ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିକ୍ଷୋଭ

ସମ୍ବଲପୁର,୭।୧୨(ବ୍ୟୁରୋ): ସମ୍ବଲପୁର-ଅନୁଗୋଳ ୫୫ନଂ. ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକା ସଂସ୍ଥା ଅଗ୍ରୱାଲ କନଷ୍ଟ୍ରକଶନ (ଏଆଇପିଏଲ୍‌)ର ଯୁଯୁମୁରା ଥାନା ଗଡଗଡବାହାଲ କ୍ୟାମ୍ପ ପରିସରରେ ୪ ଜଣ ଅଣଓଡିଆ ଡ୍ରାଇଭରଙ୍କୁ ଆକ୍ରମଣ କରାଗଲା। କମ୍ପାନୀ ସୁପରଭାଇଜର, ବାଉନସର ଓ କେତେଜଣ କର୍ମଚାରୀ କଙ୍ଗାରୁ କୋର୍ଟ କରି ଲହୁଲୁହାଣ କରିଦେଲେ। ଏହାର ଭିଡଓ ଭାଇରାଲ ହେଲା। ପୋଲିସ ଚଢାଉ କରିଥିଲେ ବି ଅଭିଯୁକ୍ତମାନଙ୍କୁ ଗିରଫ କଲା ନାହିଁ। ସ୍ଥାନୀୟ ଏକ ରାଜନୈତିକ ଦଳର ନେତା ଆସଫ ଅଲ୍ଲି ଖାନ, ଉତ୍ସବ ପରିବାରର ଜୟନ୍ତ ପ୍ରଧାନ ଓ ଡ୍ରାଇଭର ମହାସଂଘ ପକ୍ଷରୁ ରମଣି କୁମ୍ଭାର, ସୁଶାନ୍ତ ବେହେରାଙ୍କ ସମେତ ଶତାଧିକ ଲୋକ ମଙ୍ଗଳବାର ଏହି ଅଭିଯୋଗ ଆଣି କମ୍ପାନୀ କ୍ୟାମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାସହ ସେମାନେ ୭ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଖବର ପାଇ ରେଢାଖୋଲ ଏସ୍‌ଡିପିଓ ପ୍ରଶାନ୍ତ କୁମାର ମେହେର ଓ ଯୁଯୁମୁରା ଥାନା ଅଧିକାରୀ ରାଜକୁମାର ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚତ୍ ଆଲୋଚନା କରିଥିଲେ।
ଆନ୍ଦୋଳନକାରୀ ଅଭିଯୋଗ କରିଥିଲେ, ଆହତ ଡ୍ରାଇଭରଙ୍କୁ ପୋଲିସ ନିଜେ ଉଦ୍ଧାର କରି ଡାକ୍ତରଖାନା ନେଲା, ହେଲେ ଅଭିଯୁକ୍ତଙ୍କୁ ଛାଡିଦେଲା। ଅପରାଧ ଘଟାଇଥିବା ଲୋକେ ବାହାରେ ବୁଲୁଛନ୍ତି। ସେମାନଙ୍କୁ ପ୍ରଶୟ ଦିଆଯାଉଥିବାରୁ ଆଗାମୀ ଦିନରେ ଅଞ୍ଚଳବାସୀଙ୍କୁ ଆକ୍ରମଣ କରିବା ଭୟ ରହୁଛି। ତେଣୁ କମ୍ପାନୀରେ ଯେଉଁମାନେ କାମ କରିବେ ସମସ୍ତଙ୍କ ନାମ ଠିକଣା ଓ ଫୋନ ନମ୍ବର ସ୍ଥାନୀୟ ଏକ ସଂଗଠନ ହାତରେ ଦିଆଯାଉ। ଫଳରେ ଅପରାଧ ହେଲେ ସହଜରେ ଜାଣିହେବ। ଏତେ ବଡ ପ୍ରକଳ୍ପ କାମ ହେଉଥିଲେ ବି ସ୍ଥାନୀୟ ରୋଜଗାର ସୃଷ୍ଟି ହୋଇ ନାହିଁ। ଏଠିକାର ଡ୍ରାଇଭର, ଅପରେଟରଠାରୁ ଆରମ୍ଭ କରି ଶିକ୍ଷିତ ଯୁବତୀଯୁବକଙ୍କୁ ନିଯୁକ୍ତି ଦିଆଯାଉ ନାହିଁ। ଏଥିପ୍ରତି ପ୍ରଶାସନ ପଦକ୍ଷେପ ଗ୍ରହଣ କରୁ। ଏସବୁ ଦାବି ନେଇ ପ୍ରାୟ ୩ ଘଣ୍ଟା ଧରି କ୍ୟାମ୍ପ ଆଗରେ ଅସନ୍ତୋଷର ବାତାବରଣ ଲାଗିରହିଥିଲା। ଶେଷରେ ପୋଲିସ ଅଧିକାରୀମାନେ ବିଧିବଦ୍ଧ ତଦନ୍ତ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଡ୍ରାଇଭର ମହାସଂଘ ପକ୍ଷରୁ ପୋଲିସକୁ ଲିଖିତ ଭାବେ ଏକ ଅଭିଯୋଗ ମଧ୍ୟ କରାଯାଇଥିଲା। ଅନ୍ୟପଟେ ଜାତୀୟ ରାଜପଥ ନିର୍ମାଣ କାମରେ ଲାଗିଥିବା ଗ୍ରେଡର ମେଶିନକୁ ସୋମବାର ବିଲମ୍ବିତ ରାତିରେ ପୋଡି ଦିଆଯାଇଛି। ଏହାକୁ ନେଇ କମ୍ପାନୀ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। କେତେକ ଦୁର୍ବୃତ୍ତ ଗାଡିରେ ଆସି କାର୍ଯ୍ୟରତ କର୍ମଚାରୀଙ୍କୁ ମାରପିଟ କରିଥିଲେ। ସେମାନେ ଚାଲିଯିବା ପରେ ଗାଡିରେ ନିଆଁ ଲଗାଇ ଦେଇଥିଲେ। ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ପୋଲିସ କହିଛି। ସୂଚନାଯୋଗ୍ୟ, ଗତ ରବିବାର ସନ୍ଧ୍ୟା ସମୟରେ ଯୁଯୁମୁରା ପୋଲିସ ଟିମ୍‌ କ୍ୟାମ୍ପ ପରିସର ଏକ ଷ୍ଟୋର ରୁମରୁ ଗୁରୁତର ଅବସ୍ଥାରେ ୪ ଜଣ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା। ସେମାନେ ହେଲେ ବିହାର ଛପ୍ରା ଜିଲାର କମଲୋ ରାୟ, ଅମିତ ରାୟ, ରାଜା କୁମାର ଓ ମଣ୍ଟୋସ ପ୍ରସାଦ ରାୟ। ପୋଲିସ ପ୍ରାଥମିକ ଚିକିତ୍ସା କରାଇ ସେମାନଙ୍କୁ ଥାନାକୁ ଆଣିଥିଲା। ହେଲେ କମ୍ପାନୀ କର୍ମଚାରୀ ଥାନାରେ ପହଞ୍ଚି ଭୟଭୀତ କରି ରାତି ଅଧିଆ ସେମାନଙ୍କୁ ଘରକୁ ପଠାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri