ରାଜଧାନୀରେ ଧାନ ଢାଳି ପ୍ରତିବାଦ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଧାନମଣ୍ଡିରେ ହେଉଥିବା ଅବ୍ୟବସ୍ଥା ଓ କଟ୍‌ନି ଛଟ୍‌ନିକୁ ନେଇ ଚାଷୀ କ୍ଷୁବ୍ଧ। ଏ ନେଇ ଦୀର୍ଘଦିନ ହେବ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି। ସରକାର ଚାଷୀଙ୍କ କଥା ଶୁଣୁନାହାନ୍ତି। ମିଲର, ସମବାୟ ସମିତି, ସରକାରୀ କର୍ମଚାରୀ ଚାଷୀଙ୍କୁ ଶୋଷଣ କରି ଚାଲିଛନ୍ତି। ନିଜର ହକ୍‌ ପାଇଁ ପ୍ରତିବାଦ କରିବାକୁ ଚାଷୀଙ୍କୁ ଭୁବନେଶ୍ୱର ମଧ୍ୟକୁ ପ୍ରବେଶ କରିବାକୁ ଦିଆଯାଉନାହିଁ। ଏଭଳି ଅଭିଯୋଗ ସମ୍ପର୍କରେ କୌଣସି ପ୍ରାକ୍‌ ସୂଚନା ନ ଦେଇ ସୋମବାର ସକାଳୁ ନବନିର୍ମାଣ କୃଷକ ସଙ୍ଗଠନ ନେତୃତ୍ୱରେ ଅତର୍କିତ ଭାବେ ଶତାଧିକ ଚାଷୀ ନବୀନ ନିବାସ ଆଡ଼କୁ ମାଡ଼ିଆସିଲେ। ପୋଲିସ କିଛି ବୁଝିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ କୁଇଣ୍ଟାଇ କୁଇଣ୍ଟାଲ ଧାନ ଢାଳିବା ସହ ରାଜରାସ୍ତାରେ ଗଡ଼ି ଦାବି ପୂରଣ ଲାଗି ଅଡ଼ିବସିଲେ। ଚାଷୀଙ୍କ ଏପରି ଅତର୍କିତ ବିକ୍ଷୋଭ ଯୋଗୁ ସକାଳୁ ସକାଳୁ ରାଜଧାନୀ ରାଜରାସ୍ତା କିଛି ସମୟ ପାଇଁ ଅଚଳ ହୋଇଯାଇଥିଲା। ଆନ୍ଦୋଳନକାରୀ ଚାଷୀଙ୍କୁ ରାସ୍ତାରୁ ହଟାଇବାକୁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା।
ନବନିର୍ମାଣ କୃଷକ ସଙ୍ଗଠନର ଶତାଧିକ ଚାଷୀ, କର୍ମୀ, ମହିଳା ହାତରେ ପ୍ଲା କାର୍ଡ ଧରି ସକାଳ ୮ଟାରେ ହଠାତ୍‌ ନବୀନ ନିବାସ ଆଡ଼କୁ ମାଡ଼ି ଚାଲିଥିଲେ। ସାଙ୍ଗରେ ଧାନବସ୍ତା ଲୋଡ୍‌ ହୋଇଥିବା ଟ୍ରାକ୍ଟର ମଧ୍ୟ ଆଣିଥିଲେ। ଚାଷୀ ଆନ୍ଦୋଳନ ସମ୍ପର୍କରେ ଗୋଇନ୍ଦା କି ନବୀନ ନିବାସ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ମଧ୍ୟ ସୁରାକ୍‌ ପାଇ ନ ଥିଲା।
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ବିକ୍ଷୋଭକାରୀମାନେ ଆସୁଥିବା ଦେଖି ସୁରକ୍ଷା କର୍ମୀ ଆବାକ୍‌ ହୋଇଯାଇଥିଲେ। ସେଠାରେ ଚାଷୀଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ମାତ୍ର ବିକ୍ଷୋଭକାରୀଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନଙ୍କୁ କାବୁ କରିବାକୁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। କିଛି ସମୟ ପାଇଁ ନବୀନ ନିବାସ ସମ୍ମୁଖ ଏକପ୍ରକାର ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଆନ୍ଦୋଳନକାରୀଙ୍କୁ କାବୁ କରିବା ଲାଗି ପୋଲିସକୁ ବେଶ୍‌ କସରତ କରିବାକୁ ପଡ଼ିଥିଲା।

ଉଭୟ ପକ୍ଷ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନକାରୀ ଚାଷୀଙ୍କଠାରୁ ପୋଲିସ୍‌ ସଂଖ୍ୟା କମ୍‌ ଥିବାରୁ ଅଧିକ ପୋଲିସ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା। ଇତିମଧ୍ୟରେ ଟ୍ରାକ୍ଟରରେ ଆଣିଥିବା ଧାନକୁ ଚାଷୀମାନେ ନବୀନ ନିବାସ ଆଗରେ ଢାଳି ପ୍ରତିବାଦ କରିଥିଲେ। ଫଳରେ କିଛି ସମୟ ପାଇଁ ରାଜରାସ୍ତାରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସହ ବହୁସଂଖ୍ୟାରେ ଗାଡ଼ି ଅଟକି ରହିଥିଲା। ପରେ ଅଧିକ ସଂଖ୍ୟକ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲେ। ଏହାପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ନବନିର୍ମାଣ ସଂଗଠନର ସଦସ୍ୟମାନେ ଭୁବନେଶ୍ୱର ସହିତ ବାଲେଶ୍ୱର, ନୟାଗଡ଼ ଜିଲା ଆଦି ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରତିବାଦ କରିଛନ୍ତି।
ନବନିର୍ମାଣ କୃଷକ ସଂଗଠନ ଆବାହକ ଅକ୍ଷୟ କୁମାର କହିଛନ୍ତି, ଚାଷୀଙ୍କ ଧାନ ବିକ୍ରି ହେଉନି। ୮ରୁ ୧୦ କେଜି କାଟ ହେଉଛି, ମଣ୍ଡିରେ ଅବ୍ୟବସ୍ଥା। ମିଲର, ସୋସାଇଟି ଓ ବେପାରୀଙ୍କ ମଧ୍ୟରେ ସଲାସୁତରା ଯୋଗୁ ଚାଷୀ ପେଷି ହୋଇଯାଉଛି। ଚାଷୀଙ୍କ ଅସୁବିଧା କଥା ଯଦି ସରକାର ଚିନ୍ତା ନ କରିବେ ତେବେ ଅସନ୍ତୋଷ ବ୍ୟାପିବା ସ୍ବାଭାବିକ। ସରକାରଙ୍କୁ ଚେତାଇ ଦେବାକୁ ନବନିର୍ମାଣ କୃଷକ ସଂଗଠନ ଏହି ପଦକ୍ଷେପ ନେଇଛି। ଯଦି ସରକାର ଚାଷୀ ସମସ୍ୟା ସମାଧାନ ନ କରନ୍ତି ତେବେ ଅସନ୍ତୋଷ ଆହୁରି ବ୍ୟାପିବ। ପ୍ରତି ଜିଲାରେ ଆନ୍ଦୋଳନ ହେବ। ଚାଷୀଙ୍କୁ ଭୁବନେଶ୍ୱର ଆସିବାକୁ ଦିଆଯାଉନାହିଁ। ଚାଷୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ବି ସରକାର ହନନ କରୁଛନ୍ତି ବୋଲି ସେ କହିଛନ୍ତି।
ନବୀନ ନିବାସ ସମ୍ମୁଖରେ ସବୁ ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହୁଥିବା ବେଳେ ପୋଲିସ ୨୪ ଘଣ୍ଟା ପଇଁତରା ମାରିଥାନ୍ତି। ସେଠାରେ ସବୁବେଳେ ୧୪୪ ଧାରା ଜାରି ହୋଇଥାଏ। ହେଲେ ଚାଷୀ କିପରି କଡ଼ା ସୁରକ୍ଷା ବଳୟ ଭେଦକରି ନବୀନ ନିବାସ ନିକଟରେ ପହଞ୍ଚିବାକୁ ସକ୍ଷମ ହେଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri