ହାତରେ ବିଷ ବୋତଲ ଧରି ଚାଷୀଙ୍କ ବିକ୍ଷୋଭ

ନୟାଗଡ଼ ଅଫିସ,୨୮।୭: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଚଢେୟାପଲ୍ଲୀ ସମବାୟ ସମିତିରେ ଚାଷୀ ଧାନ ବିକ୍ରି କରିବାର ୬ ମାସ ପରେ ବି ପ୍ରାପ୍ୟ ପାଇ ନାହିଁ । ଏଠାର ସମିତିରେ ୧୯ ଚାଷୀଙ୍କ ୧୭ ଲକ୍ଷ ଟଙ୍କା ଧାନ ବିକ୍ରି ଅର୍ଥ ଆତ୍ମସାତ୍‌ ହୋଇଛି । ଧାନ ଟଙ୍କା ପାଇଁ ଜିଲାପାଳ, ଉପଜିଲାପାଳ, ଏଆରସିଏସ୍‌, ସିଏସଓ ଅଫିସକୁ ଦୌଡି ଦୌଡି ନିରାଶ ହେବା ପରେ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହାତରେ ବିଷ ବୋତଲ ଧରି ବିକ୍ଷୋଭ କରିଥିଲେ ଚାଷୀ ।

ଟଙ୍କା ନ ମିଳିଲେ ବିଷ ପିଇ ଆମତ୍ହତ୍ୟା କରିବାକୁ ଧମକ ଦେଇଥିଲେ । ତେବେ ଜିଲାପାଳଙ୍କୁ ନ ପାଇ ଚାଷୀ ଜିଲା ପରିଷଦ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଗାନ୍ଧୀଙ୍କ ମୂର୍ତ୍ତି ତଳେ ପୁଣି ଧାରଣା ଦେଇଥିଲେ । ଘଟଣାସ୍ଥଳକୁ ଉପଜିଲାପାଳ, ନୟାଗଡ଼ ତହସିଲଦାର, ଏଆରସିଏସ, ଜିଲାପାଳ ଓ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଚାଷୀଙ୍କୁ ବୁଝାଶୁଝା କରିବା ସହ ଅତିଶୀଘ୍ର ସେମାନଙ୍କ ପ୍ରାପ୍ୟ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ା ଅନ୍ୟପକ୍ଷେ ସମ୍ପାଦକଙ୍କ ନଁାରେ ମାମଲା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିଭଳ ଚଢ଼େୟାପଲ୍ଲୀ ସମବାୟ ସମିତିରେ ସମ୍ପାଦକଙ୍କ ନଁାରେ ବିଭିନ୍ନ ଅଭିଯୋଗ ଆସିବା ପରେ ନିଲମ୍ବନ କରାଯାଇଥିଲା । ତେବେ ନିଲମ୍ବିତ ସମ୍ପାଦକଙ୍କୁ ପୁଣି ଥରେ ନିଯୁକ୍ତି ଦିଆଯିବା ପରେ କେଳେଙ୍କାରୀ ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ ହୋଇଛି ।

ପ୍ରକାଶଯେ ଚଢେୟାପଲ୍ଲୀ ସୋଇସାଇଟିର ସମ୍ପାଦକ ରଘୁନାଥ ମହାକୁଡଙ୍କ ନଁାରେ ଆସିଛି ଧାନ କିଣାରେ ୧୭ ଲକ୍ଷର ଦୁର୍ନୀତି ଅଭିଯୋଗ । ସ୍ଥାନୀୟ ସମବାୟ ସମିତି ଅଧୀନରେ ଥିବା ଗଁାଗୁଡିକ ଆଦିବାସୀ ବହୁଳ ହୋଇଥିବାବେଳେ ଏଠାକାର ଲୋକମାନେ ସରଳ ଏବଂ ନିରକ୍ଷର ହୋଇଥିବାରୁ ସମ୍ପାଦକ ଫାଇଦା ନେଉଥିବା ଅଭିଯୋଗ ହୋଇଛି । ଗତବର୍ଷ ଜୁଲାଇ ମାସରେ ଚାଷୀମାନେ ନିଜର ନାମ ରେଜିଷ୍ଟ୍ରେଶନ୍‌ କରିବା ପରେ ଜାନୁୟାରୀ ମାସରେ ଧାନ ଦେବା ପାଇଁ ମେସେଜ୍‌ ଆସିଥିଲା । ପରେ ମାର୍ଚ୍ଚମାସରେ ଚାଷୀ ସୋସାଇଟିରେ ଧାନ ଦେଇଥିଲେ ।

ଏହାପରଠାରୁ ଟଙ୍କା ପାଇଁ ସେକ୍ରେଟେରୀଙ୍କୁ କହିବା ପରେ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥିବା ସେ କହିଥିଲେ ା ହେଲେ ଚାଷୀ ବ୍ୟାଙ୍କରେ ପାସବୁକ୍‌ ଚେକ୍‌ କରିବା ପରେ ଟଙ୍କା ଆସି ନ ଥିବା ଜାଣିଥିଲେ । ଦୀର୍ଘ ୫ମାସ ହେଲା ଚାଷୀ ସେକ୍ରେଟେରୀଙ୍କ ପାଖକୁ ଦୌଡଦୌଡି ନିରାଶ ହେବା ପରେ ଦଶପଲ୍ଲା ବିଡିଓ, ନୟାଗଡ ଏଆରସିଏସ୍‌ଙ୍କୁ ଭେଟି ମଧ୍ୟ ଯାଇ ନିରାଶ ହୋଇଥିଲେ । ଏପରି କି ଦଶପଲ୍ଲା ଓ ଖଣ୍ଡପଡାଠାରେ ଆୟୋଜିତ ଜଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିବା ପରେ ତିନି ଦିନ ମଧ୍ୟରେ ଟଙ୍କା ଦିଆଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ । ହେଲେ କୌଣସି ସୁଫଳ ନ ମିଳିବାରୁ ବୁଧବାର ୧୯ରୁ ଅଧିକ ଚାଷୀ ହାତରେ ବିଷ ବୋତଲ ଧରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ।
ସେକ୍ରେଟେରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ଅଧିକାରୀମାନେ ମିଳିମିଶି ଚାଷୀଙ୍କ ଟଙ୍କା ଆମତ୍ସାତ କରିଥିବା ଚାଷୀ ଅଭିଯୋଗ କରିଛନ୍ତି । ଟଙ୍କା ନ ମିଳିଲେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଷ ପିଇ ଆମତ୍ହତ୍ୟା କରିବେ ବୋଲି ଚାଷୀ ଧମକ ଦେଇଥିଲେ । ଏନେଇ ପୁଟିବାରର ଚାଷୀ ବବିତା ଗୌଡ, ଜଗଦୀପ ଦେଉରୀ, ସୁରେନ୍ଦ୍ର ଦିହୁଡି, କୃଷ୍ଣଚନ୍ଦ୍ର ଜାନି କୁହନ୍ତି ଚାଷୀଙ୍କୁ ସମ୍ପାଦକ ନକଲି ରସିଦ୍‌ ଦେଇ ୧୭ ଲକ୍ଷ ଟଙ୍କା ଆତ୍ମସାତ୍‌ କରିଛନ୍ତି । ଟଙ୍କା ନ ପାଇଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଷ ପିଇ ଆମତ୍ହତ୍ୟା କରିବୁ ।

ଜିଲା ପ୍ରଶାସନ ୧୦ ଦିନ ଭିତରେ କଣ କରୁଛି ଆମେ ଅନୁଧ୍ୟାନ କରୁଛୁ ବୋଲି କହିଛନ୍ତି । ଉପଜିଲାପାଳ ଲଗ୍ନଜିତ ରାଉତ କୁହନ୍ତି, ଅଭିଯୋଗର ପ୍ରାଥମିକ ତଦନ୍ତରୁ ସୋସାଇଟି ସେକ୍ରେଟେରୀ ଦୁର୍ନୀତିରେ ସମ୍ପୃକ୍ତ ଥିବା ଜଣାପଡିଛି । ଚାଷୀ ଧାନ ଟଙ୍କା ପାଇବେ । ବାଣିଗୋଛା ଥାନାରେ ସମ୍ପାଦକଙ୍କ ନଁାରେ ଗୁରୁବାର ଅଭିଯୋଗ କରାଯିବ ବୋଲି କହିଛନ୍ତି । ଏଆସିଏସ୍‌ ହାଡିବନ୍ଧୁ ମହାକୁଢ଼ କହିଛନ୍ତି ।
ଚାଷୀଙ୍କ ଆନ୍ଦୋଳନ ପରେ ବୁଧବାର ସନ୍ଧ୍ୟାରେ ମିଲର, ଚାଷୀ, ଏଆରସିଏସ୍‌, ଉପଜିଲାପାଳଙ୍କ ବୈଠକ କରାଯାଇଛି। ତୁରନ୍ତ ଚାଷୀଙ୍କ ଟଙ୍କା ଦେବାକୁ ବ୍ୟବସ୍ଥା କରାଯାଉଛି । ତେବେ ସମ୍ପାଦକଙ୍କ ନଁାରେ ମାମଲା ହେବ ବୋଲି ନିଷ୍ପତ୍ତି ହୋଇଛି ା । ଆଇନଜିବୀ ରଣଜିତ ଦାଶ କୁହନ୍ତି, ମୋ ନେତୃତ୍ୱରେ ଗୁରୁବାର ଚାଷୀ ଆନ୍ଦୋଳନ ହୋଇଥିଲା ା ଚାଷୀମାନେ ଟଙ୍କା ନ ପାଇଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri