Posted inଜାତୀୟ

ଲାଞ୍ଚୁଆ ବାବୁଙ୍କ ନାଁ କୁହନି, ଫଟୋ ଦେଖାଅନି

ନୂଆଦିଲ୍ଲୀ,୭ା୧: ଲାଞ୍ଚ ମାମଲାରେ କୌଣସି ଅଭିଯୁକ୍ତ କୋର୍ଟରେ ଦୋଷୀ ପ୍ରମାଣିତ ନ ହେବା ଯାଏ ତାଙ୍କ ନାମ କିମ୍ବା ଫଟୋ ପ୍ରଘଟ ନ କରିବାକୁ ରାଜସ୍ଥାନର ଆଣ୍ଟାଇ-କରପ୍ସନ ବ୍ୟୁରୋ (ଏସିବି) ପକ୍ଷରୁ ଏହାର ଅଧିକାରୀମାନଙ୍କୁ ଦିଆଯାଇଥିବା ଏକ ନିର୍ଦ୍ଦେଶକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏପରି ନିର୍ଦ୍ଦେଶନାମା ପଛରେ ଗେହଲଟ୍‌ ସରକାରଙ୍କ କି ଉଦ୍ଦେଶ୍ୟ ଅଛି ବୋଲି ବିରୋଧୀ ଭାଜପା ପ୍ରଶ୍ନ କରିବା ପରେ ଶୁକ୍ରବାର ଉକ୍ତ ଅର୍ଡରକୁ ପ୍ରତ୍ୟାହାର କରିନିଆଯାଇଛି।
ରାଜସ୍ଥାନର ଦୁର୍ନୀତି ନିରୋଧୀ ସଂସ୍ଥା ଏସିବି ମହାନିର୍ଦ୍ଦେଶକ ବି.ଏଲ୍‌. ସୋନି ଗତ ୩୧ରେ ଅବସର ନେବା ପରେ ବୁଧବାର ଗେହଲଟ୍‌ ସରକାର ବରିଷ୍ଠ ପୋଲିସ ଅଧିକାରୀ ହେମନ୍ତ ପ୍ରିୟଦର୍ଶୀଙ୍କୁ ତାଙ୍କ ପଦରେ ଅବସ୍ଥାପିତ କରିଛନ୍ତି। ଏସିବିର କାର୍ଯ୍ୟକାରୀ ଡିଜି ଭାବେ ଦାୟିତ୍ୱ ଗ୍ରହଣ ପରେ ହେମନ୍ତ ନିଜ ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ ରାତିରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ସମସ୍ତ ଥାନାର ଭାରପ୍ରାପ୍ତ ଅଧିକାରୀ ଏବଂ ଏସିବି ୟୁନିଟ୍‌ ଇନ୍‌-ଚାର୍ଜମାନଙ୍କ ନିକଟକୁ ପଠାଯାଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି ଯେ କୌଣସି ଅଧିକାରୀ ବା କର୍ମଚାରୀଙ୍କ ବିରୋଧରେ ଲାଞ୍ଚ ଗ୍ରହଣ ଅଭିଯୋଗ ଥିଲେ ତାହା କୋର୍ଟରେ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ତାଙ୍କ ନାମ କିମ୍ବା ଫଟୋକୁ ସାର୍ବଜନୀନ କରାଯିବ ନାହିଁ। ଗଣମାଧ୍ୟମ ସହ କେବଳ ଅଭିଯୁକ୍ତଙ୍କ ର଼୍ୟାଙ୍କ/ଡେଜିଗ୍‌ନେଶନ ଏବଂ ବିଭାଗର ନାମ ଶେୟାର କରାଯିବ। ପ୍ରଫେସନାଲ ଏଜେନ୍ସିଗୁଡ଼ିକ ଏହି ପଦ୍ଧତି ଆପଣାଇଥାଆନ୍ତି। ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍ସ ଅନୁସାରେ ଏହି ଅର୍ଡର ଦିଆଯାଇଛି। ଏପରି କି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଧ୍ୟ ଅନେକ ବର୍ଷ ଧରି ଏହାକୁ ମାନିଆସୁଛି। ଅଭିଯୁକ୍ତ ଦୋଷୀ କି ନୁହନ୍ତି ତାହା ଅଦାଲତ ବିଚାର କରିଥାଆନ୍ତି ବୋଲି ହେମନ୍ତ କହିଥିଲେ। ବିରୋଧୀ ଦଳ ନେତା ଗୁଲାବଚନ୍ଦ କଟାରିଆ ଏହାକୁ ‘ତୋଗଲକି’ ଅର୍ଡର ଭାବେ ଅଭିହିତ କରି ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଅନୁରୋଧ କରିଥିଲେ। ଗେହଲଟ୍‌ ସମାଲୋଚିତ ହେବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏସିବି ମୁଖ୍ୟ ଏହି ନିର୍ଦ୍ଦେଶନାମାକୁ ତତ୍କାଳ ପ୍ରତ୍ୟାହାର କରିଛନ୍ତି। ଦୁର୍ନୀତିଗ୍ରସ୍ତଙ୍କ ଚେହେରା ସମାଜ ଓ ଆଇନର ନଜରକୁ ଆସିବା ଜରୁରୀ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖତାରଙ୍କ ୧୨ଶହ କୋଟି ଟଙ୍କାର ସମ୍ପତ୍ତି

ଲକ୍ଷ୍ନୌ,୨୮।୩: ମୁଖତାର ଅନସାରୀଙ୍କ ନାମ କିଏ ବା ନ ଶୁଣିଛି। ଯଦି ଆମେ ପୂର୍ବାଞ୍ଚଳ ବିଷୟରେ କଥା ହେବା, ସେଠାରେ ଥିବା ସମସ୍ତେ ନିଶ୍ଚୟ ତାଙ୍କ...

ମାଫିଆ ମୁଖତାର ଅନସାରୀଙ୍କ ମୃତ୍ୟୁ, ହସ୍ପିଟାଲରେ ପୋଲିସ ଛାଉଣି, ୧୪୪ ଧାରା ଜାରି

ବାନ୍ଦା,୨୮।୩: ଉତ୍ତର ପ୍ରଦେଶର ବାନ୍ଦା ହସ୍ପିଟାଲରେ ଶୁକ୍ରବାର ରାତିରେ ମାଫିଆରୁ ରାଜନେତା ହୋଇଥିବା ମୁଖତାର ଅନସାରୀଙ୍କ ମୃତ୍ୟୁ ହୋଇଛି। ବାନ୍ଦା ଜେଲରେ ହାର୍ଟ ଆଟାକ ପରେ...

ଇଡି ଜବତ କରୁଥିବା ସମ୍ପତ୍ତି ହୁଏ କ’ଣ, ଯାହାକୁ ଗରିବଙ୍କ ମଧ୍ୟରେ ବାଣ୍ଟି ଦେଉଥିବା କହୁଛନ୍ତି ମୋଦି?

ନୂଆଦିଲ୍ଲୀ,୨୮।୩: ନିର୍ବାଚନ ଋତୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଏକ ବଡ଼ ଦାବି କରିଛନ୍ତି। ପଶ୍ଚିମବଙ୍ଗର କୃଷ୍ଣନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ...

ଜେଲରୁ ପ୍ରଚାର କରିବେ ଆଜମ ଖାଁ? ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛି ନାମ

ଲକ୍ଷ୍ନୌ,୨୮।୩: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଗୁଲ ବାଜି ସାରିଛି ଏବଂ ଉତ୍ତରପ୍ରଦେଶର ୮୦ଟି ଆସନରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ୟୁପିରେ ପ୍ରଥମ...

ମୁଖତାର ଅନସାରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୮।୩: ବାହୁବଳୀ ନେତା ମୁଖତାର ଅନସାରୀ ଗୁରୁତର ହୋଇପଡିଛନ୍ତି। ବାନ୍ଦା ଜେଲରେ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ବିଗିଡି ଯାଇଛି। ଏହା ପରେ ତାଙ୍କୁ ବାନ୍ଦା...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri