Posted inଜାତୀୟ

ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ପିଡିପି, କଂଗ୍ରେସର ବିକ୍ଷୋଭ

ଶ୍ରୀନଗର/ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦକୁ ଶୁକ୍ରବାର ୩ ବର୍ଷ ପୂରିଛି। ଏହି ଧାରାରେ ଜମ୍ମୁ-କଶ୍ମୀର ଜନସାଧାରଣଙ୍କୁ ମିଳୁଥିବା ସ୍ବତନ୍ତ୍ର ସୁବିଧା ସୁଯୋଗକୁ କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୫ରେ ହଟାଇଦେଇଥିଲେ। ଶୁକ୍ରବାର ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି(ପିଡିପି) ଏବଂ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇ ପୁଣି ଥରେ ଅନୁଚ୍ଛେଦ ୩୭୦ ଲାଗୁ କରିବା ପାଇଁ ଦାବି ହୋଇଛି। ସେହିପରି ନ୍ୟାଶନାଲ କନ୍‌ଫରେନ୍ସ ପକ୍ଷରୁ ଏହି ଅବସରରେ ଏକ ସଭା କରାଯାଇଥିଲା। ୩ ବର୍ଷ ପୂର୍ବେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତକୁ ସୁପ୍ରିମକୋର୍ଟ ବଦଳାଇଦେବେ ବୋଲି ଏହି ଦଳ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। ବନ୍ଦ ଡାକରା ସତ୍ତ୍ୱେ ଶ୍ରୀନଗର ଜିଲାରେ ଜୀବନଯାତ୍ରା ସମ୍ପୂର୍ଣ୍ଣ ସ୍ବାଭାବିକ ଥିଲା। ଦୋକାନ ବଜାର, ସ୍କୁଲ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଖୋଲା ରହିଥିଲା। ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ଓ ଦଳୀୟ କର୍ମୀମାନେ ଶେର୍‌-ଇ-କଶ୍ମୀର ମ୍ୟୁନିସିପାଲ ପାର୍କଠାରେ ଏକାଠି ହୋଇ ଜମ୍ମୁ-କଶ୍ମୀର ବିଭାଜନ ଓ ଅନୁଚ୍ଛେଦ ୩୭୦ ଉଚ୍ଛେଦର ପ୍ରତିବାଦ କରିଥିଲେ। ସେମାନେ ଲାଲ୍‌ ଚୌକ ଅଭିମୁଖେ ଶୋଭାଯାତ୍ରାରେ ଯିବା ଲାଗି ଉଦ୍ୟମ କରୁଥିବାବେଳେ ପୋଲିସ ଅଟକାଇଥିଲା। ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ଫେରାଇ ଆଣିବା ଲାଗି ପିଡିପି ଲଢ଼େଇ ଜାରି ରଖିବ ବୋଲି ମେହବୁବା କହିଛନ୍ତି।
ଅନ୍ୟପକ୍ଷରେ ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ଆଇନଶୃଙ୍ଖଳା ଏବଂ ସୁରକ୍ଷା ସ୍ଥିତିରେ ଉନ୍ନତି ଘଟିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଉପତ୍ୟକାର ବିଚ୍ଛିନ୍ନତାବାଦୀ ଓ ଧର୍ମୀୟ ମୌଳବାଦୀଙ୍କ ଉପରେ କ୍ରମାଗତ ଚାପ ଫଳରେ ବିଶୃଙ୍ଖଳା ଓ ଉତ୍ତେଜନା ୬୦୦ ପ୍ରତିଶତ ହ୍ରାସ ପାଇଛି। ଶୁକ୍ରବାର ପାକିସ୍ତାନରେ କଳାଦିବସ ଏବଂ ବିଚ୍ଛିନ୍ନତାବାଦୀଙ୍କୁ ବନ୍ଦ ଡାକରା ସତ୍ତ୍ୱେ ଉପତ୍ୟକା ସ୍ଥିତି ସ୍ବାଭାବିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri