ସଙ୍ଗଠକଙ୍କ ସ୍ୱାଭିମାନ ରକ୍ଷା

ମୌସୁମୀ ପରିଡ଼ା

 

ଘରଟିଏ ଗଢ଼ିବା ଯେତିକି କଷ୍ଟ, ତା’ଠାରୁ ଅଧିକ କଷ୍ଟ ଅନୁଷ୍ଠାନଟିଏ ଗଢ଼ିବା। ଲାଭକ୍ଷତିର ବିଚାର ନ କରି ୨୦୦୦ ମସିହା ପୂର୍ବରୁ ଯେଉଁମାନେ ନିଜ ପକେଟ୍‌ରୁ ଅର୍ଥ ବ୍ୟୟ କରି ଗ୍ରାମାଞ୍ଚଳମାନଙ୍କରେ ଶିକ୍ଷାନୁଷ୍ଠାନମାନ ଗଢ଼ିଥିଲେ, ଆଜି ସେମାନଙ୍କ ସ୍ଥିତି କ’ଣ, ଯେଉଁମାନେ ଅନେକ ପରିବାରର ଭରଣପୋଷଣର ମୁଖ୍ୟ ମାଧ୍ୟମ ହୋଇଥିଲେ, ସେମାନଙ୍କ ଅବସ୍ଥା ଓ ମନ ଅବସ୍ଥା କିପରି, ସମ୍ବେଦନଶୀଳ ମଣିଷ ଭାବେ ସମସ୍ତଙ୍କର ଚିନ୍ତା କରିବାର ବିଷୟ। ସମୟ ସାକ୍ଷୀ। ଅତୀତରେ ସମାଜର ଆବଶ୍ୟକତା ଦୃଷ୍ଟିରୁ ବିଭିନ୍ନ ଅନୁଷ୍ଠାନ ଗଢ଼ିଉଠିଛି। ଗ୍ରାମାଞ୍ଚଳମାନଙ୍କରେ ସ୍କୁଲ୍‌କୁ ଆସିବାକୁ ପିଲାମାନଙ୍କୁ ନଦୀ ପାର ହେବାକୁ ପଡ଼ୁଥିଲା। ବର୍ଷାଦିନେ ଆଣ୍ଠୁଏ ପାଣି କାଦୁଅରେ ଯା’ଆସ କରି ରୋଗରେ ପଡ଼ୁଥିବା ପିଲାଙ୍କ ପାଇଁ ସ୍କୁଲ୍‌ ଆସିବା ସମ୍ଭବପର ନ ଥିଲା। ମାଟ୍ରିକ୍‌ ପାଶ୍‌ କଲାପରେ କଲେଜ ଆଡ୍‌ମିଶନ୍‌ ହେବାରେ ନାନା ଅସୁବିଧା। ସରକାରୀ କଲେଜଗୁଡ଼ିକରେ ସିଟ୍‌ସଂଖ୍ୟା କମ୍‌ ଥିବାରୁ ଅଧିକାଂଶ ପିଲା ସିଟ୍‌ ନ ପାଇ ଘରେ ବସୁଥିଲେ କିମ୍ବା ପାଠପଢ଼ା ଛାଡ଼ୁଥିଲେ। ସେମାନଙ୍କ ମଧ୍ୟରୁ ଅନେକ କର୍ମସଂସ୍ଥାନ ପାଇଁ ଚାଷବାସରେ ମନ ଦେଉଥିଲେ କିମ୍ବା ଜମିବାଡ଼ି ନ ଥିବାରୁ ବାହାର ରାଜ୍ୟକୁ ଚାଲିଯାଉଥିଲେ। ସେତେବେଳେ କଲେଜପଢ଼ା ଏତେ ସହଜ ନ ଥିଲା। ନା ବାଟଘାଟର ସୁବିଧା ଥିଲା ନା ଅଭିଭାବକମାନଙ୍କ ଆର୍ଥିକ ସମ୍ବଳ।
ସେହି ଅଭାବନୀୟ ସମୟରେ କିଛି ସମାଜସେବୀ, ନିଃସ୍ବାର୍ଥପର ପ୍ରତିଷ୍ଠିତ ବ୍ୟକ୍ତି ମିଳିତ ହୋଇ ଗ୍ରାମାଞ୍ଚଳମାନଙ୍କରେ ଶିକ୍ଷାନୁଷ୍ଠାନମାନ ଗଢ଼ିବାକୁ ଆଗଭର ହୋଇଥିଲେ। ଲକ୍ଷ୍ୟ ଥିଲା- ସମାଜର ଭବିଷ୍ୟତ ଏପରି ଅର୍ଦ୍ଧଶିକ୍ଷିତ ହୋଇ ନ ରୁହନ୍ତୁ। ପିଲାମାନେ ପଢ଼ନ୍ତୁ। ସମାଜର ଆବଶ୍ୟକତା ଅନୁଯାୟୀ ବେସରକାରୀ ଯୁକ୍ତ ଦୁଇ କଲେଜମାନ ଗଢ଼ିଉଠିଲା। ପରେ ପରେ ଯୁକ୍ତ ତିନି। ଆର୍ଥିକ ଅନଟନ ପାଇଁ ପାଠରେ ଡୋରି ବାନ୍ଧୁଥିବା ପିଲାମାନେ ଉପକୃତ ହେଲେ। ଉକ୍ତ ଅନୁଷ୍ଠାନର କର୍ମଚାରୀମାନେ ଆର୍ଥତ୍କ ଓ ସାମାଜିକ ଦୃଷ୍ଟିକୋଣରୁ ପରିଚୟ ପାଇଲେ, ସେକଥା କେହି ଅସ୍ବୀକାର କରିପାରିବେ ନାହିଁ।
କିଛି ବର୍ଷ ପରେ କର୍ମଚାରୀମାନଙ୍କୁ ସରକାରୀ ଅନୁଦାନ ମିଳିଲା। ବହୁସଂଖ୍ୟକ କର୍ମଚାରୀ ଉପକୃତ ହେଲେ। କାଳକ୍ରମେ ଉଭୟ କର୍ମଚାରୀ ଓ ପ୍ରଶାସକଙ୍କ ଦ୍ୱାରା ପ୍ରତିଷ୍ଠାତା ବା ସଙ୍ଗଠକମାନେ ଉପେକ୍ଷିତ ହେଲେ। ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଭାବେ କ୍ଷମତା କାଢ଼ି ନିଆଯିବାରୁ ଅନୁଷ୍ଠାନଗୁଡ଼ିକରେ ନାନା ପ୍ରକାରର ବିଶୃଙ୍ଖଳା ଦେଖାଦେଲା। କେହି କାହାରିକୁ ସମ୍ମାନ କରିବା ତ ଦୂରର କଥା, ପରସ୍ପରକୁ ଅପମାନିତ କରିବାରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଲା। ଜନ୍ମଦାତା/ଦାତ୍ରୀ (ସଙ୍ଗଠକ) ଜାଣନ୍ତି ପିଲାଙ୍କ ଦୁର୍ବଳତା, ସରକାର ଜାଣନ୍ତି ଶିକ୍ଷାଗତ ଯୋଗ୍ୟତା ଆଧାରରେ ପରିଚୟ। ସଙ୍ଗଠକମାନଙ୍କ ପାରଦର୍ଶିତା ଓ ଦୂରଦର୍ଶିତାକୁ ଅସ୍ବୀକାର କରି ସେମାନଙ୍କୁ ସମ୍ପୂର୍ଣ୍ଣ ବାଦ୍‌ଦେବାରୁ ଅନୁଷ୍ଠାନଗୁଡ଼ିକରେ ନାନା ଦୁଃସ୍ଥିତିମାନ ପରିଲକ୍ଷିତ ହେଲା। ଅନୁଷ୍ଠାନକୁ ପୁଣ ିଥରେ ସମ୍ଭାଳିବାକୁ ଯାଇ ନା ଆଦର ମିଳିଲା ନା କର୍ମଚାରୀମାନଙ୍କଠାରୁ ପୂର୍ବ ସମ୍ମାନ।
କଥାଟିକୁ ନିରେଖି ଦେଖିଲେ ଅପ୍ରକାଶ୍ୟ ଦିଗଟି ଆହୁରି ସ୍ପଷ୍ଟତର ହେବ। ମାତାପିତା ଜନ୍ମ ଦିଅନ୍ତି, ଶିକ୍ଷିତ କରାନ୍ତି। ଅନୁଷ୍ଠାନ ପରିଚୟ ଦିଏ, ଆର୍ଥିକ ସ୍ତରରେ ଭବିଷ୍ୟତକୁ ସୁରକ୍ଷିତ କରାଏ। ସେହି ଅନୁଷ୍ଠାନକୁ ଗଢ଼ିଥିବା ସଙ୍ଗଠକମାନେ ଓ ମାତାପିତା ଉଭୟ ଯେଉଁ ତ୍ୟାଗ କରିଥାନ୍ତି, ସେମାନଙ୍କ ଭିତରୁ ପ୍ରଥମ ବର୍ଗର ଲୋକମାନଙ୍କୁ ଭୁଲିଯିବାଟା ଚରମ ସ୍ବାର୍ଥପରତା! ସେମାନେ ଅନେକ ପ୍ରତିରୋଧ, ବାଧାବିଘ୍ନ ସହି ଆବଶ୍ୟକ ସ୍ଥଳେ କୋର୍ଟ କଚେରିରେ ଲଢ଼ି ଯେଉଁ ଅନୁଷ୍ଠାନକୁ ଛିଡା କରାଇଛନ୍ତି, ସେମାନଙ୍କୁ ଭୁଲିଯିବା ଶିକ୍ଷାନୁଷ୍ଠାନର ସୁଶିକ୍ଷିତ ଶ୍ରେଣୀର ସୁଜନତା କି, ଏକ ପ୍ରଶ୍ନବାଚୀ।
ମାତାପିତାଙ୍କ ସାମ୍ନାରେ ପିଲାମାନଙ୍କର ଅହଙ୍କାର ଯେପରି ଅଶୋଭନୀୟ ସେହିପରି ଅନୁଷ୍ଠାନର କର୍ମଜୀବୀମାନେ (ଯେଉଁମାନଙ୍କୁ କେବଳ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ନୁହେଁ, ଅନ୍ୟ କାରଣମାନ ବି ଉହ୍ୟ ରହିଥାଏ) ପ୍ରତିଷ୍ଠାତାମାନଙ୍କ ଆଗରେ ବୃଥା ଅହମିକା ଓ ଅସମ୍ମାନ ପ୍ରଦର୍ଶନ କରିବା ମଧ୍ୟ ହାସ୍ୟାସ୍ପଦ, ଅଯୌକ୍ତିକ। କ୍ଷମତା ହାସଲ କରିବା ପରେ ଲୋକମାନେ ପୂର୍ବକଥା ବିସ୍ମରିଯାଆନ୍ତି। କଥାରେ ଅଛି- ସବୁ ଗଛ ରୋପିବ ପଛେ ମଣିଷ ଗଛ ରୋପିବ ନାହିଁ। କାରଣ ଲୋକେ ନିଜ ଦୁଃସମୟକୁ ନିମିଷକେ ଭୁଲିଯାଇ କୁତ୍ସାରଟନା କରିବା ନିହାତି ମାମୁଲିକଥା।
ସେତେବେଳେ ପ୍ରତିଷ୍ଠାତାମାନେ ଅର୍ଥ ରୋଜଗାରର ମାଧ୍ୟମ ପାଇଁ ଶିକ୍ଷାନୁଷ୍ଠାନମାନ ଗଢ଼ି ନ ଥିଲେ, ଗଢ଼ିଥିଲେ ସାମାଜିକ ସ୍ବାର୍ଥ ଓ ଶିକ୍ଷାର ବିକାଶ ପାଇଁ। କିନ୍ତୁ କ’ଣ ପାଇଲେ ସେକଥା ପରଖିବାର ଦାୟିତ୍ୱ ସମାଜ ସହିତ ପ୍ରଶାସନର। ଗୋଟେ ସମୟରେ ସମାଜର ମଙ୍ଗ ଧରିଥିବା ଓ କଲେଜପଢ଼ାକୁ ସହଜତର କରିଥିବା ନିଃସ୍ବାର୍ଥପର ସଙ୍ଗଠକମାନଙ୍କୁ ଅବହେଳା କରାଯିବା ମନ୍ଦିରର ଦିଅଁଙ୍କୁ ଅସମ୍ମାନ କଲାପରି ମନେହୁଏ। ସମାଜର ମୁଖ୍ୟସ୍ରୋତରେ ଥିବା ଆମ ଧରୋହରମାନଙ୍କୁ ଅବହେଳା କଲେ ସମୟ କ୍ଷମା ଦେବ ନାହିଁ।
ସମାଜସେବା ନଁାରେ ନିଜ ପରିବାରର ଅଧିକାରରୁ ଅର୍ଥ ଓ ସମୟ ଖେଣ୍ଟି ସେମାନେ ଯେଉଁ ଅନୁଷ୍ଠାନ ଗଢ଼ିଥିଲେ, ସେଥିରେ ଅନୁଷ୍ଠାନ ଓ ସେଠାରେ କାମ କରୁଥିବା କର୍ମଚାରୀମାନଙ୍କ ସହିତ ଆବେଗାଗତ ସମ୍ପର୍କଟେ ଥିଲା ଯାହା ଏବେ ସଂପୂର୍ଣ୍ଣ ଶୂନ୍ୟ। ବିଭିନ୍ନ ମାନସିକତାର ଲୋକମାନଙ୍କୁ ଏକାଠି କରି, ସାମାଜିକ କର୍ତ୍ତବ୍ୟ ସହିତ ପ୍ରତିବଦ୍ଧ ହୋଇ ଆନୁଷଙ୍ଗିକ ଉପକରଣ ଯୋଗାଡ଼ କରିବା ଓ ଅଭାବ ଅସୁବିଧା ସହିତ ବୁଝାମଣା କରିବା ଯେ କେତେ କଷ୍ଟକର ତାହା ସେହି ପ୍ରତିଷ୍ଠାତାମାନେ ହିଁ ଜାଣନ୍ତି। ସେଥିପାଇଁ କେତେ ତ୍ୟାଗ କରିବାକୁ ହୁଏ, କେତେ ପ୍ରତିଦ୍ୱନ୍ଦ୍ୱିତା ଜିତିବାକୁ ହୁଏ, ପ୍ରତିକୂଳତାର ଶିକାର ହେବାକୁ ପଡ଼େ, ସେ ଦୁଃଖ ଅନୁଷ୍ଠାନର ବେତନଭୋଗୀ କର୍ମଚାରୀମାନେ ବୁଝିପାରନ୍ତି ନାହିଁ। ସମାଜ ପାଇଁ ସେମାନଙ୍କ ବଳିଦାନ ବ୍ୟର୍ଥ ଯାଇନାହିଁ, କିନ୍ତୁ ସେମାନଙ୍କୁ ମାନସିକ ସ୍ତରରେ ପଙ୍ଗୁ କରି ଉପେକ୍ଷିତ କରିଦିଆଯାଇଛି। ଏଭଳି ସ୍ଥଳେ ସେମାନଙ୍କ ମନୋବଳକୁ ଦୃଢ଼ କରିବାକୁ ପ୍ରଶାସନ ତପତ୍ର ହେବା ଉଚିତ୍‌।
ମୋ: ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri