ଧୂଷୁରୀପଙ୍ଗଟା ମୁଖ୍ୟରାସ୍ତାରେ ମଦ ଦୋକାନ ପୁନଃସ୍ଥାପନକୁ ବିରୋଧ: ଜିଲାପାଳଙ୍କୁ ଭେଟି ଦାବିପତ୍ର

ଅସୁରାଳି, ୧୭।୬ (ସନ୍ତୋଷ ସାହୁ): ଧାମନଗର ବ୍ଲକ ଅଧୀନସ୍ଥ ଧୂଷୁରୀପଙ୍ଗଟା ମୁଖ୍ୟ ରାସ୍ତାପାର୍ଶ୍ୱରେ ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନକୁ ପୁନର୍ବାର ସ୍ଥାପନ ନ କରିବା ଦାବିରେ ଆଜି ଭଦ୍ରକ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପୂର୍ବତନ ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ ଓ ଧୂଷୁରୀ ଜୋନ ଜିଲା ପରିଷଦ ସଦସ୍ୟ ପ୍ରଦୀପ ମଲ୍ଲିକଙ୍କ ନେତୃତ୍ୱରେ ଅଞ୍ଚଳବାସୀ ଏହି ଦାବିପତ୍ର ଦେଇଥିଲେ। ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ଉକ୍ତ ରାସ୍ତା ଦେଇ ପାଞ୍ଚଟି ପଞ୍ଚାୟତର ଲୋକ, ଛାତ୍ରୀଛାତ୍ର ଯାତାୟାତ କରୁଥିବାବେଳେ ମଦ ଦୋକାନ ଯୋଗୁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ଏବଂ ମହିଳା ଓ ଛାତ୍ରୀମାନେ ଅସୁରକ୍ଷିତ ମନେ କରୁଛନ୍ତି। ତେଣୁ ଜନସ୍ବାର୍ଥ, ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ଉକ୍ତ ମଦ ଦୋକାନଗୁଡ଼ିକୁ ପୁନଃସ୍ଥାପନ ନ କରିବାକୁ ପ୍ରଶାସନଙ୍କ ନିକଟରେ ଦାବି କରାଯାଇଛି।
ଏହି ଅବସରରେ ବରିଷ୍ଠ ସିପିଏମ ନେତା ଚନ୍ଦ୍ରଶେଖର ନାୟକ, ଧୂଷୁରୀ ସେବା ସମବାୟ ସମିତି ସଭାପତି ସନ୍ଦୀପ ଶଙ୍କର ସ୍ବାଇଁ, ହସନାବାଦ ସରପଞ୍ଚ ଅଜୟ ମଲ୍ଲିକ, ନଦୀଗାଁ ସରପଞ୍ଚ ଝରଣା ମାଝୀ, ପୂର୍ବତନ ସରପଞ୍ଚ ନିରଞ୍ଜନ ମାଝୀ, ସାହାସପୁର ସରପଞ୍ଚ ସରସୱତୀ ସାହୁ, ବାମକୁରା ସରପଞ୍ଚ ନରେନ୍ଦ୍ର ନାରୟଣ ନାୟକ, ଦେବେନ୍ଦ୍ରନାଥ ପଣ୍ଡା, ଅନନ୍ତ ନାୟକ, ବିମ୍ବାଧର ବିଶ୍ୱାଳ ଓ କାର୍ତ୍ତିକ ପାଣିଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିବାଦର ପଦଧ୍ୱନି

ସିଜେପି- କକ୍‌ରୋଚ୍‌ ଜନତା ପାର୍ଟି। ନଁା ନ ଥିଲା କି ଗନ୍ଧ ନ ଥିଲା। ଏହା କୌଣସି ରାଜନୈତିକ ଦଳ ବି ନୁହେଁ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଯୁବ…

ନୂତନ ଫାଣ୍ଡିଧିକାରୀଙ୍କ ଯୋଗଦାନ: ଆସୁ ଆସୁ ନେଲେ ବଡ଼ ପଦକ୍ଷେପ

ରିଷିଡା, ୭।୮ (ସୁଶାନ୍ତ ମଲ୍ଲିକ) : କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡିରେ ନୂତନ ଫାଣ୍ଡଧିକାରୀ ଭାବେ ମକରଧ୍ୱଜ ବିଷୋୟୀ ଯୋଗଦେଇଛନ୍ତି । ଏହା ପୂର୍ବରୁ ସେ ଜୁନାଗଡ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣା: ଉଭୟ ପକ୍ଷର ୨ ଅଭିଯୁକ୍ତ ସୂର୍ଯ୍ୟ, ରଘୁନାଥଙ୍କୁ …

ଦିଗପହଣ୍ଡି,୭।୮(ଅଶେଷ ନାଥ ମିଶ୍ର) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣାରେ ସମ୍ପୃକ୍ତ ସାନଖେମୁଣ୍ଡି ବ୍ଳକ ପଳାସପୁର ନିକଟ ରତ୍ନମଣିପୁର ଗ୍ରାମର…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାର):ବରଗଡ଼ କୋର୍ଟ ସମ୍ମୁଖରେ ଗୁରୁବାର ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସହରାଞ୍ଚଳ ଗୋଷ୍ଠୀ…

ବୃଦ୍ଧଙ୍କୁ ୭ ମାସ ହେଲା ମିଳିନି ଭତ୍ତା; ଥାନାରେ ଦେଲେ ଏତଲା, ତା’ପରେ…

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର କନ୍ତାରୁ ବକ୍ସି(୮୩) ନାମକ ଜଣେ ବୃଦ୍ଧଙ୍କୁ ଗତ ୭ ମାସ ହେଲା ଭତ୍ତା ଟଙ୍କା…

ପ୍ରଦୂଷଣର ହେଉନି ସ୍ଥାୟୀ ପ୍ରତିକାର: ୭ଦିନରେ ୯ହୋଟେଲକୁ ନୋଟିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଦୂଷଣ ବଢ଼ି ଚାଲିଛି। ସହର ରାସ୍ତାକଡ଼ଠାରୁ ଆରମ୍ଭ କରି ନାଳ ନର୍ଦ୍ଦମା, କେନାଲ ଯେଉଁଆଡ଼େ ଦେଖିଲେ ପଡ଼ି ରହିଛି କୁଢ଼କୁଢ଼ ମଇଳା ଆବର୍ଜନା।…

ବିପଦପୂର୍ଣ୍ଣ ରାସ୍ତା, ଲୋକେ ହଟହଟା: ବୁର୍ଡ଼ା-ଅର୍ଜୁନପୁର ପିଡବ୍ଲ୍ୟୁଡି ରାସ୍ତା କଲଭର୍ଟ ଭୁଶୁଡ଼ି ଗର୍ତ୍ତ

ଲୋଇସିଂହା,୭।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବୁର୍ଡା ଛକରୁ ଅର୍ଜୁନପୁର ପିଡବ୍ଲୁଡି ରାସ୍ତାର କୁମୁଣ୍ଡେ ଶୁଳିଆ ଛକ ନିକଟ କଲଭର୍ଟ ଭାଙ୍ଗି ଗର୍ତ୍ତ ସୃଷ୍ଟି ହୋଇଛି। ଏହାର…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୨୫ ପ୍ରତିଶତ ବୋନସ: ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ଏମ୍‌ପି

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ଲକ୍ଷ କେନ୍ଦୁପତ୍ର ଶ୍ରମିକ କେନ୍ଦୁପତ୍ର ତୋଳାଳି, ସିଜିନାଲ କର୍ମଚାରୀ,ବନ୍ଧେଇ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ଯଥାକ୍ରମେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri