ସରକାରଙ୍କ ନୂଆନୀତିକୁ ବିରୋଧ, ଆଜି ଆନ୍ଦୋଳନ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ):ଖରିଫ ଧାନବିକ୍ରି ପାଇଁ ଏଥର ରାଜ୍ୟ ସରକାର ନୂଆନୀତି ଆଣିଛନ୍ତି। ସରକାରଙ୍କ ଏହି ନୀତି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଗୋଟିଏ ପଟେ ଏହି ନୀତି ବିରୋଧରେ ରାଜ୍ୟ ସରକାରଙ୍କ ବିରୋଧରେ ଅସନ୍ତୋଷ ତେଜି ଉଠିଥିବାବେଳେ ଅନ୍ୟପଟେ ପଞ୍ଜୀକରଣରୁ ମଧ୍ୟ ଚାଷୀମାନେ ମୁହଁ ଫେରାଉଥିବା ପରିଲକ୍ଷିତ ହୋଇଛି। ଏଭଳି ସ୍ଥିତିରେ ଚାଷୀମାନେ ଆନ୍ଦୋଳନ ମୁହାଁ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଏହି ନୂଆ ନୀତି ବିରୋଧରେ ଶୁକ୍ରବାର ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବାରପାହାଡ଼ କୃଷକ ସଂଘ, ଲଖନପୁର ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି। ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ସଂଘ ପକ୍ଷରୁ ତାଲା ପକାଇବା ସହିତ କାର୍ଯ୍ୟାଳୟ ସମ୍ମୁଖରେ ଯାଇଥିବା ରାସ୍ତାକୁ ଅବରୋଧ କରାଯିବ ବୋଲି ସୂଚନା ମିଳିଛି। ଅନୁରୂପଭାବେ ଜିଲାର ଅନ୍ୟ ବ୍ଲକ ଗୁଡ଼ିକରେ ମଧ୍ୟ ଚାଷୀ ସଙ୍ଗଠନ ଗୁଡ଼ିକ ଏଭଳି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଲାଇ ଥିବାରୁ ଚାଷୀ ପଞ୍ଜୀକରଣ ନୂଆନୀତି ବିରୋଧରେ ଏକ ବଡ଼ ଧରଣ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି।
ଏଥର ପଞ୍ଜୀକରଣରେ ଚାଷୀଙ୍କ ବଂଶୀୟ ସହମତି, ପଞ୍ଜୀକୃତ କେନ୍ଦ୍ରରେ ଅଂଶୀଦାରଙ୍କ ଉପସ୍ଥିତି, ଚକ୍ଷୁସ୍କାନ, ସହମତି ପ୍ରଦାନ ଆଦିକୁ ବାଧ୍ୟତାମୂଳକ କରାଯାଇଛି। ଏହି ପ୍ରକ୍ରିୟା ଚାଷୀମାନଙ୍କ କ୍ଷେତ୍ରରେ କାଠିକର ପାଠ ଓ ଅସମ୍ଭବ ହୋଇ ପଡ଼ିଛି। ଫଳରେ ଏହାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ଏଭଳି ନିୟମ ପ୍ରଣୟନ ଦ୍ୱାରା ଜିଲାର ୭୦ପ୍ରତିଶତ ଚାଷୀ ବଞ୍ଚିତ ହେବେ ବୋଲି ବିଭିନ୍ନ ଚାଷୀ ସଙ୍ଗଠନ ଗୁଡ଼ିକ ଅଭିଯୋଗ କରିଥିବାବେଳେ ବିରୋଧୀ ବିଜେଡି ଏବଂ କଂଗ୍ରେସ ମଧ୍ୟ ଚାଷୀଙ୍କ ସହିତ ସ୍ବର ମିଲାଇଛି। ନୂତନ ନିୟମ ପ୍ରତ୍ୟାହାର କରିବା ସହିତ ପୁରୁଣା ପଦ୍ଧତିରେ ଧାନ କିଣିବା ତଥା ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ଦାବି କରାଯାଇଛି।
ଏହି ଦାବି ନେଇ ବିଭିନ୍ନ ଚାଷୀ ସଙ୍ଗଠନ ସମେତ ବିଜେଡି, କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ବିଗତ ଦିନରେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସେହିପରି ବୁଧବାର ବାରପାହାଡ଼ କୃଷକ ସଙ୍ଗଠନ ପକ୍ଷରୁ ମଧ୍ୟ ଅନୁରୂପଭାବେ ଜିଲାପାଳ ଗୋୟଲଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଗୁରୁବାର(ଜୁଲାଇ ୩୧ତାରିଖ) ସୁଦ୍ଧା ସେ ଦିଗରେ ଠୋସ୍‌ ପଦକ୍ଷେପ ନିଆ ନଗଲେ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦାବିପତ୍ରରେ ଚେତାବନୀ ଦେଇଥିଲା। ତେବେ ଏ ଯାଏ କିଛି ସୁଫଳ ନ ମିଳିଥିବା ପ୍ରତିବାଦରେ ଆନ୍ଦୋଳନ କରାଯିବା ନେଇ ସଙ୍ଗଠନ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇ ସାରିଥିବା ସୂଚନା ମିଳିଛି। ଏଥିପାଇଁ ସଙ୍ଗଠନର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏଠାରେ ପ୍ରକାଶଥାଉକି, ପଞ୍ଜୀକରଣର ନୂଆନୀତି ପ୍ରତ୍ୟାହାର କରି ପୁରୁଣା ପଦ୍ଧତିରେ ଚାଷୀ ପଞ୍ଜୀକରଣ କରିବା ଦାବି ନେଇ ଗତ ୨୮ତାରିଖ ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ପଞ୍ଜୀକରଣ ନୂଆନୀତିକୁ ବିରୋଧ କରି ଜିଲାର ୪୧ ପ୍ରାଥମିକ କୃଷି ସମବାୟ ସମିତିରେ ସ୍ଥାନୀୟ ସମିତି ସମ୍ପାଦକମାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ଶୌଚ ପାଇଁ ପୋଖରୀକୁ ଯାଇ ବୁଡ଼ି ଯାଇଥିଲେ, ପାଣିରେ ଭାସିବା ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ବଡ଼ବନ୍ଧ ପୋଖରୀରେ ବୁଡ଼ି ଜଣେ…

ବିକାଶ ଧାରା ଓଡ଼ିଶା କାର୍ଯ୍ୟକ୍ରମ: ସମ୍ମାନୀତ ହେଲେ କଳାକାର, ସମାଜସେବୀ

ରିଷିଡା,୧୮।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଓ ଜିଲାର ବିଭିନ୍ନ ଅଞ୍ଚଳରେ ବିକାଶର ବାର୍ତ୍ତା ପହଞ୍ଚାଇବା ସହ ସରକାରଙ୍କ ସଫଳତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri