ସରକାରଙ୍କ ନୂଆନୀତିକୁ ବିରୋଧ, ଆଜି ଆନ୍ଦୋଳନ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ):ଖରିଫ ଧାନବିକ୍ରି ପାଇଁ ଏଥର ରାଜ୍ୟ ସରକାର ନୂଆନୀତି ଆଣିଛନ୍ତି। ସରକାରଙ୍କ ଏହି ନୀତି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଗୋଟିଏ ପଟେ ଏହି ନୀତି ବିରୋଧରେ ରାଜ୍ୟ ସରକାରଙ୍କ ବିରୋଧରେ ଅସନ୍ତୋଷ ତେଜି ଉଠିଥିବାବେଳେ ଅନ୍ୟପଟେ ପଞ୍ଜୀକରଣରୁ ମଧ୍ୟ ଚାଷୀମାନେ ମୁହଁ ଫେରାଉଥିବା ପରିଲକ୍ଷିତ ହୋଇଛି। ଏଭଳି ସ୍ଥିତିରେ ଚାଷୀମାନେ ଆନ୍ଦୋଳନ ମୁହାଁ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଏହି ନୂଆ ନୀତି ବିରୋଧରେ ଶୁକ୍ରବାର ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବାରପାହାଡ଼ କୃଷକ ସଂଘ, ଲଖନପୁର ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି। ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ସଂଘ ପକ୍ଷରୁ ତାଲା ପକାଇବା ସହିତ କାର୍ଯ୍ୟାଳୟ ସମ୍ମୁଖରେ ଯାଇଥିବା ରାସ୍ତାକୁ ଅବରୋଧ କରାଯିବ ବୋଲି ସୂଚନା ମିଳିଛି। ଅନୁରୂପଭାବେ ଜିଲାର ଅନ୍ୟ ବ୍ଲକ ଗୁଡ଼ିକରେ ମଧ୍ୟ ଚାଷୀ ସଙ୍ଗଠନ ଗୁଡ଼ିକ ଏଭଳି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଲାଇ ଥିବାରୁ ଚାଷୀ ପଞ୍ଜୀକରଣ ନୂଆନୀତି ବିରୋଧରେ ଏକ ବଡ଼ ଧରଣ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି।
ଏଥର ପଞ୍ଜୀକରଣରେ ଚାଷୀଙ୍କ ବଂଶୀୟ ସହମତି, ପଞ୍ଜୀକୃତ କେନ୍ଦ୍ରରେ ଅଂଶୀଦାରଙ୍କ ଉପସ୍ଥିତି, ଚକ୍ଷୁସ୍କାନ, ସହମତି ପ୍ରଦାନ ଆଦିକୁ ବାଧ୍ୟତାମୂଳକ କରାଯାଇଛି। ଏହି ପ୍ରକ୍ରିୟା ଚାଷୀମାନଙ୍କ କ୍ଷେତ୍ରରେ କାଠିକର ପାଠ ଓ ଅସମ୍ଭବ ହୋଇ ପଡ଼ିଛି। ଫଳରେ ଏହାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ଏଭଳି ନିୟମ ପ୍ରଣୟନ ଦ୍ୱାରା ଜିଲାର ୭୦ପ୍ରତିଶତ ଚାଷୀ ବଞ୍ଚିତ ହେବେ ବୋଲି ବିଭିନ୍ନ ଚାଷୀ ସଙ୍ଗଠନ ଗୁଡ଼ିକ ଅଭିଯୋଗ କରିଥିବାବେଳେ ବିରୋଧୀ ବିଜେଡି ଏବଂ କଂଗ୍ରେସ ମଧ୍ୟ ଚାଷୀଙ୍କ ସହିତ ସ୍ବର ମିଲାଇଛି। ନୂତନ ନିୟମ ପ୍ରତ୍ୟାହାର କରିବା ସହିତ ପୁରୁଣା ପଦ୍ଧତିରେ ଧାନ କିଣିବା ତଥା ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ଦାବି କରାଯାଇଛି।
ଏହି ଦାବି ନେଇ ବିଭିନ୍ନ ଚାଷୀ ସଙ୍ଗଠନ ସମେତ ବିଜେଡି, କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ବିଗତ ଦିନରେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସେହିପରି ବୁଧବାର ବାରପାହାଡ଼ କୃଷକ ସଙ୍ଗଠନ ପକ୍ଷରୁ ମଧ୍ୟ ଅନୁରୂପଭାବେ ଜିଲାପାଳ ଗୋୟଲଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଗୁରୁବାର(ଜୁଲାଇ ୩୧ତାରିଖ) ସୁଦ୍ଧା ସେ ଦିଗରେ ଠୋସ୍‌ ପଦକ୍ଷେପ ନିଆ ନଗଲେ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦାବିପତ୍ରରେ ଚେତାବନୀ ଦେଇଥିଲା। ତେବେ ଏ ଯାଏ କିଛି ସୁଫଳ ନ ମିଳିଥିବା ପ୍ରତିବାଦରେ ଆନ୍ଦୋଳନ କରାଯିବା ନେଇ ସଙ୍ଗଠନ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇ ସାରିଥିବା ସୂଚନା ମିଳିଛି। ଏଥିପାଇଁ ସଙ୍ଗଠନର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏଠାରେ ପ୍ରକାଶଥାଉକି, ପଞ୍ଜୀକରଣର ନୂଆନୀତି ପ୍ରତ୍ୟାହାର କରି ପୁରୁଣା ପଦ୍ଧତିରେ ଚାଷୀ ପଞ୍ଜୀକରଣ କରିବା ଦାବି ନେଇ ଗତ ୨୮ତାରିଖ ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ପଞ୍ଜୀକରଣ ନୂଆନୀତିକୁ ବିରୋଧ କରି ଜିଲାର ୪୧ ପ୍ରାଥମିକ କୃଷି ସମବାୟ ସମିତିରେ ସ୍ଥାନୀୟ ସମିତି ସମ୍ପାଦକମାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇଥିଲେ ମହିଳା, ଟାଣିନେଲା କୁମ୍ଭୀର, ନଦୀକୂଳରେ ପଡ଼ିଛି…

କେନ୍ଦ୍ରାପଡ଼ା,୩ା୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ କୁମ୍ଭୀର…

ଆଜି ଏହି ୬ ଜିଲାରେ ବିଜୁଳି ଘଡ଼ଘଡ଼ି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା…

ଭୁବନେଶ୍ୱର,୩ା୮: ରାଜ୍ୟରେ ବନ୍ୟା ସ୍ଥିତି ଜାରି ରହିଥିବାବେଳେ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଦୁଇଦିନ ହେବ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ସୋମବାରଠାରୁ…

ମୋଦି ସରକାରଙ୍କୁ ନେଇ ବଡ଼ କଥା କହିଲେ ତସଲିମା

କୋଲକାତା,୩।୮: ବାଂଲାଦେଶରୁ ବହିଷ୍କୃତ ଏବଂ ବର୍ତ୍ତମାନ ନୂଆଦିଲ୍ଲୀରେ ରହୁଥିବା ଲେଖିକା ତସଲିମା ନାସରିନ ବଙ୍ଗ ସରକାରଙ୍କ ପ୍ରଶଂସା କରିଛନ୍ତି ଏବଂ ତାଙ୍କର କୃତଜ୍ଞତା ପ୍ରକାଶ କରିଛନ୍ତି। ନାସରିନ…

Bankipur Bypoll Result 2026: ବାଙ୍କିପୁର ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ, ଫଳାଫଳ ପୂର୍ବରୁ ‘ଲଡୁ’ ତିଆରି କଲେଣି ଭାଜପା କର୍ମୀ

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନ ପାଇଁ ଗୁରୁବାର (୩୦ ଜୁଲାଇ, ୨୦୨୬) ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆଜି (ସୋମବାର) ଘୋଷଣା କରାଯିବ। ଏହି ଆସନ ପାଇଁ…

ପଛକୁ ହଟିଲେ ଟ୍ରମ୍ପ: ସାରା ବିଶ୍ୱରେ ଯୋର ଧରିଲାଣି ଚର୍ଚ୍ଚା, ପୁଣି ଇରାନ ସହ ହେବ ଶାନ୍ତି ବାର୍ତ୍ତା

ତେହରାନ/ଓ୍ବାଶିଂଟନ,୩।୮: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ସମ୍ଭାବନା ହ୍ରାସ ପାଉଛି। ଉଭୟ ରାଷ୍ଟ୍ର ପୁଣି ଏକ ଚୁକ୍ତିନାମା ଆଡକୁ ଅଗ୍ରସର ହେଉଛନ୍ତି, କିନ୍ତୁ ଏହା ମଧ୍ୟରେ,…

କବିତା ଆସରରେ ମାତୃଭାଷାର ବିକାଶ ପାଇଁ ଆହ୍ବାନ

ହାଟଡିହୀ,୨l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ହାଟଡିହୀ ସାହିତ୍ୟ ଘର ପକ୍ଷରୁ ବର୍ଷାକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି…

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri