୋଜ ହୋଇଯାଇଥିବା ଜଣାପଡିଛି ।…

ମହାନଦୀରେ ବୁଡ଼ିଗଲେ ୩ କଲେଜ ଛାତ୍ର

କଟକ,୨୮।୬(ପ୍ରଭୁକଲ୍ୟାଣ ପାଲ୍‌): ଜଗତପୁର ଖଇରା ବ୍ରିଜ ସାତବାଟିଆ ନିକଟ ମହାନଦୀରେ ଏକ ଅଘଟଣ ଘଟିଛି। ମହାନଦୀର ବୁଡ଼ି ୩ଜଣ କଲେଜ ଛାତ୍ର ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ…

ଗୋପାଳପୁର ଭାୟା ଦିଗପହଣ୍ଡି – ରାୟଗଡ଼ା ରେଳ ଲାଇନ ପାଇଁ ଦାବି, ଜନ ଆନ୍ଦୋଳନ ପାଇଁ ନିଷ୍ପତ୍ତି 

ଦିଗପହଣ୍ଡି,୨୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ବାଲିପଡ଼ା ଗ୍ରାମ ସ୍ଥିତ କଲ୍ୟାଣ ମଣ୍ଡପରେ ରବିବାର ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ ପ୍ରସ୍ତାବିତ ଗୋପାଳପୁର…

ଧରିତ୍ରୀର ମହାପ୍ରଭାବ: ତୁମୋନିଖୋଲ ଗ୍ରାମରେ ପହଞ୍ଚିଲା ବ୍ଲକ ପ୍ରଶାସନ, ସମସ୍ୟାର ସମାଧାନ ପାଇଁ ବିଡିଓଙ୍କ ତ୍ବରିତ ପଦକ୍ଷେପ

ଥୁଆମୂଳ ରାମପୁର,୨୮।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ବିରିକୋଟ ଗ୍ରାମପଞ୍ଚାୟତର ଉପାନ୍ତ ତୁମୋନିଖୋଲ ଗ୍ରାମର ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ‘ଧରିତ୍ରୀ’ ଖବରକାଗଜରେ…

ପାଣି ନିଷ୍କାସନକୁ ନେଇ ପଡ଼ୋଶୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୧୫ ମାସ ପରେ ଅଭିଯୁକ୍ତ ୨ଭାଇଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୮।୬(ଅଶେଷ ନାଥ ମିଶ୍ର): ପଡ଼ୋଶୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗ୍ରାମର ଅଶୋକ…

ଭଲିରେ ଭାରତକୁ ମିଳିଲା ବ୍ରୋଞ୍ଜ ପଦକ

ଅହମ୍ମଦାବାଦରେ,୨୮।୬: AVC କପ୍‌ ପୁରୁଷ ଭଲିବଲରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି। ଡିଫେଣ୍ଡିଂ ଚାମ୍ପିୟନ ବାହାରିନକୁ ୪ ସେଟ୍‌ ମୁକାବିଲାରେ ଭାରତ ହରାଇ ଏହି ପଦକ ହସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri