Posted inଜାତୀୟ

ଲାଞ୍ଚୁଆ ବାବୁଙ୍କ ନାଁ କୁହନି, ଫଟୋ ଦେଖାଅନି

ନୂଆଦିଲ୍ଲୀ,୭ା୧: ଲାଞ୍ଚ ମାମଲାରେ କୌଣସି ଅଭିଯୁକ୍ତ କୋର୍ଟରେ ଦୋଷୀ ପ୍ରମାଣିତ ନ ହେବା ଯାଏ ତାଙ୍କ ନାମ କିମ୍ବା ଫଟୋ ପ୍ରଘଟ ନ କରିବାକୁ ରାଜସ୍ଥାନର ଆଣ୍ଟାଇ-କରପ୍ସନ ବ୍ୟୁରୋ (ଏସିବି) ପକ୍ଷରୁ ଏହାର ଅଧିକାରୀମାନଙ୍କୁ ଦିଆଯାଇଥିବା ଏକ ନିର୍ଦ୍ଦେଶକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏପରି ନିର୍ଦ୍ଦେଶନାମା ପଛରେ ଗେହଲଟ୍‌ ସରକାରଙ୍କ କି ଉଦ୍ଦେଶ୍ୟ ଅଛି ବୋଲି ବିରୋଧୀ ଭାଜପା ପ୍ରଶ୍ନ କରିବା ପରେ ଶୁକ୍ରବାର ଉକ୍ତ ଅର୍ଡରକୁ ପ୍ରତ୍ୟାହାର କରିନିଆଯାଇଛି।
ରାଜସ୍ଥାନର ଦୁର୍ନୀତି ନିରୋଧୀ ସଂସ୍ଥା ଏସିବି ମହାନିର୍ଦ୍ଦେଶକ ବି.ଏଲ୍‌. ସୋନି ଗତ ୩୧ରେ ଅବସର ନେବା ପରେ ବୁଧବାର ଗେହଲଟ୍‌ ସରକାର ବରିଷ୍ଠ ପୋଲିସ ଅଧିକାରୀ ହେମନ୍ତ ପ୍ରିୟଦର୍ଶୀଙ୍କୁ ତାଙ୍କ ପଦରେ ଅବସ୍ଥାପିତ କରିଛନ୍ତି। ଏସିବିର କାର୍ଯ୍ୟକାରୀ ଡିଜି ଭାବେ ଦାୟିତ୍ୱ ଗ୍ରହଣ ପରେ ହେମନ୍ତ ନିଜ ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ ରାତିରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ସମସ୍ତ ଥାନାର ଭାରପ୍ରାପ୍ତ ଅଧିକାରୀ ଏବଂ ଏସିବି ୟୁନିଟ୍‌ ଇନ୍‌-ଚାର୍ଜମାନଙ୍କ ନିକଟକୁ ପଠାଯାଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି ଯେ କୌଣସି ଅଧିକାରୀ ବା କର୍ମଚାରୀଙ୍କ ବିରୋଧରେ ଲାଞ୍ଚ ଗ୍ରହଣ ଅଭିଯୋଗ ଥିଲେ ତାହା କୋର୍ଟରେ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ତାଙ୍କ ନାମ କିମ୍ବା ଫଟୋକୁ ସାର୍ବଜନୀନ କରାଯିବ ନାହିଁ। ଗଣମାଧ୍ୟମ ସହ କେବଳ ଅଭିଯୁକ୍ତଙ୍କ ର଼୍ୟାଙ୍କ/ଡେଜିଗ୍‌ନେଶନ ଏବଂ ବିଭାଗର ନାମ ଶେୟାର କରାଯିବ। ପ୍ରଫେସନାଲ ଏଜେନ୍ସିଗୁଡ଼ିକ ଏହି ପଦ୍ଧତି ଆପଣାଇଥାଆନ୍ତି। ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍ସ ଅନୁସାରେ ଏହି ଅର୍ଡର ଦିଆଯାଇଛି। ଏପରି କି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଧ୍ୟ ଅନେକ ବର୍ଷ ଧରି ଏହାକୁ ମାନିଆସୁଛି। ଅଭିଯୁକ୍ତ ଦୋଷୀ କି ନୁହନ୍ତି ତାହା ଅଦାଲତ ବିଚାର କରିଥାଆନ୍ତି ବୋଲି ହେମନ୍ତ କହିଥିଲେ। ବିରୋଧୀ ଦଳ ନେତା ଗୁଲାବଚନ୍ଦ କଟାରିଆ ଏହାକୁ ‘ତୋଗଲକି’ ଅର୍ଡର ଭାବେ ଅଭିହିତ କରି ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଅନୁରୋଧ କରିଥିଲେ। ଗେହଲଟ୍‌ ସମାଲୋଚିତ ହେବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏସିବି ମୁଖ୍ୟ ଏହି ନିର୍ଦ୍ଦେଶନାମାକୁ ତତ୍କାଳ ପ୍ରତ୍ୟାହାର କରିଛନ୍ତି। ଦୁର୍ନୀତିଗ୍ରସ୍ତଙ୍କ ଚେହେରା ସମାଜ ଓ ଆଇନର ନଜରକୁ ଆସିବା ଜରୁରୀ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କ’ଣ ଘଟିଲା ୮ ମାସରେ ୩୦ ବର୍ଷ ପୁରୁଣା ଗଡ଼ ହରାଇଲା ଭାଜପା: ପିକେ ସାଜିଲେ ଗେମଚେଞ୍ଜର

ପାଟନା,୩।୮: ଶେଷରେ ପିକେ ଓରଫ ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତି ପ୍ରଶାନ୍ତ କିଶୋର ପ୍ରମାଣ କରିଛନ୍ତି ଯେ…

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

ଚା’ ପିଉଥିବା ବେଳେ ବ୍ୟକ୍ତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଧାମନଗର,୩।୮(କାଳିନ୍ଦୀ ବେହେରା): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା…

ମଙ୍ଗଳବାର ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ: ମା’ କନ୍ଧୁଣି ଦେବୀଙ୍କୁ କରିବେ ପୂଜାର୍ଚ୍ଚନା, ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri