ଜିଲାସ୍ତରୀୟ ଜାତୀୟ ଖାଉଟି ଦିବସ: ଅଧିକାରର ସୁରକ୍ଷା, କର୍ତ୍ତବ୍ୟ ଉପରେ ଗୁରୁତ୍ୱ

ଜଗତ୍‌ସିଂହପୁର ଅଫିସ, ୨୬ା୧୨: ଭାରତରେ ୧୯୮୬ ଡିସେମ୍ବର ୨୪ରେ ଖାଉଟି ସୁରକ୍ଷା ଅଧିନିୟମ ଲାଗୁ ହୋଇଥିଲା। ସେହିଦିନଠାରୁ ଉପଭୋକ୍ତାମାନଙ୍କୁ ତାଙ୍କ ଅଧିକାର ପ୍ରଦାନ କରାଯାଇଥିଲା। ତେଣୁ ନାଗରିକମାନେ ସେମାନଙ୍କ ଅଧିକାରର ସୁରକ୍ଷା ସହ କର୍ତ୍ତବ୍ୟ ପ୍ରତି ଦାୟିତ୍ୱବାନ ହେବା ଆବଶ୍ୟକ। ଜଗତ୍‌ସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଜାତୀୟ ସୂଚନା ଓ ପ୍ରଯୁକ୍ତି ଭିସି କୋଠରିରେ ୱେବିନାର ମାଧ୍ୟମରେ ଅନୁଷ୍ଠିତ ଜଲାସ୍ତରୀୟ ଖାଇଟି ଅଧିକାର ଦିବସ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲାପାଳ ସରୋଜ କୁମାର ମିଶ୍ର ଏହା କହିଛନ୍ତି। ସେ କହିଥିଲେ, ୨୦୧୯ରେ ଏହି ଆଇନରେ ସଂଶୋଧନ ହୋଇଥିଲା। ଦେଶର ଯେ କେହି ଖାଉଟି କ୍ଷତିଗ୍ରସ୍ତ ହୋଇଥିଲେ କ୍ଷତିପୂରଣ ପାଇବାକୁ ନିଜ କର୍ମସ୍ଥଳୀରେ ରହି ଉପଯୁକ୍ତ ଫୋରମରେ ମାମଲା ଦାଏର କରିପାରିବେ। ୧ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ପାଇବା ପାଇଁ ଜିଲା ଖାଉଟି ବିବାଦ ପ୍ରତିକାର ଆୟୋଗରେ ମାମଲା କରିହେବ। ସେହିପରି ୧୦କୋଟି ଟଙ୍କା ପର୍ଯ୍ୟନ୍ତ ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗ ଓ ତା’ଠାରୁ ଅଧିକ ଟଙ୍କାର କ୍ଷତିପୂରଣ ପାଇବା ପାଇଁ ଜାତୀୟ ଖାଉଟି ବିବାଦ ପ୍ରତିକାର ଆୟୋଗରେ ଆବେଦନ କରିବାକୁ ପଡିବ। ଅନ୍ୟପକ୍ଷେ ଇଲେକ୍ଟ୍ରୋନିକ୍ସ ଯନ୍ତ୍ର ମାଧ୍ୟମରେ ହେଉଥିବା ଦେଣ-ନେଣ ମଧ୍ୟ ଏହି ଆଇନ ପରିସରଭୁକ୍ତ ହୋଇଛି। ଆମାଜନ ଓ ଫ୍ଲିପକାର୍ଟ ଭଳି କମ୍ପାନୀକୁ ଆଇନ ପରିସରଭୁକ୍ତ କରାଯାଇଛି। ନୂଆ ବୈଷୟିକ ଜ୍ଞାନ କୌଶଳ ଦେଶରେ ବେପ୍ଳବିକ ପରିବର୍ତ୍ତନ ଆଣିଛି। କୋଭିଡ୍‌ ପରିସ୍ଥିତିରେ ମଧ୍ୟ ୱେବିନାର ମାଧ୍ୟମରେ ନିଜ ନିଜର ମତ ରଖି ପାରୁଥିବା ଜିଲାପାଳ ମିଶ୍ର କହିଥିଲେ। ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ତଥା ଜିଲା ଖାଉଟି ସୁରକ୍ଷା ଅଧିକାରୀ ସଚିଦାନନ୍ଦ ସାହୁ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ। ସେ କହିଥିଲେ, ପ୍ରତ୍ୟେକ ଜଣେ ଜଣେ ଖାଉଟି ତଥା ଉପଭୋକ୍ତା। ଖାଉଟି ସୁରକ୍ଷା ଅଧିନିୟମ ଓ ସୂଚନା ଅଧିକାର ଆଇନ ଦ୍ୱାରା କାର୍ଯ୍ୟଧାରାରେ ସ୍ବଚ୍ଛତା ବୃଦ୍ଧି ପାଉଥିବା କହିଥିଲେ। ଆଇନଜୀବୀ ତଥା ମୁଖ୍ୟବକ୍ତା ରଣଜିତ ମହାନ୍ତି ଖାଉଟି ସୁରକ୍ଷା ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଜଗତ୍‌ସିଂହପୁର ବୈଧ ମାପ ଓ ଓଜନ ସହାୟକ ନିୟନ୍ତ୍ରକ ହରିଶଙ୍କର ପଟ୍ଟନାୟକ ଓଜନ ଯନ୍ତ୍ର ଉପରେ ବିଶଦ ବିବରଣୀ ରଖିଥିଲେ। ୱେବିନାରରେ ଜିଲା ପରିଷଦ ସଭ୍ୟାସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷାଅଧ୍ୟକ୍ଷ ଓ ଉପଭୋକ୍ତାମାନେ ଯୋଡି ହୋଇ ନିଜର ମତାମତ ରଖିଥିଲେ। ଏହି ଦିବସରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସହକାରୀ ଯୋଗାଣ ଅଧିକାରୀ ସଲ୍ଲାଉଦ୍ଦିନ ଖାଁ, ପ୍ରଫୁଲ୍ଲ କୁମାର ବେହେରା, ଜିଲା ଉପଭୋକ୍ତା ସୁରକ୍ଷା ପରିଷଦ ସଭ୍ୟ ଗୋବିନ୍ଦ ଓଝା, ନିରଞ୍ଜନ ବାରିକ, ବିଜନ ମହାପାତ୍ର, ଯାମିନୀକାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri