ଗ୍ରହାଣୁ ସଂଘର୍ଷରୁ ପୃଥିବୀକୁ ସୁରକ୍ଷା

ସୌରଜଗତରେ ମଙ୍ଗଳ ଓ ବୃହସ୍ପତି ଗ୍ରହ କକ୍ଷ ମଝିରେ ଅନେକ କ୍ଷୁଦ୍ର ପିଣ୍ଡ ସୂର୍ଯ୍ୟଙ୍କୁ ପରିକ୍ରମା କରୁଛନ୍ତି। ପ୍ରତ୍ୟେକ ପିଣ୍ଡକୁ ‘ଗ୍ରହାଣୁ’ ବୋଲି କୁହାଯାଏ ଏବଂ ଏହି ଅଞ୍ଚଳକୁ ଗ୍ରହାଣୁ ବଳୟ କୁହାଯାଏ। ଇଟାଲୀର ଜ୍ୟୋତିର୍ବିଦ୍‌ ଗିଉସେପେ ପିଆଜ୍ଜି ୧୮୦୧ ମସିହା ଜାନୁୟାରୀ ୧ ତାରିଖରେ ପ୍ରଥମ ଗ୍ରହାଣୁ ‘ସେରେସ୍‌’କୁ ଆବିଷ୍କାର କରିଥିଲେ। ଏହା ମଧ୍ୟ ହେଉଛି ବୃହତ୍ତମ ଗ୍ରହାଣୁ ଏବଂ ଏହାକୁ ‘ବାମନ ଗ୍ରହ’ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ବଳୟରେ ଏକ ଲକ୍ଷରୁ ଅଧିକ ଗ୍ରହାଣୁ ଆବିଷ୍କୃତ ହେଲାଣି। ଏମାନଙ୍କ ମଧ୍ୟରୁ ୨୯,୦୦୦ରୁ ଅଧିକ ଗ୍ରହାଣୁ କକ୍ଷ ହେଉଛି ପୃଥିବୀର ନିକଟବର୍ତ୍ତୀ ଏବଂ ଏଥିରୁ କେତେକ ମଝିରେ ମଝିରେ ପୃଥିବୀ କକ୍ଷକୁ ଅତିକ୍ରମ କରିଥାଆନ୍ତି। ଏଗୁଡ଼ିକ ଭୂସମୀପବର୍ତ୍ତୀ ଗ୍ରହାଣୁ କୁହାଯାଏ। ଯଦି କୌଣସି ଗ୍ରହାଣୁ ପୃଥିବୀ ସହ ସଂଘର୍ଷ ହୁଏ, ତା’ହେଲେ ପୃଥିବୀର ଅମାପ କ୍ଷତି ହେବ। କ୍ଷୟକ୍ଷତି ଗ୍ରହାଣୁ ଆକାର ଓ ବେଗ ଉପରେ ନିର୍ଭର କରିବ। ଆଜକୁ ୬୫ ନିୟୁତ ବର୍ଷ ପୂର୍ବେ ୧୦-୧୫ କିମି ଚଉଡ଼ାର ଏକ ଗ୍ରହାଣୁ ପୃଥିବୀ ସହିତ ଧକ୍କା ହେବା ପରେ ପୃଥିବୀରୁ ଡାଏନୋସର ବଂଶ ଲୋପ ପାଇଗଲା ବୋଲି ଜଣାପଡ଼ିଛି। ଏହା ପରେ ଛୋଟ ଛୋଟ ଅନେକ ଗ୍ରହାଣୁ ସଂଘର୍ଷରୁ ପୃଥିବୀରେ ବିରାଟ ଗର୍ତ୍ତମାନ ସୃଷ୍ଟି ହୋଇଛି। ଦକ୍ଷିଣ ଆଫ୍ରିକାର ୧୬୦ କିମି ବ୍ୟାସ ବିଶିଷ୍ଟ ଭ୍ରେଡେଫୋର୍ଟ ଗର୍ତ୍ତ ହେଉଛି ବୃହତ୍ତମ। ଭାରତର ମହାରାଷ୍ଟ୍ରର ଲୋନାର ହ୍ରଦ ହେଉଛି ଏହାର ଅନ୍ୟ ଏକ ଉଦାହରଣ। ଏହାର ହାରାହାରି ବ୍ୟାସ ୧୨୦୦ ମିଟର ହୋଇଥିବା ବେଳେ ଗଭୀରତା ହେଉଛି ୧୩୭ ମିଟର। ୧୯୦୮ ମସିହା ଜୁନ୍‌ ୩୦ରେ ରୁଷିଆର ତୁଙ୍ଗୁସ୍କା ଅଞ୍ଚଳରେ ଗ୍ରହାଣୁ ସଂଘାତ ହୋଇ ପ୍ରାୟ ୨୦୦୦ ବର୍ଗ କିମି ଅଞ୍ଚଳ ହୋଇଥିଲା। ଏହା ଏକ ଜନବିରଳ ଅଞ୍ଚଳ ହୋଇଥିବାରୁ ଏଥିରେ ମାତ୍ର ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାର ଧ୍ୱଂସକାରୀ କ୍ଷମତା ବାର ମେଗାଟନ୍‌ ଥିଲା ଏବଂ ଏହା ଯଦି କୌଣସି ସହରାଞ୍ଚଳରେ ପଡ଼ିଥାଆନ୍ତା, ତାହାହେଲେ ଅନେକ ଲୋକ ମୃତ୍ୟୁବରଣ କରିଥାଆନ୍ତେ। ଜାପାନର ହିରୋସୀମା ଏବଂ ନାଗାସାକିଠାରେ ପଡ଼ିଥିବା ପରମାଣୁ ବୋମାର ଶକ୍ତି ସହ ଏହା ପ୍ରାୟ ସମାନ ଥିଲା।
ପୃଥିବୀ ସହିତ ସମ୍ଭାବ୍ୟ ଗ୍ରହାଣୁର ସଂଘର୍ଷ ଏଡ଼ାଇବା ପାଇଁ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ଏହାର ଏକ ଉପାୟ ହେଉଛି ପୃଥିବୀ ଆଡ଼କୁ ଆସୁଥିବା ଗ୍ରହାଣୁର ଗତିପଥକୁ ବଦଳାଇ ଦେବା। ଏହାଫଳରେ ଏହା ପୃଥିବୀ ଆଡ଼କୁ ଆସିପାରିବ ନାହିଁ। ଏଥିପାଇଁ ଗ୍ରହାଣୁର ଗତିପଥକୁ ହିସାବ କରିବାକୁ ପଡ଼ିବ ଏବଂ ପୃଥିବୀ ନିକଟରେ ପହଞ୍ଚତ୍ବା ପୂର୍ବରୁ ପୃଥିବୀରୁ ଏକ ମହାକାଶଯାନ ପଠାଇ ତାହା ସହିତ ସଂଘର୍ଷ କରି ତାହାର କକ୍ଷକୁ ବଦଳାଇ ଦେବାକୁ ପଡ଼ିବ। ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏଥିପାଇଁ ପ୍ରସ୍ତୁତି କରୁଛି ଏବଂ ପରୀକ୍ଷା ପାଇଁ ଗୋଟିଏ ଗ୍ରହାଣୁ ସହିତ ମହାକାଶଯାନର ସଂଘର୍ଷ କରାଇ ଏହାର ଗତିପଥକୁ ବଦଳାଇ ଦେବାରେ ପ୍ରଥମ ଚେଷ୍ଟାରେ ସଫଳ ହୋଇଛି।
‘ନାସା’ର ଏହି କାର୍ଯ୍ୟକ୍ରମର ନାମ ହେଉଛି ‘ଡାର୍ଟ ଅଭିଯାନ’। ‘ଡାର୍ଟ’ ହେଉଛି ଡବଲ ଆଷ୍ଟରଏଡ୍‌ ରିଡିରେକସନ ଟେଷ୍ଟ (Double Asteroid Redirection Test)ର ସଂକ୍ଷିପ୍ତ ନାମ। ଡାର୍ଟ ଯାନର ଓଜନ ହେଉଛି ୬୧୦ କିଗ୍ରା। ଏହାର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା ଯଥାକ୍ରମେ ୧.୮ ମିଟର, ୧.୯ ମିଟର ଓ ୨.୬ ମିଟର। ନାସା ଏହାକୁ କାଲିଫର୍ନିଆର ଭାଣ୍ଡେନବର୍ଗ ମହାକାଶ ଘାଟିରୁ ୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ଫାଲକନ୍‌ ରକେଟ୍‌ ସାହାଯ୍ୟରେ ମହାକାଶକୁ ଉତକ୍ଷେପଣ କରିଥିଲା।
ମହାକାଶଯାନର ଲକ୍ଷ୍ୟ ଥିଲା ଡିମୋରଫୋସ୍‌ ଗ୍ରହାଣୁ। ବାସ୍ତବରେ ଏହାକୁ ଗୋଟିଏ ଉପଗ୍ରହାଣୁ କୁହାଯାଇପାରେ। କାରଣ ଏହା ଅନ୍ୟ ଏକ ଗ୍ରହାଣୁ ଡିଡିମୋସ୍‌ ଚାରିପଟେ ପରିକ୍ରମଣ କରୁଛି। ଡିମୋରୋଫୋସ୍‌ର ବ୍ୟାସ ହେଉଛି ୧୭୦ ମିଟର ଏବଂ ଏହାକୁ ୨୦୦୩ ମସିହାରେ ଆବିଷ୍କାର କରାଯାଇଥିଲା। ଡିଡିମୋସର ବ୍ୟାସ ହେଉଛି ୭୮୦ ମିଟର ଏବଂ ଏହାକୁ ୧୯୯୬ରେ ଆବିଷ୍କାର କରାଯାଇଥିଲା। ଏହି ଦୁଇଟି ପୃଥିବୀଠାରୁ ପ୍ରାୟ ଏଗାର ନିୟୁତ କିମି ଦୂରରେ ଅଛି। ଡିଡିମୋସ୍‌ ସୂର୍ଯ୍ୟ ଚାରିପଟେ ଥରେ ପରିକ୍ରମା କରିବାକୁ ୭୭୦ ଦିନ ନେଇଥାଏ ଏବଂ ଡିମୋରୋଫୋସ୍‌ର ପରିକ୍ରମଣ ସମୟ ହେଉଛି ୧୧ ଘଣ୍ଟା ୫୫ ମିନିଟ୍‌, ଅର୍ଥାତ୍‌ ଏହା ଏହି ସମୟ ଭିତରେ ଡିଡିମୋସ୍‌ ଚାରିପଟେ ଥରେ ଘୂରି ଆସିଥାଏ।
ଡାର୍ଟ ମହାକାଶଯାନ ୨୦୨୨ ସେପ୍ଟେମ୍ବର ୨୬ ତାରିଖରେ ଘଣ୍ଟା ପ୍ରତି ୨୨,୫୦୦ କିମି ବେଗରେ ଗତି କରି ଡିମୋରୋଫୋସ୍‌ ସହିତ ସଂଘାତ କରିଥିଲା। ଡାର୍ଟଯାନ ସହିତ ଇଟାଲୀ ମହାକାଶ ସଂସ୍ଥା ଦ୍ୱାରା ନିର୍ମିତ ଗୋଟିଏ କ୍ଷୁଦ୍ର କୃତ୍ରିମ ଉପଗ୍ରହ (କ୍ୟୁବସାଟ୍‌) ଯାଇଥିଲା। ଏହାର ନାମ ହେଉଛି ଲିସିଆକ୍ୟୁବ୍‌। ଏହାର ଓଜନ ୧୪ କିଗ୍ରା। ଏଥିରେ ଦୁଇଟି କ୍ୟାମେରା ଖଞ୍ଜା ଯାଇଥିଲା। ଡିମୋରୋଫୋସ୍‌ ସହିତ ମୂଳଯାନର ସଂଘର୍ଷର ୧୫ଦିନ ପୂର୍ବରୁ ଏହା ସେଥିରୁ ବାହାରି ଯାଇଥିଲା। ସଂଘର୍ଷ ସମୟରେ ଚିତ୍ରଟିକୁ ପୃଥିବୀକୁ ପଠାଇଛି।
ଡିମୋରୋଫୋସ୍‌ ସହିତ ଡାର୍ଟ ଯାନର ସଂଘର୍ଷ ଯୋଗୁ ଏହାର କକ୍ଷ ପଥ ଛୋଟ ହୋଇ ପରିକ୍ରମଣ ସମୟ ୧୦ ମିନିଟ୍‌ ହ୍ରାସ ପାଇବ ବୋଲି ଗଣନା କରାଯାଇଛି। ୟୁରୋପୀୟ ମହାକାଶ ସଂସ୍ଥା ୨୦୨୪ ମସିହାରେ ଏହି ଗ୍ରହାଣୁ ନିକଟକୁ ‘ହେରା’ ନାମକ ଏକ ମହାକାଶ ଯାନ ପଠାଇ ସଂଘାତ ଗର୍ତ୍ତ ଓ ନୂତନ କକ୍ଷ ପଥର ଗଣନା କରିବା ପାଇଁ ଯୋଜନା କରିଛି।
ବାସ୍ତବରେ ଡିମୋରୋଫୋସ୍‌ ଓ ଡିଡିମୋସ୍‌ ଗ୍ରହାଣୁ ଦୁଇଟିରୁ ପୃଥିବୀ ପ୍ରତି କୌଣସି ବିପଦ ନାହିଁ। ମାତ୍ର ନାସା ପରୀକ୍ଷାମୂଳକ ଭାବେ ଏହି ଗ୍ରହାଣୁ ଦୁଇଟିକୁ ଲକ୍ଷ୍ୟସ୍ଥଳ ଭାବେ ନେଇଛି ଏବଂ ପ୍ରଥମ ଚେଷ୍ଟାରେ ସଫଳ ହୋଇଛି। ଏହି ଅଭିଜ୍ଞତାରୁ ଭବିଷ୍ୟତରେ ପ୍ରକୃତରେ ଯଦି କୌଣସି ଗ୍ରହାଣୁ ପୃଥିବୀ ସହିତ ସଂଘର୍ଷ କରିବାକୁ ଆସୁଥାଏ, ତାହାହେଲେ ନାସା ମହାକାଶଯାନ ପଠାଇ ତାହାର ଗତିପଥ ବଦଳାଇ ଦେବ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର,
ଫେଜ୍‌-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?