ନବୀନ ନିବାସ ଘେରିବେ ଦେହଜୀବୀ

ଭୁବନେଶ୍ୱର, ୭।୧(ବ୍ୟୁରୋ): ବିଶ୍ୱକପ୍‌ ହକି ପାଇଁ ରାଜଧାନୀରେ ଜବରଦଖଲ ଉଚ୍ଛେଦ ଜାରି ରହିଛି। ଏହାକୁ ବିରୋଧକରି କିଛିଦିନ ହେବ ଉଠା ଦୋକାନୀମାନେ ଆନ୍ଦୋଳନ ଚଳାଇଥିବା ବେଳେ ଏବେ ଏଥିରେ ଦେହଜୀବୀମାନେ ସାମିଲ ହୋଇଛନ୍ତି। ହକି ଖେଳକୁ ଆଳକରି ଭୁବନେଶ୍ୱର ବାଣୀବିହାରରେ ଥିବା ଦେହଜୀବୀଙ୍କ ବସ୍ତିକୁ ବିଏମ୍‌ସି, ବିଡିଏ ଓ ଏନ୍‌ଏଚ୍‌ଏଆଇ ପକ୍ଷରୁ ମିଳିତ ଭାବେ ଉଚ୍ଛେଦ କରାଯାଇଛି। ଏହାଦ୍ୱାରା ଭିଟାମାଟି ଛାଡ଼ି ଭୁବନେଶ୍ୱରରେ ଦୀର୍ଘ ୩୦ ବର୍ଷ ଧରି ରହିଆସୁଥିବା ଦେହଜୀବୀମାନେ ବାସହରା ହୋଇ ପଡ଼ିଛନ୍ତି। ୭ ଦିନ ମଧ୍ୟରେ ରାଜ୍ୟ ସରକାର ସମ୍ପୃକ୍ତ ଦେହଜୀବୀଙ୍କୁ ଥଇଥାନ ନ କଲେ ହଜାର ହଜାର ଦେହଜୀବୀ ନବୀନ ନିବାସ ଘେରାଉ କରିବେ ବୋଲି ବାଣୀବିହାର ଦେହଜୀବୀ ବସ୍ତି ସଭାପତି ଅଞ୍ଜନା ବେହେରା ଚେତାବନୀ ଦେଇଛନ୍ତି। ଶୁକ୍ରବାର ବାଣୀବିହାର ଦେହଜୀବୀ ବସ୍ତି ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସଭାପତି ଅଞ୍ଜନା କହିଛନ୍ତି, ବାଣୀବିହାର ଅଞ୍ଚଳରେ ଥିବା ଜଙ୍ଗଲକୁ ସଫାକରି ସେଠାରେ ଦେହଜୀବୀମାନେ ବାସଗୃହ ନିର୍ମାଣ କରି ରହିବା ସହ ଦେହ ବ୍ୟବସାୟ କରି ସେମାନଙ୍କ ଗୁଜରାଣ ମେଣ୍ଟାଇ ଆସୁଥିଲେ। ଏବେ ରାଜ୍ୟ ସରକାରଙ୍କ ମିଳିତ ସ୍କ୍ବାଡ୍‌ ସୁପ୍ର୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ବସ୍ତିରେ ରହୁଥିବା ପାଖାପାଖି ୧୫ଟି ପରିବାରକୁ ଉଚ୍ଛେଦ କରିଛନ୍ତି। ଏହାଦ୍ୱାରା ସେମାନେ ବାସହରା ହେବା ସହିତ ପିଲାଛୁଆଙ୍କୁ ଧରି ରାସ୍ତାକଡ଼ରେ ଶୀତ କାକରରେ ରାତ୍ରିଯାପନ କରୁଛନ୍ତି। ସେହିପରି ଓଡ଼ିଶା ବସ୍ତି ମହାସଂଘ ସଭାପତି ପ୍ରତାପ କୁମାର ସାହୁ କହିଛନ୍ତି, ବସ୍ତି, ଉଠାଦୋକାନ ଉଚ୍ଛେଦ କରି ଓଡ଼ିଶାକୁ ବିଶ୍ୱସ୍ତରରେ ବଦନାମ୍‌ କରିବା ପାଇଁ କିଛି ଅଣଓଡ଼ିଆ ଆଇଏଏସ୍‌ ଅଫିସରଙ୍କ ଏହା ସୁଚିିନ୍ତିତ ଷଡ଼ଯନ୍ତ୍ର। ତୁରନ୍ତ ଉଚ୍ଛେଦ ବନ୍ଦ ନ କଲେ ବସ୍ତିବାସିନ୍ଦା, ଉଠାଦୋକାନୀ ଏବଂ ଦେହଜୀବୀମାନେ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ପ୍ରତାପ ଚେତାବନୀ ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ବସ୍ତିର ରାନୀ ସାହୁ, ରୀନା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri