କ୍ରଶର ବିରୋଧରେ ମେଳି

ଢେଙ୍କାନାଳ ଅଫିସ, ୨୫।୪: ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ପଞ୍ଚାୟତର କଷ୍ଟିପାଳ ଗ୍ରାମରେ ବେଆଇନ ଖଣି ଏବଂ କ୍ରଶର ବିରୋଧରେ ମେଳି ବାନ୍ଧିଛନ୍ତି ସ୍ଥାନୀୟ ଅଞ୍ଚଳର ଆଦିବାସୀ। ସରକାର ପ୍ରଦାନ କରିଥିବା ଗୁଣ୍ଠିକିଆ ଜମି ହଡ଼ପ କରି ସେଠାରେ ବେଆଇନ ଭାବେ ପଥର ଖଣି ଚାଲୁଛି। କ୍ରଶର ସ୍ଥାପନ କରାଯାଇଛି। ଏହାର ପ୍ରତିବାଦରେ ସେମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶକ୍ତି ପ୍ରଦର୍ଶନ କରିଛନ୍ତି। ତୁରନ୍ତ ସରକାର ଦେଇଥିବା ଜମି ପ୍ରଦାନ ବ୍ୟବସ୍ଥା ନ କଲେ ଆଇନ ହାତକୁ ନେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଅଞ୍ଚଳର ଗରିବ ଆଦିବାସୀ ୧୯୯୯ରୁ ଗୁଣ୍ଠିକିଆ ଜମିପଟ୍ଟା ପାଇଛନ୍ତି। ହେଲେ ବିଧିବଦ୍ଧ ଭାବେ ସେମାନଙ୍କୁ ଜମି ହସ୍ତାନ୍ତର କରାଯାଉନାହିଁ। ତେଣୁ ସେମାନେ ଘର ନିର୍ମାଣ କରିପାରୁନାହାନ୍ତି। ଜମି ନ ପାଇବା ଯାଏ ସଂଗ୍ରାମ ଜାରି ରହିବ ବୋଲି କାର୍ତ୍ତିକ ସାମଲ ଏବଂ ପ୍ରମିଳା ପଧାନ ପ୍ରମୁଖ କହିଛନ୍ତି। ଆଦିବାସୀ ବସ୍ତି ନିକଟରେ କ୍ରଶର ସ୍ଥାପନ ନିୟମ ନାହିଁ। ତଥାପି ଏଥିପାଇଁ କିପରି ଅନୁମତି ଦିଆଗଲା, ତାହାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏ ସଂକ୍ରାନ୍ତରେ ଗଁଦିଆ ତହସିଲଦାର ଆଶିଷ ରଞ୍ଜନ ସାହୁ କୁହନ୍ତି, ୧୯୯୯ରେ ୬୦ଜଣ ଭୂମିହୀନ ଆଦିବାସୀଙ୍କୁ ଗୁଣ୍ଠିକିଆ ଜମିପଟ୍ଟା ପ୍ରଦାନ କରାଯାଇଛି। ତେବେ ନିର୍ଦ୍ଧାରିତ ସ୍ଥାନରେ ସେମାନେ ରହୁନାହାନ୍ତି। ଏକ ବିଦ୍ୟୁତ୍‌ କମ୍ପାନୀର ଟାୱାର ସ୍ଥାପନ କାର୍ଯ୍ୟ ପାଇଁ ଜଣେ ବ୍ୟକ୍ତି ପ୍ରଶାସନର ଅନୁମୋଦନକ୍ରମେ ସେଠାରେ ପ୍ରଥମେ ୩ମାସ ପାଇଁ କ୍ରଶର କରିଥିଲେ। ଏହାପରେ ଏହାର ଅବଧି ଆଉ ୩ ମାସ ବୃଦ୍ଧି କରାଯାଇଛି। ସମସ୍ୟା ସମ୍ପର୍କରେ ଅବଗତ ହେବାପରେ ଜିଲାପାଳ ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ତହସିଲଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ଶିଳ୍ପ ସ୍ଥାଣୁ

ଢେଙ୍କାନାଳ ଅଫିସ, ( ରତନ ନାୟାର ) ୨୪।୮: ପର୍ଯ୍ୟଟନରେ ପୁଞ୍ଜି ପ୍ରବାହର ଆଶା ବଢ଼ାଏ ହୋଟେଲ ଶିଳ୍ପ। ହୋଟେଲ ଶିଳ୍ପର ବିକାଶ ଟୁରିଜମ୍‌ ଭବିଷ୍ୟତକୁ ଦେଇଥାଏ...

‘ଗୃହରକ୍ଷୀ ବାହିନୀ ସେବା ଅତୁଳନୀୟ’

ଢେଙ୍କାନାଳ ଅଫିସ, ୭।୧୨-ଢେଙ୍କାନାଳ ରିଜର୍ଭ ପୋଲିସ ପଡ଼ିଆରେ ସୋମବାର ପୂର୍ବାହ୍ନ ସାଢ଼େ ୮ଟାରେ ୫୯ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।...

ବଳଦ ବିନା ବଳଦଯାତ୍ରା

ଭୁବନ, ୭।୧୦:  ମେଲାଣି ନେଉଥିବେ ଜଗଜ୍ଜନନୀ, ଅଥଚ ସାଥିରେ ନ ଥିବେ ପରମ୍ପରାର ବାହକ ବଳଦ। ସୁସଜ୍ଜିତ ବଳଦ ବିନା ସରିବ ମା’ ଦୁର୍ଗାଙ୍କ ଭସାଣି।...

‘ଆଶା’ଙ୍କ ପାଇଁ କମିଛି ମାତୃ ମୃତ୍ୟୁହାର

ଢେଙ୍କାନାଳ ଅଫିସ, ୩୦।୩ – ଶିଶୁ ଏବଂ ମାତୃ ମୃତ୍ୟୁହାର ହ୍ରାସରେ ଆଶା କର୍ମୀଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। କୋଭିଡ୍‌ ମହାମାରୀ ପରିଚାଳନାରେ ଆଗଧାଡ଼ିର କର୍ମୀଭାବେ ସେମାନେ...

ବ୍ୟାପିଲାଣି ବନାଗ୍ନି

କାମାକ୍ଷାନଗର, ୩୦।୩(ଡି.ଏନ୍‌.ଏ.) – ବଢ଼ିଲାଣି ଗ୍ରୀଷ୍ମ ପ୍ରକୋପ। ମାର୍ଚ୍ଚରୁ ପାରଦ ୪୦ ଛୁଇଁଲାଣି। ପ୍ରଚଣ୍ଡ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଥିବାବେଳେ ଜଙ୍ଗଲ ନିଆଁ ପ୍ରଭାବରେ ସୃଷ୍ଟି...

୧ରେ ପରୀକ୍ଷା ପେ’ ଚର୍ଚ୍ଚା

ଢେଙ୍କାନାଳ ଅଫିସ୍‌, ୩୦।୩ – ପରୀକ୍ଷାର୍ଥୀଙ୍କ ମନରେ ଉତ୍ସାହ ଭରିବା, ଚାପ ହ୍ରାସ କରିବା ଲାଗି ଆସନ୍ତା ଏପ୍ରିଲ ପହିଲାରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ...

ବିରାଶାଳ ଏୟାରଷ୍ଟ୍ରିପ୍‌ରେ ପ୍ରଶିକ୍ଷଣ ସମୟରେ ଖସିପଡ଼ିଲା ବିମାନ: ମୁଖ୍ୟ ପ୍ରଶିକ୍ଷକଙ୍କ ସହ ଜଣେ ଛାତ୍ରୀ ମୃତ

କାମାକ୍ଷାନଗର,୮ା୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ବିରାଶାଳ ସରକାରୀ ବିମାନ ପ୍ରଶିକ୍ଷଣ କେନ୍ଦ୍ରରେ ସୋମବାର ସକାଳେ ବିମାନ ଖସିପଡ଼ିବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରଶିକ୍ଷଣ...

୩ ଗ୍ରାମକୁ ସୁକନ୍ୟା ସମୃଦ୍ଧି ଟ୍ୟାଗ୍‌

ଢେଙ୍କାନାଳ ଅଫିସ, ୮।୧ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଢେଙ୍କାନାଳ ଜିଲାର ୩ ଗ୍ରାମକୁ ସମ୍ପୂର୍ଣ୍ଣ ସୁକନ୍ୟା ସମୃଦ୍ଧି ଟ୍ୟାଗ୍‌ ମିଳିଛି। ଗଁଦିଆ ବ୍ଲକ...

Advertisement
Archives

Model This Week