ସମିତି ଜରିଆରେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ

ଭୁବନେଶ୍ୱର,୪।୮:ବେଦାନ୍ତ ଆଲୁମିନିୟମର ଶୁଭଲକ୍ଷ୍ମୀ ସମବାୟ ସମିତି ଅଧୀନ ଶୁଭଲକ୍ଷ୍ମୀ ଉଦ୍ୟୋଗିନୀ କାର୍ଯ୍ୟକ୍ରମର ୨ୟ ପର୍ଯ୍ୟାୟ ନିକଟରେ ଆରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଝାଡୁ ନିର୍ମାଣ ଶିକ୍ଷା ସ୍ଥାନୀୟ ମହିଳାମାନଙ୍କୁ ଦିଆଯିବ। କିର୍ମିରା ବ୍ଲକର ବ୍ଲକ ଚେୟାରମ୍ୟାନ୍‌ ତଥା ଶୁଭଲକ୍ଷ୍ମୀ ସମବାୟ ସମିତିର ବୋର୍ଡ ସଦସ୍ୟ କ୍ରିଷ୍ଣପ୍ରିୟା ସାହୁଙ୍କ ଉପସ୍ଥିତିରେ ଝାରସୁଗୁଡାର କିର୍ମିରା ବ୍ଲକର ଛେଲିଆପଡା ଗ୍ରାମରେ ଉକ୍ତ ଉଦ୍ୟୋଗର ଶୁଭ ଉଦ୍‌ଘାଟନ କରାଯାଇଥିଲା। ସେହିଭଳି କୋଲାବିରା ଗ୍ରାମ ପଞ୍ଚାୟତର ସରପଞ୍ଚ ଚେତନିଆ ନାଏଙ୍କ ଉପସ୍ଥିତିରେ କୋଲାବିରା ଗ୍ରାମପଞ୍ଚାୟତର ତାରାଇକେଲା ଗ୍ରାମରେ ମଧ୍ୟ ଉକ୍ତ ଉଦ୍ୟୋଗର ଉଦ୍‌ଘାଟନ କରାଯାଇଥିଲା। ବିଶେଷ କରି ଝାଡୁ ତିଆରି ଉଦ୍ୟୋଗରେ କିର୍ମିରା ଏବଂ କୋଲାବିରା ବ୍ଲକର ୧୫ ଟି ଗ୍ରାମର ୧୦୦ରୁ ଅଧିକ ମହିଳାଙ୍କୁ ପ୍ରାକୃତିକ ଭାବେ ବଢୁଥିବା ଘାସ ସଂଗ୍ରହ ତଥା ପରବର୍ତ୍ତୀ ସମୟରେ ଇକୋ-ଫ୍ରେଣ୍ଡଲି ଝାଡୁ ଉତ୍ପାଦନରେ ଅଂଶଗ୍ରହଣ କରିବେ। ଏହି ଉଦ୍ୟୋଗ ଆସନ୍ତା ୬ ମାସ ମଧ୍ୟରେ ମାସକୁ ପ୍ରାୟ ୧୨,୦୦୦ଝାଡୁ ଉତ୍ପାଦନ କରିବାକୁ ଯୋଜନା କରିଛି, ପରବର୍ତ୍ତୀ ସମୟରେ ଉତ୍ପାଦନକୁ ଆହୁରି ବ୍ୟାପକ କରାଯିବ। ଶୁଭଲକ୍ଷ୍ମୀ ସମବାୟ ସମିତିର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ଏକ ଝାଡୁ ସଂଗ୍ରହ କେନ୍ଦ୍ରରେ ଝାଡୁ ଗୁଡିକ ଜମା କରାଯିବା ସହିତ ବିକ୍ରୟ ପାଇଁ ହୋଲ୍‌ସେଲରମାନଙ୍କୁ ବଣ୍ଟନ କରାଯିବ।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଓଓ (ଆଲୁମିନିୟମ୍‌ ବ୍ୟବସାୟ) ସୁନୀଲ ଗୁପ୍ତା କହିଛନ୍ତି, ଶୁଭଲକ୍ଷ୍ମୀ ସମବାୟ ସମିତି କର୍ପୋରେଟ୍‌ ଏବଂ ସମ୍ପ୍ରଦାୟର ସହଯୋଗରେ ସକାରାତ୍ମକ ଫଳାଫଳ ପାଇଁ ଏକ ଉଲ୍ଲେଖନୀୟ ପ୍ରମାଣ ଭାବେ ସମିତି ଛିଡା ହୋଇଛି। ସେହିଭଳି ଝାରସୁଗୁଡ଼ାର କିର୍ମିରା ବ୍ଲକ୍‌ ଚେୟାରମ୍ୟାନ୍‌ କ୍ରିଷ୍ଣାପ୍ରିୟା ସାହୁ କହିଥିଲେ ବେଦାନ୍ତ ଆଲୁମିନିୟମ୍‌ ଦ୍ୱାରା ଝାଡୁ ତିଆରି ଉଦ୍ୟୋଗ ଭଳି ଉଦ୍ୟମ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ତଥା ଔଦ୍ୟୋଗିତା ଭାବର ବୃଦ୍ଧି ହେବାର ମାଧ୍ୟମ ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Post Office FD vs RD: କେଉଁ ସ୍କିମ୍‌ ଦେଉଛି ସବୁଠାରୁ ଅଧିକ ରିଟର୍ନ? ନିବେଶ ପୂର୍ବରୁ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୭।୨:  ଛୋଟ ନିବେଶକଙ୍କ ମଧ୍ୟରେ ପୋଷ୍ଟ ଅଫିସ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ରିକରିଂ ଡିପୋଜିଟ୍ (RD) ବହୁତ ଲୋକପ୍ରିୟ। ଏହି ଦୁଇଟି ସ୍କିମ୍ ଭାରତ ସରକାରଙ୍କ…

‘ଟଙ୍କା ଖୁସି କିଣି ପାରିବ ନାହିଁ…’ କୋଟି କୋଟି ଆୟ ପରେ ଏଲୋନ ମସ୍କ ଏକ ଆଶ୍ଚର୍ଯ୍ୟଜନକ ପୋଷ୍ଟ

ନୂଆଦିଲ୍ଲୀ,୬।୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ବର୍ତ୍ତମାନ ଏକ ନୂଆ ଇତିହାସ ରଚିଛନ୍ତି। ସେ ଦୁନିଆର ପ୍ରଥମ ବ୍ୟକ୍ତି ଭାବେ ୮୦୦ ବିଲିୟନ ଡଲାର…

ବଦଳିଲା ଜମି-ଘର କିଣିବା ନିୟମ, ଏହି କାଗଜ ନ ଥିଲେ କରିପାରିବେନି ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୬।୨: ଯଦି ଆପଣ ଉତ୍ତର ପ୍ରଦେଶରେ ରହୁଛନ୍ତି ଏବଂ ଜମି କିଣିବା ବିଷୟରେ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କୁ ଉତ୍ତର ପ୍ରଦେଶର ଏହି ଗୁରୁତ୍ୱପୂର୍ଣ୍ଣ ନିୟମଗୁଡ଼ିକ ବିଷୟରେ…

ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା RBI: ସୁଧ ହାରରେ ମିଳିଲାନି ଆଶ୍ୱସ୍ତି

ମୁମ୍ବାଇ,୬।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଚଳିତ ଆର୍ଥିକ ବର୍ଷର ଶେଷ ମୁଦ୍ରାନୀତି ଘୋଷଣା କରିଛି। ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁଧ…

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

Baba Venga: ଡରାଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୬ରେ ବଢିବ ନା ଶସ୍ତା ହେବ ସୁନା?

ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗା, ଚଳିତ ବର୍ଷ ପାଇଁ ଅନେକ ଭୟଙ୍କର ଚେତାବନୀ ଦେଇଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ ବିଶ୍ୱ ଏକ ଗମ୍ଭୀର ଆର୍ଥିକ…

ହୋଲି-ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର; ଜାଣନ୍ତୁ ଆପଣଙ୍କୁ କିପରି ମିଳିବ ଲାଭ…

ନୂଆଦିଲ୍ଲୀ,୫।୨: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଦିଲ୍ଲୀର ରେଖା ଗୁପ୍ତା ସରକାର ନିଜର ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରି…

UPI New Rules: ବଦଳିଲା UPI ଟ୍ରାଞ୍ଜାକ୍ସନ ପଦ୍ଧତି, ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୫।୨: ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ପନିପରିବା କିଣିବା ଠାରୁ ଆରମ୍ଭ କରି ଅନଲାଇନ ସପିଂ, ବିଦ୍ୟୁତ୍‌ ବିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri