ଗଜପତି,୧୬ା୭(ଗିରିଧାରୀ ପରିଚ୍ଛା): ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମହତ୍ୟା ଘଟଣାର ପ୍ରତିବାଦରେ ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ବୁଧବାଂର ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଏସ୍କେସିଜି ସ୍ବୟଂ ଶାସିତ ମହାବିଦ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଫକୀର ମୋହନ କଲେଜ କର୍ତ୍ତୃପକ୍ଷ କଲେଜର ଏଚ୍ଓଡି ଫେବରିଜମ୍ ନାଁରେ ଛାତ୍ରୀଙ୍କ ଉପରେ ମାନସିକ ଚାପ ଦେଇଥିଲେ ଏବଂ ଅକଥନୀୟ ନିର୍ଯାତନାର ଶିକାର ହୋଇଛନ୍ତି ଛାତ୍ରୀ ଜଣକ। କଲେଜ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କୌଣସି ପ୍ରକାର ସାହାଯ୍ୟ ନ ପାଇବା ପରବର୍ତ୍ତୀ ସମୟରେ ବିଭିନ୍ନ ମାହୋଲରେ ନିଜର ସମସ୍ୟାକୁ ନେଇ ଉପସ୍ଥାପନ କରିବା ପରେ ନ୍ୟାୟ ନ ପାଇ ଅସହାୟ ହୋଇ ଆତ୍ମହତ୍ୟା କରିଥିବା ଆଭିଯୋଗ ଆଣିଛି କଂଗ୍ରେସ। ଘଟଣାର ଜୁଡିସିଆରି ତଦନ୍ତ ଦାବି କରି ଆତ୍ମହତ୍ୟା ହତ୍ୟା ପଛରେ ଯେଉଁମାନେ ଦାୟୀ ରହିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି କଂଗ୍ରେସ। ତେବେ ଯାଇ ପୀଡ଼ିତାଙ୍କ ପରିବାରକୁ ପ୍ରକୃତ ନ୍ୟାୟ ମିଳିପାରିବ ବୋଲି ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି।


