ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନର ବିକ୍ଷୋଭ

ବଅଁରପାଳ,୧୫ା୧୦(ଡି.ଏନ୍‌.ଏ.): ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ ୧୦ ଦଫା ଦାବି ନେଇ ନାଲକୋ ସିପିପିର ଗ୍ରୁପ୍‌ ଜେନେରାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟରେ ଘେରାଉ କରାଯାଇଛି। ଉତ୍କଟ କୋଇଲା ସମସ୍ୟାର ସମାଧାନ, ଟ୍ରକ ପରିବହନ ପରିବର୍ତ୍ତେ ଏମ୍‌ଜିଆର ସିଷ୍ଟମକୁ ତୁରନ୍ତ ତ୍ୱରାନ୍ବିତ କରିବା, ପୁରୁଣା ପ୍ଲାଣ୍ଟର ରକ୍ଷଣାବେକ୍ଷଣ ଉପରେ ସ୍ବତନ୍ତ୍ର ଟାସ୍କ ଫୋର୍ସ ଟିମ୍‌ ଗଠନ, ବାହ୍ୟ ଟ୍ରେନିଙ୍ଗ ବଜେଟ୍‌ ତୁରନ୍ତ ବ୍ୟବସ୍ଥା କରିବା ସହିତ ଏନ୍‌ପିଟିଆଇ ଓ ଓ୍ବାର୍କର ଟିଚର ଟ୍ରେନିଙ୍ଗ ଆରମ୍ଭ, ସୁପରଭାଇଜର କନଭର୍ସନ ପରୀକ୍ଷା ସିପିପି ପାଇଁ ସ୍ବତନ୍ତ୍ର ଭାବରେ କରିବା ଓ ଟି-୩ ଗ୍ରେଡ୍‌ରୁ ଏସ୍‌-୦କୁ ପାରାଲାଲ କନଭର୍ସନ କରିବା,
ବିଭିନ୍ନ ବିଭାଗରେ ମାନବ ସମ୍ବଳର ଅଭାବ ପୂରଣ, ପ୍ଲାଣ୍ଟ ପରିସର ପରିଚ୍ଛନ୍ନତାକୁ ଅଗ୍ରାଧିକାର, ଗ୍ରାଚୁଇଟି ଏରିଅର ଏନ୍‌ପିଏସକୁ ଯିବା ବାବଦରେ ପ୍ରତେକ କର୍ମଚାରୀଙ୍କୁ କାଲକୁଲେସନ ସିଟ୍‌ ପ୍ରଦାନ ପାଇଁ ଦାବି ଉପସ୍ଥାପନ ଓ ପ୍ରୋତ୍ସାହନ ଭତ୍ତା ସମ୍ବନ୍ଧୀୟ ଅସାମଞ୍ଜସ୍ୟ ତୁରନ୍ତ ଦୂର ପାଇଁ ସଙ୍ଗଠନ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା। ସଙ୍ଗଠନର ସାଧାରଣ ସମ୍ପାଦକ ବିଭବ ଜେନାଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ହେମନ୍ତ ପ୍ରଧାନ, ସନ୍ତୋଷ ରାଉତ, ଆର୍ତ୍ତତ୍ରାଣ ସାମଲ, ଆରକେ ସିଂ, ଅଶୋକ ବେହେରା, ପ୍ରଣବ ଜେନା, ସନ୍ତୋଷ ମହାରଣା, ଶୈଳେନ୍ଦୁ ପରିଜା, ସଞ୍ଜୟ ଭୂତିଆ, କେଶବ ରଣା, ଶୁଭ୍ରାଂଶୁ ବେହେରା, ମୁନାରାମ ମାରାଣ୍ଡି, ଦୀନବନ୍ଧୁ ମିଶ୍ର, ଗୁଣ୍ଡୁରାମ ମାରାଣ୍ଡି, ସଲ ଖାନ ମୁର୍ମୁ,ସୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ତୁରନ୍ତ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ନାଲକୋ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ କର୍ମକର୍ତ୍ତାମାନେ ବିକ୍ଷୋଭରୁ ଓହରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

ଖେଳ ପଡ଼ିଆରେ ଟ୍ରାକ୍ଟର ଚଳାଇ ଧାନ ତଳି ପକାଇଲେ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ-ଉତ୍ତେଜନା

ହାଟଡିହୀ, ୩୦।୭(ଶୁଭକାନ୍ତ ନାୟକ): ସରକାର ଖେଳ ଏବଂ ଶାରୀରିକ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ବଡ଼ରମ୍ପାସ…

କ୍ଷେତପୋଖରୀ ଦୁର୍ନୀତିକୁ ନେଇ ସରପଞ୍ଚ-ସମିତିସଭ୍ୟ ମୁହାଁମୁହିଁ: ହଟ୍ଟଗୋଳ ଯୋଗୁ ଉଠି ଚାଲିଗଲେ…

ଦିଗପହଣ୍ଡି,୩୦|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଗୁରୁବାର ଦିଗପହଣ୍ଡି ବ୍ଲକସ୍ତରୀୟ ଏମଜିଏନଆରଇଜିଏ ଯୋଜନାର ସାମାଜିକ ସମୀକ୍ଷା ଜନଶୁଣାଣି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ପିସ୍ତଲ ଦେଖାଇ ହତ୍ୟା ଧମକ ଦେଇଥିଲେ, ଯୁବକଙ୍କୁ ବାନ୍ଧିଲା…

ଦେବଗଡ଼,୩୦ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ସୁନାମୁଣ୍ଡା ଗ୍ରାମରେ ପିସ୍ତଲ ମୁନରେ ଭୟଭୀତ କରି ହତ୍ୟା ଧମକ ଦେଇଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି।…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଦେଖାଳି ଗାଁରେ ସିରିଜ୍ ଚୋରି: ଦୋକାନରୁ ଟଙ୍କା-ଜୋତା ଲୁଟ୍, ଅଞ୍ଚଳରେ ଆତଙ୍କ; ରାତ୍ରିକାଳୀନ ପାଟ୍ରୋଲିଂ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗାଁ ଓ ମୁଖ୍ୟ ରାସ୍ତାକଡ଼ରେ ଥିବା ବିଭିନ୍ନ ଦୋକାନରୁ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri