ପୌରପରିଷଦ ନିର୍ବାହୀ ଅଧିକାରୀ, କର୍ମଚାରୀଙ୍କୁ ଗିରଫ ଦାବିରେ ବିକ୍ଷୋଭ

ଦେବଗଡ଼,୧୦।୧(ଡି.ଏନ୍‌.ଏ.): ୨ ତାରିଖ ଦେବଗଡ଼ ପୌରପରିଷଦର ନିର୍ବାହୀ ଅଧିକାରୀ ତପନ ମହାପାତ୍ର ଅଫିସରେ କାର୍ଯ୍ୟ କରୁଥିବା ସମୟରେ ଉପନଗରପାଳ ପ୍ରଜିତ ଭୋଜ ଓ ସ୍ବାଧୀନ କାଉନସିଲର ଧର୍ମେନ୍ଦ୍ର ଦେବତା ତାଙ୍କୁ ମାଡ଼ ମାରିବା ସହିତ ଆକ୍ରମଣ କରିଥିବା ନେଇ ମହାପାତ୍ର ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପଟେ ଉପନଗରପାଳ ଭୋଜ ମଧ୍ୟ ତାଙ୍କୁ ପୌରପରିଷଦର ନିର୍ବାହୀ ଅଧିକାରୀ ତପନ ମହାପାତ୍ର ଓ ଅଭିଷେକ ମିଶ୍ର ମାଡ଼ ମାରିବା ସହିତ ଆକ୍ରମଣ କରିବା ହତ୍ୟା ଧମକ ଏବଂ ଜାତିଆଣ ଆକ୍ଷେପ ସହିତ ଅପମାନିତ କରିଥିବା ନେଇ ପାଲଟା ଅଭିଯୋଗ କରିଥିଲେ । ଉକ୍ତ ଘଟଣାରେ ଶୁକ୍ରବାର ଉପନଗରପାଳ ଭୋଜ ଓ ସ୍ବାଧୀନ କାଉନସିଲର ଦେବତାଙ୍କୁ ଉକ୍ତ ଘଟଣାରେ ପୋଲିସ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିଲା । ଏ ନେଇ ସେ ପାଲଟା ଅଭିଯୋଗ ପରେ ମଧ୍ୟ ଆଜିକୁ ୮ଦିନ ବିତି ଯାଇଥିଲେ ହେଁ ପୋଲିସ ନିର୍ବାହୀ ଅଧିକାରୀ ଓ ପୌର କର୍ମଚାରୀଙ୍କୁ ଗିରଫ କରି ନାହିଁ। ଏହି ଘଟଣାରେ ମଙ୍ଗଳବାର ଉପନଗରପାଳ ପ୍ରଜିତ ଭୋଜ ଓ ସ୍ବାଧୀନ କାଉନସିଲର ଧର୍ମେନ୍ଦ୍ର ଦେବତାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ନଗରପରିକ୍ରମା କରିବା ସହ ଏସ୍‌ଡିପିଓଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ସହ ପୌରପରିଷଦ ନିର୍ବାହୀ ଅଧିକାରୀ ତପନ ମହାପାତ୍ର ଓ ପୌର କର୍ମଚାରୀ ଅଭିଷେକ ମିଶ୍ରଙ୍କୁ ଗିରଫ ଦାବିରେ ଏସ୍‌ଡିପିଓ ଅନୀଲ କୁମାର ବେଉରିଆଙ୍କ ଜରିଆରେ ଏସ୍‌ପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ତୁରନ୍ତ ସେମାନଙ୍କୁ ଗିରଫ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?